Cricket: ଦିନକ ଭିତରେ ନିଷ୍ପତ୍ତି ନନେଲେ ସ୍କଟଲାଣ୍ଡ୍‌କୁ ସୁଯୋଗ

Advertisment

ପୂର୍ବ ନିର୍ଦ୍ଧାରିିତ ସୂଚୀ ଅନୁସାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଭାରତରେ ଖେଳିବାକୁ ପଡ଼ିବ। ଭାରତ ନଆସିଲେ ବିଶ୍ବକପ୍‌ରୁ ବିଦା ହେବ। ଏଥିନେଇ ଦିନକ ଭିତରେ ନିଷ୍ପତ୍ତି ନେବାକୁ ପଡ଼ିବ। ଅନ୍ୟଥା ସ୍କଟଲାଣ୍ଡ୍‌କୁ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିବ।

ପୂର୍ବ ନିର୍ଦ୍ଧାରିିତ ସୂଚୀ ଅନୁସାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଭାରତରେ ଖେଳିବାକୁ ପଡ଼ିବ। ଭାରତ ନଆସିଲେ ବିଶ୍ବକପ୍‌ରୁ ବିଦା ହେବ। ଏଥିନେଇ ଦିନକ ଭିତରେ ନିଷ୍ପତ୍ତି ନେବାକୁ ପଡ଼ିବ। ଅନ୍ୟଥା ସ୍କଟଲାଣ୍ଡ୍‌କୁ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିବ।

icc

ଦୁବାଇ: ପୂର୍ବ ନିର୍ଦ୍ଧାରିିତ ସୂଚୀ ଅନୁସାରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଭାରତରେ ଖେଳିବାକୁ ପଡ଼ିବ। ଭାରତ ନଆସିଲେ ବିଶ୍ବକପ୍‌ରୁ ବିଦା ହେବ। ଏଥିନେଇ ଦିନକ ଭିତରେ ନିଷ୍ପତ୍ତି ନେବାକୁ ପଡ଼ିବ। ଅନ୍ୟଥା ସ୍କଟଲାଣ୍ଡ୍‌କୁ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିବ। ଭାରତ ନଆସିବାକୁ ଦେଖାଉଥିବା ନଖରାମି, ଭାରତର କୌଣସି ସହରରେ ବିଶ୍ବକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ପକାଉଥିବା ଅଯଥା ଚାପ ତଥା ପାକିସ୍ତାନ ସହ ମିଶି ଭାରତକୁ ହଇରାଣରେ ପକାଇବାର ଷଡ଼ଯନ୍ତ୍ରକୁ ନେଇ ଆସିସି ବୁଧବାର ଏଭଳି ଚେତାବନୀ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଦେଇଛି। ଫଳରେ ବଲ୍ ଏବେ ବିସିବି କୋର୍ଟକୁ ଚାଲି ଯାଇଛି। ଏହି ଦେଶର କାମଚଳା ସରକାର ଗତ କିଛି ଦିନ ହେବ ବିସିବିକୁ ହାତ ବାରିସି କରି ଖେଳୁଥିବା ଖେଳ ଏବେ ତା ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି।

ବାଂଲାଦେଶ ଏବେ ବିଶ୍ବକପ୍‌ରୁ ବିଦା ହେବା ସହ କ୍ରିକେଟ୍‌ ଦୁନିଆରେ ଏକଘରିକିଆ ହେବା ଦ୍ବାର ଦେଶରେ ପହଞ୍ଚି ଯାଇଛି। ସୁରକ୍ଷା କାରଣ ଦର୍ଶାଇ କୌଣସି ପରିସ୍ଥିତିରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମ୍ୟାଚ୍‌ ଭାରତରେ ଖେଳିବାକୁ ଦଳ ପଠାଇବ ନାହିଁ ବୋଲି ବିସିବି ଗତ କିଛି ଦିନ ହେବ ଦେଇ ଆସୁଥିବା ଧମକ ପରିପ୍ରେକ୍ଷୀରେ ବୁଧବାର ଆଇସିସି ତା’ର ଗୁରୁତ୍ବପୂର୍ଣ୍ଣ ବୋର୍ଡ ବୈଠକ ବସିଥିଲା। ବହୁ ବୁଝାସୁଝା ପରେ ମଧ୍ୟ ଭାରତ ନଆସିବା ଜିଦ୍‌ରେ ଅଟଳ ରହିଥିବାରୁ ବାଂଲାଦେଶକୁ ବିଶ୍ବକପ୍‌ରୁ ବାଦ୍ ଦେବାକୁ ସର୍ବସମ୍ମତିକ୍ରମେ ଏଥିରେ ନିଷ୍ପତ୍ତି ‌ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ୧୫ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ୧୪ଜଣ ବାଂଲାଦେଶ ବିପକ୍ଷରେ ଭୋଟ ଦେଇଥିଲେ। କେବଳ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାକୁ ସମର୍ଥନ କରିଥିଲା।

ଗତ କିଛି ଦିନ ହେବ ଆଇସିସି ବିଭିନ୍ନ ସ୍ତରରେ ଭାରତ ଆସି ବିଶ୍ବକପ୍‌ ମ୍ୟାଚ୍ ଖେଳିବାକୁ ବିସିବିକୁ ବୁଝାଉଥିଲା। ଏପରିକି ଜଣେ ପର୍ଯ୍ୟବେକ୍ଷକଙ୍କୁ ବାଂଲାଦେଶ ପଠାଇ ଭାରତରେ ସେମାନଙ୍କ ଖେଳାଳିଙ୍କୁ ସୁରକ୍ଷା ଦୃଷ୍ଟିରୁ କୌଣସି ବିପଦ ନାହିଁ ବୋଲି ଜଣାଇଥିଲା। ବାଂଲାଦେଶର ନିଜ ଖେଳାଳିମାନେ ମଧ୍ୟ ପରୋକ୍ଷରେ ବିଶ୍ବକପ୍‌ ମ୍ୟାଚ୍‌ ପାଇଁ ଭାରତ ଆସିବାକୁ ସମ୍ମତି ପ୍ରକାଶ କରିଥିଲେ। ସେଠାକାର ବହୁ ପୂର୍ବତନ କ୍ରିକେଟର୍‌ ମଧ୍ୟ ଆଇସିସି ଓ ବିସିସିଆଇ ସହ ବିନା କାରଣରେ ବିବାଦରେ ନଫସିବାକୁ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ବେ ବିସିବିର କିଛି ଅଧିକାରୀ ସମାଧାରଣରେ ଆଇସିସି ଓ ବିସିସିଆଇକୁ ଅପମାନିତ କରି ଚାଲିଥିଲେ। ପିସବିିକୁ ହାତ କରି ମାମଲାକୁ ଆହୁରି ବିବାଦୀୟ କରିବାକୁ ଚେଷ୍ଟା କରି ଆସୁଥିଲେ। ଏପରିକି ବିସିବିକୁ ସମର୍ଥନ କରି ବାଂଲାଦେଶର ବିଶ୍ବକପ୍‌ ମ୍ୟାଚ୍‌ଗୁଡ଼ିକ ଆୟୋଜନ ନିଜ ଦେଶରେ କରିବାକୁ ଆଇସିସିକୁ ପିସିବି ପତ୍ର ଲେଖିଥିଲା। ପିସିବିର ଗୋଳିଆ ପାଣିରୁ ଫାଇଦା ଉଠାଇବା ମସୁଧାକୁ ବୁଝି ଆଇସିସି ବୋର୍ଡ ବୈଠକ ଡାକି ଏଥିନେଇ ଭୋଟ କରି ନେଇଛି। ଏବେ ବାଂଲାଦେଶ ପାଇଁ ଭାରତ ଆସିବା ନଛଡ଼ା ଅନ୍ୟ ସବୁ ରାସ୍ତା ବନ୍ଦ ହୋଇଯାଇଛି।

ଆହୁରି ପଢ଼ନ୍ତୁ: Space Surveillance: ସୀମା ସଂଘର୍ଷ ପରେ ଭାରତ ମହାକାଶ-ଭିତ୍ତିକ ନିରୀକ୍ଷଣ କଡ଼ାକଡ଼ି କରୁଛି

ସୁରକ୍ଷା ପାଇଁ ପ୍ରତିଶ୍ରୁତି

ଏହି ବୈଠକରେ ଆଇସିସି ଅଧ୍ୟକ୍ଷ ଜୟ ସାହଙ୍କ ସହ ବିସିସିଆଇ ସଂପାଦକ ଦେବଜିତ ସାଇକିଆ ଏବଂ ସମସ୍ତ ଅଂଶଗ୍ରହଣକାରୀ ବୋର୍ଡର ଅଧିକାରୀ କିମ୍ବା ସଂପାଦକ, ବିସିବି ସଭାପତି ଅମିନୁଲ ଇସଲାମ, ଦୁଇଟି ସହଯୋଗୀ ସଦସ୍ୟ ବୋର୍ଡର ନିର୍ଦ୍ଦେଶକ, ଆଇସିସି ସିଇଓ ସଂଯୋଗ ଗୁପ୍ତା, ଆଇସିସି ଉପାଧ୍ୟକ୍ଷ ଇମ୍ରାନ ଖୱାଜା, ମହାପ୍ରବଦ୍ଧକ ଗୌରବ ସକ୍ସେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିସିବି ସଭାପତି ଇସଲାମଙ୍କୁ ଆଇସିସି ଦୁର୍ନୀତି ନିବାରଣ ୟୁନିଟ୍‌ର ମୁଖ୍ୟ ଆଣ୍ଡ୍ର୍ୟୁ ଏଫାଗ୍ରେଭ୍‌ ବ୍ୟକ୍ତିଗତ ଭାବେ ସୁରକ୍ଷା ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ତେବେ ସରକାରଙ୍କ ସହ ଆଲୋଚନା କରି ଅନ୍ତିମ ନିଷ୍ପତ୍ତି ନେବେ ବୋଲି ଇସଲାମ ବୈଠକ ପରେ କହିଥିଲେ। ସୂଚନାଯୋଗ୍ୟଯେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ବିରୋଧ କରି ବାଂଲାଦେଶ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ନିଜ ଦଳକୁ ବାଦ୍ ଦେବା ପରେ ବିବାଦର ସୂତ୍ରପାତ ହୋଇଥିଲା। ସେବେଠୁ ଭାରତରେ ବିଶ୍ବକପ୍‌ ଖେଳିବ ନାହିଁ ବୋଲି ବିସିବି ଜିଦ୍ ଧରିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍-ସିରେ ଥିବା ବାଂଲାଦେଶ ନିଜ ପ୍ରତମ ୩ ମ୍ୟାଚ୍‌ କୋଲକାତାରେ ଫେବ୍ରୁଆରି ୭,୯ ଓ ୧୪ରେ ଏବଂ ଶେଷ ମ୍ୟାଚ୍ ଫେବ୍ରୁଆରି ୧୭ରେ ମୁମ୍ବାଇରେ ଖେଳିବାର ଅଛି।

ଆହୁରି ପଢ଼ନ୍ତୁ: APPLE Pay: ଭାରତରେ ଖୁବଶୀଘ୍ର ମିଳିବ ଆପଲ ପେମେଣ୍ଟ ସେବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe