T20 cancelled: ଚତୁର୍ଥ ଟ୍ବେଣ୍ଟି-୨୦ ବାତିଲ: କ୍ରିକେଟ୍ ଉପରେ କୁହୁଡ଼ି ଭାରି

Advertisment

ଘନ କୁହୁଡ଼ି ଜନିତ ପ୍ରଦୂଷଣ ଏବଂ ଏଥିଲାଗି ଫ୍ଲଡ୍‌ଲାଇଟ୍‌ର ଧପଧପ ଓ ଅସ୍ପଷ୍ଟ ଆଲୋକ ପାଇଁ ଲକ୍ଷ୍ନୌରେ ବୁଧବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟ୍ବେଣ୍ଟି-୨୦ ବାତିଲ ହୋଇଯାଇଛି।

ଘନ କୁହୁଡ଼ି ଜନିତ ପ୍ରଦୂଷଣ ଏବଂ ଏଥିଲାଗି ଫ୍ଲଡ୍‌ଲାଇଟ୍‌ର ଧପଧପ ଓ ଅସ୍ପଷ୍ଟ ଆଲୋକ ପାଇଁ ଲକ୍ଷ୍ନୌରେ ବୁଧବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟ୍ବେଣ୍ଟି-୨୦ ବାତିଲ ହୋଇଯାଇଛି।

dgagagzvccv

ଲକ୍ଷ୍ନୌ: ଘନ କୁହୁଡ଼ି ଜନିତ ପ୍ରଦୂଷଣ ଏବଂ ଏଥିଲାଗି ଫ୍ଲଡ୍‌ଲାଇଟ୍‌ର ଧପଧପ ଓ ଅସ୍ପଷ୍ଟ ଆଲୋକ ପାଇଁ ଲକ୍ଷ୍ନୌରେ ବୁଧବାର ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟ୍ବେଣ୍ଟି-୨୦ ବାତିଲ ହୋଇଯାଇଛି। ଏହି ପ୍ରତୀକ୍ଷିତ ମ୍ୟାଚ୍‌ ୭ଟାରୁ ଆରମ୍ଭ ହେବାର ଥିଲା ବେଳେ ସନ୍ଧ୍ୟା ୬.୩୦ରେ ଟସ୍ ପଡ଼ିବାର ଥିଲା। ହେଲେ ଏହା ପୂର୍ବରୁ ଲକ୍ଷ୍ନୌର ଏକନାସ୍ଥିତ ଭାରତରତ୍ନ ଅଟଳ ବିହାରୀ ବାଜପାୟୀ ଷ୍ଟାଡିୟମ୍‌ରେ ଶୀତୁଆ କୁହୁଡ଼ିର ମୋଟା ସ୍ତର ମାଡ଼ି ସାରିଥିଲା। ଏପରିକି ମୁହଁକୁ ମୁହଁ ଦେଖିବା କଷ୍ଟକର ହୋଇ ପଡ଼ିଥିଲା। କିଛି ଖେଳାଳି ମାସ୍କ ପିନ୍ଧି ଅଭ୍ୟାସ କରିଥିଲେ। ଫଳରେ ଟସ୍‌କୁ ୬.୫୦କୁ ସ୍ଥଗିତ କରି ଦିଆଯାଇଥିଲା। ତେବେ କୁହୁଡ଼ି ଘଡ଼ିକୁ ଘଡ଼ି ବଢ଼ି ଚାଲିଥିଲା। ଫଳରେ ୭ଟାରୁ ୯ଟା ଭିତରେ ଅମ୍ପାୟ‌ାର ୪ଥର ପଡ଼ିଆ, ପାଗ ଓ ପରିବେଶର ସମୀକ୍ଷା କରିଥିଲେ। 

Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ହେଲେ ଏହା କୌଣସି ପରିସ୍ଥିତିରେ ଖେଳ ଉପଯୋଗୀ ହେବନାହିଁ ବୋଲି ହୃଦୟଙ୍ଗମ କରିବା ପରେ ରାତି ୯ଟା ୨୫ରେ ମ୍ୟାଚ୍‌କୁ ସଂପୂର୍ଣ୍ଣ ବାତିଲ କରି ଦେଇଥିଲେ। ଏହି ମ୍ୟାଚ୍ ବାତିଲ ହେବା ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ଥିବା ଭାରତ ଶୃଙ୍ଖଳା ହାରିବାର ଆଉ ପ୍ରଶ୍ନ ନାହିଁ। ତେବେ ଦଳ ହାତରୁ ଆଗୁଆ ଶୃଙ୍ଖଳା କବ୍‌ଜା କରିବା ସୁଯୋଗ ଖସିଯାଇଛି। ଏବେ ଅହମଦାବାଦରେ ୧୯ ତାରିଖରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ଦଳ ପାଖରେ ଶୃଙ୍ଖଳାକୁ ୩-୧ରେ ଜିତିବାର ଆଉ ଏକ ସୁଯୋଗ ରହିଛି। ସେପଟେ ଦକ୍ଷିଣ ଆଫ୍ରିକା ପାଇଁ ଆଉ ଶୃଙ୍ଖଳା ବିଜୟର କୌଣସି ସୁଯୋଗ ନାହିଁ। ବରଂ ଅନ୍ତିମ ମୁକାବିଲା ଏହି ଦଳ ପାଇଁ ଶୃଙ୍ଖଳା ବଞ୍ଚାଇବା ଲାଗି ଶେଷ ସୁଯୋଗ ହୋଇଛି। ଏହ ପୂର୍ବରୁ ଖେଳାଯାଇଥିବା ଟେଷ୍ଟ୍ ଶୃଙ୍ଖଳାକୁ ଦକ୍ଷିଣ ଆଫ୍ରିକା ୨-୦ରେ ଜିତିଥିଲା ବେଳେ ଦିନିକିଆ ଶୃଙ୍ଖଳାକୁ ୧-୨ରେ ହାରିଥିଲା।

Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe