Secret of PM Modi's Glowing Skin: ଉଜ୍ବଳ ତ୍ବଚାର ରହସ୍ୟ ପଚାରିଲେ କ୍ରିକେଟର ହରଲୀନ୍, ଏଭଳି ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ

ବିଶ୍ବକପ୍ ଜିତି ଇତିହାସ ରଚିଥିବା ଭାରତୀୟ ମହିଳା କ୍ରିକେଟ୍ ଦଳକୁ ବୁଧବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଥିଲେ। ଏହି ସମୟରେ, କ୍ରିକେଟର ହରଲୀନ୍ କୌର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଥିଲେ ଯାହା ସମସ୍ତଙ୍କୁ ହସାଇ ଦେଇଥିଲା।

PM Modi

Harleen Deol Asks PM Narendra Modi Photograph: (sambad.in)

ନୂଆଦିଲ୍ଲୀ: ରବିବାର ଭାରତୀୟ ମହିଳା କ୍ରିକେଟର ଟିମ୍ ବିଶ୍ବକପ ଜିତି ଇତିହାସ ରଚିଥିଲା। ଏହି ଐତିହାସିକ ମୁହୂର୍ତ୍ତ ପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ଲୋକମାନ୍ୟ ତିଳକ ମାର୍ଗସ୍ଥିତ ତାଙ୍କ ବାସଭବନରେ ବିଜୟୀ ଭାରତୀୟ ମହିଳା ବିଶ୍ୱକପ୍ ଦଳକୁ ଭେଟିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଐତିହାସିକ ବିଶ୍ୱକପ୍ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। 

ଆପଣଙ୍କ ତ୍ବଚା ଏତେ ଉଜ୍ଜ୍ବଳ କିପରି?

ଏହି ସମୟରେ, କ୍ରିକେଟର ହରଲୀନ୍ କୌର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଥିଲେ ଯାହା ସମସ୍ତଙ୍କୁ ହସାଇ ଦେଇଥିଲା। କ୍ରିକେଟକୁ ନେଇ ଆଲୋଚନା ମଧ୍ୟରେ ହରଲୀନ୍, ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ ଯେ, "ଆପଣଙ୍କ ତ୍ବଚା ଏତେ ଉଜ୍ଜ୍ବଳ କିପରି? ଆପଣ କିଭଳି ନିଜ ତ୍ବଚାର ଯତ୍ନ ‌ନିଅନ୍ତି ଆମକୁ ଜଣାନ୍ତୁ।" ହରଲୀନଙ୍କଠାରୁ ଏଭଳି ପ୍ରଶ୍ନ ଶୁଣି ହସିଥିଲେ ପ୍ରଧାନମନ୍ତ୍ରୀ। ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 'ଏହା ଉପରେ ମୁଁ ଏତେ ଧ୍ୟାନ ଦେଇନାହିଁ।' ଏହା ଶୁଣି କ୍ରିକେଟର ସ୍ନେହ ରାଣା କହିଥିଲେ ଯେ, 'ଆପଣଙ୍କୁ କୋଟି କୋଟି ଦେଶବାସୀ ବହୁତ ଭଲପାଉଛନ୍ତି ସେଥିପାଇଁ।'

ଦେଶବାସୀଙ୍କ ଭଲପାଇବା ଏହାର କାରଣ

ଏହା ଶୁଣି ପ୍ରଧାନମନ୍ତ୍ରୀ କହିଥିଲେ, "ହଁ, ଏହା ସତ। ଦେଶବାସୀଙ୍କ ଭଲପାଇବା ମୋତେ ଏତେ ବ‌ାଟ ଆଣିଛି। ମୁଁ ୨୫ବର୍ଷ ଧରି ସରକାରରେ ଅଛି। ସରକାର ମୁଖ୍ୟ ଭାବରେ କାର୍ଯ୍ୟ କରିବାରେ ବହୁତ ଦିନ ବିତିଗଲାଣି। ଯେତେବେଳେ ଲୋକମାନେ ଆଶୀର୍ବାଦ ଦିଅନ୍ତି, ଏହାର ପ୍ରଭାବ ପଡ଼ିଥାଏ।"

ଆହୁରି ପଢ଼ନ୍ତୁ: Typhoon Kalmaegi: ଫିଲିପାଇନ୍ସରେ କାଲମେଗୀର ତାଣ୍ଡବ, ଏପର୍ଯ୍ୟନ୍ତ ଗଲାଣି ୨୪୧ଜଣଙ୍କ ଜୀବନ

ଆହୁରି ପଢ଼ନ୍ତୁ: Bihar Election: ସକାଳ ୧୦ଟା ସୁଦ୍ଧା ୧୩.୧୩% ମତଦାନ, ସହର ତୁଳନାରେ ଗାଁରେ ଅଧିକ ମତଦାନ କରିଛନ୍ତି ଲୋକେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe