ଅହମଦାବାଦ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ‌ଟ୍ବେଣ୍ଟି୨୦ ବିଶ୍ବକପ୍‌-୨୦୨୬ର ଫାଇନାଲ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ଖେଳପ୍ରେମୀ, ପ୍ରଶଂସକ ଓ ଦର୍ଶକଙ୍କର ଦୃଦୟ ଜିତିଛନ୍ତି। ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତୀୟ ଖେଳାଳିମାନେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୫୫ ରନ୍‌ ସଂଗ୍ରହ କରିଛନ୍ତି। ଫଳରେ ନ୍ୟୁଜିଲାଣ୍ଡକୁ ଚାମ୍ପିଅନ ହେବା ପାଇଁ ୨୫୬ ରନ୍‌ର ଲକ୍ଷ୍ୟ ମିଳିଛି। 

Advertisment

ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତର ଇନିଂସ ଆରମ୍ଭ କରିଥିଲେ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା। ଉଭୟ ବ୍ୟାଟର ପ୍ରଥମ ୱିକେଟ ପାଇଁ ୯୮ ରନ୍‌ର ଭାଗିଦାରୀ କରିପାରି ଥିଲେ। ଅଭିଷେକ ଶର୍ମା ଆଉଟ୍‌ ହୋଇ ପାଭିଲିନ ଫେରି ଆସିବା ପୂର୍ବରୁ ୫୨ ରନ୍‌ ସଂଗ୍ରହ କରିଥିଲେ। ସେ ୨୧ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ। 

ଆହୁରି ପଢ଼ନ୍ତୁ: Indian women's cricket: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଐତିହାସିକ ଶୃଙ୍ଖଳା ବିଜୟ:୨-୧ରେ ଅଷ୍ଟ୍ରେଲିଆକୁ ହରାଇଲା

ଭାରତ ପାଇଁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନ ବ୍ୟକ୍ତିଗତ ଭାବେ ୮୯ ରନ୍‌ ସଂଗ୍ରହ କରିଥିଲେ। ସେ ୪୫ଟି ବଲ୍‌ ଖେଳି ୫ଟି ଚୌକା ଏବଂ ୮ଟି ଛକା ମାରିଥିଲେ। କେବଳ ଏତିକି ନୁହେଁ ସାମସନ ଦ୍ବିତୀୟ ୱିକେଟ୍‌ ପାଇଁ ଇଶାନ କିଶନଙ୍କ ସହିତ ୧୦୫ ରନ୍‌ର ଭାଗିଦାରୀ କରିପାରି ଥିଲେ। ଈଶାନ କିଶନ ମଧ୍ୟ ୨୪ଟି ବଲ୍‌ ଖେଳି ୫୪ ରନ୍‌ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ୧୮ ରନ୍‌ ସଂଗ୍ରହ ହୋଇଥିଲା। ସେ ୧୩ଟି ବଲ୍‌ ଖେଳି ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ।