Advertisment

ଡବ୍ଲୁଟିସି ଫାଇନାଲ୍ ଭୁଲିଯାଅ: ପୂର୍ବତନ ଭେଟେରାନଙ୍କ ବଡ଼ ବିବୃତି, ଟିମ୍ ଇଣ୍ଡିଆର ସ୍ୱପ୍ନ ଧୂଳିସାତ୍ ହେବ କି?

Advertisment

ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବା ବର୍ତ୍ତମାନ କଷ୍ଟସାଧ୍ୟ ହୋଇପଡିଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ରେ ଅଷ୍ଟ୍ରେଲିଆ ସହିତ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ...

ଟିମ୍ ଇଣ୍ଡିଆ ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବା ବର୍ତ୍ତମାନ କଷ୍ଟସାଧ୍ୟ ହୋଇପଡିଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆକୁ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ରେ ଅଷ୍ଟ୍ରେଲିଆ ସହିତ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ...

WhatsApp Image 2024-11-05 at 8.18.01 PM

କୋଲକାତା: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ଭାରତୀୟ ଦଳର ସମସ୍ୟା ବଢ଼ିବାରେ ଲାଗିଛି। ଟିମ୍ ଇଣ୍ଡିଆ ପାଇଁ ଫାଇନାଲର ରାସ୍ତା ଆଉ ସହଜ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟ ପରେ ଟିମ୍ ଇଣ୍ଡିଆ ପାଇଁ ଆଗାମୀ ରାସ୍ତା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଭାରତୀୟ ଦଳ ବର୍ତ୍ତମାନ ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆକୁ ଭେଟିବ। ଯେଉଁଥି ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ।

ଟିମ୍ ଇଣ୍ଡିଆର ପୂର୍ବତନ ଭେଟେରାନ୍ କ୍ରିକେଟର ସୁନୀଲ ଗାଭାସ୍କର ‘ସ୍ପୋର୍ଟସ ତକ’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ନା, ମୁଁ ଏଭଳି କିଛି ହେବ ବୋଲି ଭାବୁନାହିଁ। ମୁଁ ପ୍ରକୃତରେ ଭାବୁଛି ଟେଷ୍ଟ ସିରିଜରେ ଭାରତ ଅଷ୍ଟ୍ରେଲିଆକୁ ୪ଟି ମ୍ୟାଚ୍ ଜିତି ପରାସ୍ତ କରିପାରିବ ନାହିଁ। ଯଦି ଟିମ୍ ଇଣ୍ଡିଆ ଏଭଳି କରିବେ ତେବେ ମୁଁ ବହୁତ ଖୁସି ହେବି। ମୁଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ(ଡବ୍ଲୁଟିସି) ଫାଇନାଲ ବିଷୟରେ କହିବାକୁ ଚାହେଁ ନାହିଁ । ଏବେ କେବଳ ଅଷ୍ଟ୍ରେଲିଆରେ ସିରିଜ୍ ଜିତିବାକୁ ଚେଷ୍ଟା କରିବା ଉପରେ ଧ୍ୟାନ ସେମାନେ ଦିଅନ୍ତୁ। 

ଅଧିକ ପଢ଼ନ୍ତୁ: ଇରାନ ଆକ୍ରମଣର ଭୟ!: ନେତାନ୍ୟାହୁଙ୍କ ପୁଅ ବିବାହ ସ୍ଥଗିତ

ଭାରତୀୟ ଦଳ କ୍ରମାଗତ ଦୁଇଥର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି। ତେବେ ଉଭୟ ଥର ଫାଇନାଲରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆ କ୍ରମାଗତ ତୃତୀୟ ଥର ପାଇଁ ଫାଇନାଲରେ ପହଞ୍ଚିବାକୁ ଚାହୁଁଛି, ଯାହା ଏଥର ସେମାନଙ୍କ ପାଇଁ ଏତେ ସହଜ ହେବ ନାହିଁ ବୋଲି ଗାଭାସ୍କର କହିଛନ୍ତି।

ଅଧିକ ପଢ଼ନ୍ତୁ: କାନାଡାକୁ ଆଇନା ଦେଖାଇଲା ଭାରତ: ଦେଲା କଡ଼ା ଜବାବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe