England lost the fifth Test: ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ହାରିଲା ଇଂଲଣ୍ଡ: ଅଷ୍ଟ୍ରେଲିଆ ୪-୧ରେ ଜିତିଲା ଆସେସ୍

Advertisment

ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍ (ଏସସିଜି)ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆ ସମ୍ମାନଜନକ ଆସେସ୍ ସିରିଜକୁ ୪-୧ରେ ଜିତିନେଇଛି। ଏହା ସହିତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଛି କଙ୍ଗାରୁ ଦଳ।

ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍ (ଏସସିଜି)ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆ ସମ୍ମାନଜନକ ଆସେସ୍ ସିରିଜକୁ ୪-୧ରେ ଜିତିନେଇଛି। ଏହା ସହିତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଛି କଙ୍ଗାରୁ ଦଳ।

fhffhh

ସିଡନି: ସିଡନି କ୍ରିକେଟ୍ ଗ୍ରାଉଣ୍ଡ୍ (ଏସସିଜି)ରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ୫ ୱିକେଟ୍‌ରେ ଜିତିବା ପରେ ଅଷ୍ଟ୍ରେଲିଆ ସମ୍ମାନଜନକ ଆସେସ୍ ସିରିଜକୁ ୪-୧ରେ ଜିତିନେଇଛି। ଏହା ସହିତ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିଛି କଙ୍ଗାରୁ ଦଳ। ଶୃଙ୍ଖଳା ହାରିସାରିଥିବାରୁ ପରାଜୟ ବ୍ୟବଧାନକୁ କମାଇବା ଲକ୍ଷ୍ୟରେ ଥିବା ଇଂଲଣ୍ଡ ସିଡ୍‌ନିରେ ଘରୋଇ ଅଷ୍ଟ୍ରେଲିଆ ସମ୍ମୁଖରେ ମାତ୍ର ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାକୁ ଅଷ୍ଟ୍ରେଲିଆ ୩୧.୨ ଓଭରରେ ୫ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଦୁଇ ଓପନର ଟ୍ରାଭିସ ହେଡ୍ ଓ ଜେକ୍ ୱେଦରାଲ୍‌ଡ ପ୍ରଥମ ୱିକେଟ୍‌ ଯୋଡ଼ିରେ ୬୨ ରନ୍‌ କରି ଅଷ୍ଟ୍ରେଲିଆର ବିଜୟ ପଥ ସୁଗମ କରିଥିଲେ। ତେବେ ହେଡ୍ ୨୯ ରନ୍‌ ଓ ୱେଦରାଲଡ୍ ୩୪ ରନ୍‌ କରି ଆଉଟ୍ ହେବା ପରେ ମାର୍ନସ ଲାବୁସାନ୍ ଲଢୁଆ ବ୍ୟାଟିଂ କରି ୩୭ ରନ୍‌ କରିଥିଲେ। ଷ୍ଟିଭେନ ସ୍ମିଥ ଓ ଉସମାନ ଖୱାଜା ଶସ୍ତାରେ ପାଭିଲିୟନ ଫେରିବା ପରେ ଆଲେକ୍ସ କେରି (୧୬ ରନ) ଓ କ୍ୟାମେରନ ଗ୍ରିନ (୨୨ ରନ)  ୪୦ ରନ୍‌ର ଭାଗୀଦାର କରି ଦଳକୁ ବିଜୟୀ କରାଇଥିଲେ। ଇଂଲଣ୍ଡ ପକ୍ଷରୁ ଜୋସ ଟଙ୍ଗ ୩ଟି ତଥା ୱିଲ ଜାକ୍ସ ଗୋଟିଏ ୱିକେଟ୍‌ ନେଇଥିଲେ।

Air Pollution: ଚିନ୍ତାଜନକ ସ୍ଥିତିରେ ନବରଙ୍ଗପୁର ବାୟୁ ପ୍ରଦୁଷଣ

ଏହା ପୂର୍ବରୁ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ୍‌ ହରାଇ ୩୦୨ ରନ୍‌ କରିଥିବା ଇଂଲଣ୍ଡ ଗୁରୁବାର ପଞ୍ଚମ ତଥା ଶେଷ ଦିନରେ ଆଉ ୪୦ ରନ୍ ଯୋଡ଼ି ଅବଶିଷ୍ଟ ୨ ୱିକେଟ୍‌ ହରାଇଥିଲା। ପୂର୍ବରୁ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିଜ ପ୍ରଥମ ପାଳିରେ ୩୮୪ ରନ କରିଥିଲା। ଏହାର ଜବାବରେ ଟ୍ରାଭିସ ହେଡ୍ ଓ ଷ୍ଟିଭେନ ସ୍ମିଥଙ୍କ ଲଢୁଆ ଶତକ ବଳରେ ଅଷ୍ଟ୍ରେଲିଆ ନିଜ ପ୍ରଥମ ପାଳିରେ ୫୬୭ ରନ୍‌ କରିଥିଲା। ଟ୍ରାଭିସ ହେଡ୍‌ଙ୍କୁ ମ୍ୟାଚ୍ ଏବଂ ମିଚେଲ ଷ୍ଟାର୍କଙ୍କୁ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। 

Paddy: ଧାନବସ୍ତାର ପାହାଡ଼ରେ ମଣ୍ଡି, ମିଲର୍ସ ଆନ୍ଦୋଳନ ପ୍ରତ୍ୟାହୃତ

ସଂକ୍ଷିପ୍ତ ସ୍କୋର : ଇଂଲଣ୍ଡ ପ୍ରଥମ ପାଳି ୯୭.୩ ଓଭରରେ- ୩୮୩। ଅଷ୍ଟ୍ରେଲିଆ ପ୍ରଥମ ପାଳି ୧୩୩.୫ ଓଭରରେ ୫୬୭।  ଇଂଲଣ୍ଡ ଦ୍ବିତୀୟ ପାଳି ୮୮.୨ ଓଭରରେ ୩୪୨। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି ୩୧.୨ ଓଭରରେ ୧୬୧/୫ (ମାର୍ନସ ଲାବୁସେନ ୩୭, ଜେକ୍ ୱେଦରଲାଡ୍ ୩୪, ଟ୍ରାଭିସ୍ ହେଡ୍ ୨୯, ଜୋସ୍‌ ଟଙ୍ଗ ୩/୪୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe