FIH Pro League: 3 Odds in Indian Hockey Team
ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଥିବା ଏଫଆଇଏଚ୍ ପ୍ରୋ ଲିଗ୍ ପାଇଁ ଭାରତୀୟ ହକି ଦଳ ଘୋଷଣା ହୋଇଯାଇଛି । ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ୩୨ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରାଯାଇଛି ।
ଦଳରେ ୩ ଜଣ ଓଡ଼ିଆ ଖେଳାଳି ରହିଛନ୍ତି । ଓଡ଼ିଶାର ଶିଳାନନ୍ଦ ଲାକ୍ରା, ନିଲପ ସଞ୍ଜିପ୍ ଖେସ ଓ ଅମିତ ରୋହିଦାସ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ: ଗୁରୁତର ଓ ହଜି ଯାଇଥିବା ଲୋକଙ୍କ ସୂଚନା ପାଇଁ ଜାରି ହେଲା ମହାକୁମ୍ଭ ହେଲପଲାଇନ ନମ୍ବର
ଫେବ୍ରୁଆରୀ ୧୫ରୁ ଏଫଆଇଏଚ୍ ପ୍ରୋ ଲିଗ୍ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ଭାରତ ଏହାର ପ୍ରଥମ ମ୍ୟାଚ୍ରେ ସ୍ପେନ୍କୁ ଭେଟିବ ।
ଏହାପରେ ଜର୍ମାନୀ, ଇଂଲଣ୍ଡ ଓ ଆୟର୍ଲାଣ୍ଡ ସହିତ ଭାରତୀୟ ହକି ଦଳର ମୁକାବିଲା ହେବ।
ଅଧିକ ପଢ଼ନ୍ତୁ: ଦ୍ୱନ୍ଦ୍ୱ ଦୂର ହେଲା: ଏବେ ଏହି ତାରିଖରେ ପାଳନ କରାଯିବ ସରସ୍ବତୀ ପୂଜା....
Follow Us