Harmanpreet Kaur Should Removed: ହରମନଙ୍କୁ ଅଧିନାୟକତ୍ବ ଛାଡ଼ିଦେବା ଉଚିତ୍: ପୂର୍ବତନ ଅଧିନାୟକ ଶାନ୍ତା ରଙ୍ଗାସ୍ବାମୀ

ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବିଶ୍ବକପ ଜିତିଥିଲେ ବି ତାଙ୍କୁ ଅଧିନାୟକତ୍ବ ଛାଡ଼ି ଦେବା ଉଚିତ୍ ବୋଲି କହିଛନ୍ତି ପୂର୍ବ ଅଧିନାୟକ ଶାନ୍ତା ରଙ୍ଗାସ୍ବାମୀ।

Harmanpreet Kaur

Shantha Rangaswamy On Harmanpreet Kaur Photograph: (sambad.in)

ନୂଆଦିଲ୍ଲୀ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ନଭେମ୍ବର ୨ ତାରିଖରେ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ପରାସ୍ତ କରି ପ୍ରଥମ ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ରଚିଥିଲା। ଏହି ଐତିହାସିକ ବିଜୟ ପରେ ଟିମ୍ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପୂର୍ବତନ ଅଧିନାୟକ ଶାନ୍ତା ରଙ୍ଗାସ୍ବାମୀଙ୍କ ବୟାନ ଚର୍ଚ୍ଚାରେ ରହିଛି। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା କ୍ରିକେଟ୍ ଦଳ ବିଶ୍ବକପ ଜିତିଥିଲେ ବି ତାଙ୍କୁ ଅଧିନାୟକତ୍ବ ଛାଡ଼ି ଦେବା ଉଚିତ୍ ବୋଲି କହିଛନ୍ତି ପୂର୍ବ ଅଧିନାୟକ ଶାନ୍ତା ରଙ୍ଗାସ୍ବାମୀ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ହରମନପ୍ରୀତଙ୍କୁ ଅଧିନାୟକ ପଦ ଛାଡିବା ଉଚିତ। ଏହି ବଡ଼ ଦାୟିତ୍ବରୁ ମୁକ୍ତି ପାଇ ସେ ତାଙ୍କ ବ୍ୟାଟିଂ ଏବଂ ଫିଲ୍ଡିଂ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଦଳର ଭବିଷ୍ୟତକୁ ଆଖି ଆଗରେ ରଖି ଏହି ପରିବର୍ତ୍ତନ କରାଯିବା ଉଚିତ।" ତାଙ୍କର ଏହି ବୟାନ ଏବେ ହଇଚଇ ସୃଷ୍ଟି କରିଛି। ହରମନପ୍ରୀତଙ୍କ କ୍ଷମତାକୁ ଅଣଦେଖା କରି ରଙ୍ଗାସ୍ବାମୀ ଏଭଳି କହିଥିବାରୁ ପ୍ରଶଂସକମାନେ ତାଙ୍କୁ ସମାଲୋଚନା କରିଛନ୍ତି।

ପ୍ରତ୍ୟେକ ବିଶ୍ୱକପ୍ ପରେ, ଏହିପରି ବୟାନ ଆସେ: ଅଞ୍ଜୁମ

ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ ଅଧିନାୟକ ଅଞ୍ଜୁମ ଚୋପ୍ରା ରଙ୍ଗାସ୍ୱାମୀଙ୍କ ବୟାନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, "ପ୍ରତ୍ୟେକ ବିଶ୍ୱକପ୍ ପରେ, ଏହିପରି ବୟାନ ଆସେ। କେବଳ ଗତ ଚାରି କିମ୍ବା ପାଞ୍ଚଟି ବିଶ୍ୱକପ୍ ଦେଖନ୍ତୁ, ଆପଣ ଜାଣିପାରିବେ ଯେ, ଏପରି ବୟାନ କେତେ ଥର ଦିଆଯାଇଛି। ଯେତେବେଳେ ଭାରତ ଏକ ଟୁର୍ଣ୍ଣାମେଣ୍ଟ ହାରେ, ସେମାନେ କୁହନ୍ତି ଯେ ହରମନପ୍ରୀତଙ୍କୁ ହଟାଇବା ଉଚିତ। ଯେତେବେଳେ ଭାରତ ଏକ ଟୁର୍ଣ୍ଣାମେଣ୍ଟ ଜିତିଥାଏ, ସେମାନେ କୁହନ୍ତି ଯେ ହରମନପ୍ରୀତଙ୍କୁ ହଟାଇବା ଉଚିତ। ଏହା ଅତି ବିଚିତ୍ର। ପ୍ରତିଥର ଏପରି ବୟାନ ଦିଆଯାଏ। ମୁଁ ଏବେ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହିଁ କାରଣ ଏହାଦ୍ବାରା ଭାରତର ବିଜୟର ମୁହୂର୍ତ୍ତ ଗୁଡ଼ିକ ନଷ୍ଟ ହୋଇଯିବ।"

ହରମନ୍ ସ୍ବତନ୍ତ୍ର: ଅଞ୍ଜୁମ

ହରମନପ୍ରୀତଙ୍କ ଯାତ୍ରା ବିଷୟରେ ଜଣାଇବାକୁ ଯାଇ ଅଞ୍ଜୁମ କହିଛନ୍ତି ଯେ, "ଯେତେବେଳେ ପ୍ରଥମ ଦିନ ମୁଁ ତାଙ୍କୁ ଦେଖିଥିଲି, ସେ ସେତେବେଳେ ଘରୋଇ କ୍ରିକେଟ୍ ଖେଳୁଥିଲେ। ପରେ, ଆମେ ସମସ୍ତେ ୨୦୦୭-୦୮ରେ ଚ୍ୟାଲେଞ୍ଜର ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ମୁମ୍ବାଇର ଏକ ଭାରତୀୟ ଶିବିରରେ ଥିଲୁ। ସେହି ସମୟରେ ମୁଁ ଅନୁଭବ କରିଥିଲି ଯେ, ସେ କେତେ ପ୍ରତିଭାବାନ। ଜଣେ ୧୯ ବର୍ଷରୁ କମ୍ ଖେଳାଳି ଯିଏ ବଲକୁ ଲମ୍ବା ହିଟ୍ କରିପାରିବେ। ମୁଁ ନିଶ୍ଚିତ ଥିଲି ଯେ, ସେ ସ୍ୱତନ୍ତ୍ର।"

ଆହୁରି ପଢ଼ନ୍ତୁ: Lashkar-e-Taiba : ବାଂଲାଦେଶପଟୁ ଆସିବେ ଆତଙ୍କବାଦୀ !

ଆହୁରି ପଢ଼ନ୍ତୁ: Bihar Election 2025: ପ୍ରଚାର ସମୟରେ ମୋଦୀ-ନୀତିଶ କାହିଁକି ଏକାଠି ଦେଖାଯାଇ ନଥିଲେ : ବିଜେପି ଦେଲା ଉତ୍ତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe