Gambhir's record: ଗମ୍ଭୀରଙ୍କ ରେକର୍ଡ ଚାପେଲଙ୍କଠୁ ବି ଖରାପ

ଦକ୍ଷିଣ ଆଫ୍ରିକାଠାରୁ ଲଜ୍ଜାଜନକ ପରାଜୟ ବରଣ କରିବା ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳର ବେପରୁଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କ ବାହାସ୍ଫୋଟକୁ ଛାଡ଼ି ନାହାନ୍ତି। ପରାଜୟର ଦୋଷ ସିଧାସିଧା ସ୍ବୀକାର କରିବା ପରିବର୍ତ୍ତେ ଭାରତର ଟେଷ୍ଟ୍ ପ୍ରଶିକ୍ଷକ....

tgautagambhir

ଗୁଆହାଟୀ: ଦକ୍ଷିଣ ଆଫ୍ରିକାଠାରୁ ଲଜ୍ଜାଜନକ ପରାଜୟ ବରଣ କରିବା ସତ୍ତ୍ବେ ଭାରତୀୟ କ୍ରିକେଟ୍ ଦଳର ବେପରୁଆ ପ୍ରଶିକ୍ଷକ ଗୌତମ ଗମ୍ଭୀର ତାଙ୍କ ବାହାସ୍ଫୋଟକୁ ଛାଡ଼ି ନାହାନ୍ତି। ପରାଜୟର ଦୋଷ ସିଧାସିଧା ସ୍ବୀକାର କରିବା ପରିବର୍ତ୍ତେ ଭାରତର ଟେଷ୍ଟ୍ ପ୍ରଶିକ୍ଷକ ହେବାକୁ ସେ ହିଁ ସିଠିକ୍ ଲୋକ ବୋଲି କହି ମୋ ଭବିଷ୍ୟତ ନେଇ ନିଷ୍ପତ୍ତି ବିସିସିଆଇ ନେବ ଭଳି ଫୁଟାଣିଆ କଥା ବି କହିଛନ୍ତି। ସେ ମଧ୍ୟ ନିଜ ପଦ ବଜାୟ ରଖିବା ଲାଗି ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍ ଓ ଚାମ୍ପିଅନ୍ସ ଟ୍ରଫି ବିଜୟର ଦ୍ବାହି ଦେଇଛନ୍ତି। ଗମ୍ଭୀରଙ୍କ ବିବାଦୀୟ ରଣନୀତି, ଅଲରାଉଣ୍ଡର୍‌ ପ୍ରେମ, ଦଳ ଚୟନରେ ମାତ୍ରାଧିକ ହସ୍ତକ୍ଷେପ ଏବଂ ଦଳରେ ମାତ୍ରାଧିକ ଅସୁରକ୍ଷିତ ଭାବନା ସୃଷ୍ଟି କରିବାର ଅଭ୍ୟାସକୁ କିନ୍ତୁ ଦୁଇ ପୂର୍ବତନ କ୍ରିକେଟର୍ ଅନିଲ କୁମ୍ବଲେ ଓ ଭେଙ୍କଟେଶ ପ୍ରସାଦ କଡ଼ା ସମାଲୋଚନା କରିଛନ୍ତି। ସେହିଭଳି ବୁଧବାରର ମ୍ୟାଚ୍ ପର ସାମ୍ବା‌ଦିକ ସମ୍ମିଳନୀରେ ଗମ୍ଭୀରଙ୍କ କଥା ଶୁଣିବା ପରେ ତାଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ଭାରତୀୟ କ୍ରିକେଟ୍ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ହଜାର ହଜାର ଲେଖା ଲେଖି ଦାବି କରିଛନ୍ତି।

Assembly from today: ଆଜିଠାରୁ ବିଧାନସଭା: ୨୮ରେ ଅତିରିକ୍ତ ବଜେଟ

ନ୍ୟାୟ ଅପେକ୍ଷାେର ମହାନଦୀ: କଲମାର ୬୬ରୁ ୬୩ ଗେଟ୍ ବନ୍ଦ କରିସାରିଲାଣି ଛତିଶଗଡ଼

ଗମ୍ଭୀରଙ୍କ ଦାବି ବିପରୀତ ତାଙ୍କ ଟେଷ୍ଟ୍ ପ୍ରଶିକ୍ଷଣ ରେକର୍ଡ କିନ୍ତୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ୍ ଦଳର ସବୁଠୁ ବିବାଦୀୟ ପ୍ରଶିକ୍ଷକ ଗ୍ରେଗ୍ ଚାପେଲଙ୍କଠାରୁ ଖରାପ ଥିବା କଥା ପରିସଂଖ୍ୟାନ ଖୋଲୋଖୋଲି ଭାବେ କହୁଛି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ୧୮ଟି ଟେଷ୍ଟ୍ ଖେଳି ୧୦ଟିରେ ପରାଜିତ ହୋଇଛି। ୨୦୦୦ ମସିହାରେ ଜନ୍ ରାଇଟ୍‌ଙ୍କ ଯୁଗ ଆରମ୍ଭ ହେବା ପରଠାରୁ ଭାରତୀୟ ଟେଷ୍ଟ୍ ଦଳର ୭ଜଣ ପ୍ରଶିକ୍ଷକ ରହିଆସିଛନ୍ତି। ସେମାନଙ୍କ ମଧ୍ୟରୁ ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳରେ ଭାରତର ପରାଜୟ ହାର ସବୁଠୁ କମ୍ ଥିଲା ବେଳେ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଏହି ହାର ସର୍ବାଧିକ ରହିଛି। କୁମ୍ବଲେଙ୍କ ପ୍ରଶିକ୍ଷଣରେ ଭାରତ ମାତ୍ର ୫.୯ ପ୍ରତିଶତ ମ୍ୟାଚ୍ ହାରିଥିଲା ବେଳେ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆର ପରାଜୟ ପ୍ରତିଶତ ହେଉଛି ୫୨.୬। ଅନ୍ୟମାନଙ୍କ ମଧ୍ୟରେ ଗ୍ୟାରି କର୍ଷ୍ଟେନଙ୍କ କାର୍ଯ୍ୟକା‌ଳରେ ଭାରତର ପରାଜୟ ପ୍ରତିଶତ ଥିଲା ୧୮.୨। ଗ୍ରେଗ୍ ଚାପେଲଙ୍କ ବେଳେ ଏହି ପ୍ରତିଶତ ଥିଲା ୨୨.୨ ଓ ଜନ୍ ରାଇଟ୍‌ଙ୍କ କ୍ଷେତ୍ରରେ ୨୯.୪, ରାହୁଲ ଦ୍ରାବିଡ଼ଙ୍କ କ୍ଷେତ୍ରରେ ୨୯.୨, ରବି ଶାସ୍ତ୍ରୀଙ୍କ କ୍ଷେତ୍ରରେ ୩୦.୨ ଏବଂ ଡଙ୍କାନ ଫ୍ଲେଚରଙ୍କ କ୍ଷେତ୍ରରେ ହେଉଛି ୪୩.୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe