ପାଟନା: ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଚୀନ୍କୁ ୧-୦ରେ ପରାସ୍ତ କରି ଟାଇଟଲ ଜିତିଛି। ଭାରତୀୟ ମହିଳା ଦଳ ତୃତୀୟ ଥର ପାଇଁ ଟାଇଟଲ୍ ଜିତିଛି।
ବିହାରର ରାଜଗିରି ହକି ଷ୍ଟାଡ଼ିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ତୃତୀୟ କ୍ୱାର୍ଟରରେ ଦୀପିକା ଭାରତ ପାଇଁ ଏକ ଗୋଲ୍ ସ୍କୋର କରିଥିଲେ ଯାହା ଶେଷରେ ନିର୍ଣ୍ଣାୟକ ବୋଲି ପ୍ରମାଣିତ ହୋଇଥିଲା।
ଗତ ବର୍ଷ ରାଞ୍ଚିରେ ଏବଂ ୨୦୧୬ରେ ସିଙ୍ଗାପୁରରେ ଏହି ଟାଇଟଲ୍ ଜିତିଥିବା ଭାରତୀୟ ଦଳ ଅତୁଳନୀୟ ସମନ୍ୱୟ ଏବଂ ସଂଯମତା ପ୍ରଦର୍ଶନ କରି ଚୀନ୍କୁ ପଛରେ ପକାଇ ଦେଇଥିଲା। ଗୋଲହୀନ ପ୍ରଥମାର୍ଦ୍ଧ ପରେ ଦୀପିକା ଦ୍ୱିତୀୟାର୍ଦ୍ଧର ପ୍ରଥମ ମିନିଟରେ ଭାରତକୁ ଦିଆଯାଇଥିବା ପେନାଲ୍ଟି କର୍ଣ୍ଣରରେ ଗୋଲ ସ୍କୋର କରି ବିହାର ସ୍ପୋର୍ଟସ ୟୁନିଭରସିଟି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲେ।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର-ଝାଡ଼ଖଣ୍ଡ ଏକ୍ଜିଟ୍ ପୋଲ୍: ଏନଡିଏ ଆଗୁଆ, ଇଣ୍ଡିଆ ମେଣ୍ଟକୁ ବଡ଼ ଝଟ୍କା
ତୃତୀୟ କ୍ୱାର୍ଟରରେ ନିଜକୁ ଅଗ୍ରଣୀ କରିବା ଲାଗି ଭାରତକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଥିଲା, କିନ୍ତୁ ୪୨ ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକରେ ଦୀପିକାଙ୍କ ସଟ୍କୁ ଡାହାଣ ପଟକୁ ଚାଇନାର ଗୋଲକିପର ଠେଲି ଦେଇଥିଲେ। ଚତୁର୍ଥ କ୍ୱାର୍ଟରରେ ଭାରତ ମଧ୍ୟ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା କିନ୍ତୁ ଏହା କୌଣସି ଫଳାଫଳ ଦେଇ ନ ଥିଲା।
ଏଥି ସହିତ, ଭାରତୀୟ ଖେଳାଳିମାନେ ପୁଣି ଥରେ ଫିନିସିଂ ସ୍ପର୍ଶ ପାଇଁ ସଂଘର୍ଷ କରିଥିଲେ। ଜାପାନ ବିପକ୍ଷ ସେମିଫାଇନାଲରେ ୧୬ ଟି ପେନାଲ୍ଟି କର୍ଣ୍ଣର ମଧ୍ୟରୁ ଗୋଟିଏକୁ ମଧ୍ୟ ଗୋଲ୍ରେ ରୂପାନ୍ତର କରିପାରି ନ ଥିବା ଭାରତୀୟ ଦଳର ଦୁର୍ବଳତା ଫାଇନାଲର ପ୍ରଥମ ୩୧ମିନିଟରେ ପୁନର୍ବାର ଦୃଶ୍ୟମାନ ହୋଇଥିଲା। ଦଳର ଚାରିଟି ପେନାଲ୍ଟି କର୍ଣ୍ଣର ବୃଥା ହୋଇଥିଲା।
ଅଧିକ ପଢ଼ନ୍ତୁ: ପାକିସ୍ତାନୀ ସେନା ଉପରେ ଟିଟିପି ଆତଙ୍କବାଦୀ ଆକ୍ରମଣ: ୧୭ଯବାନଙ୍କ ଗଳାକାଟି ହତ୍ୟା
Follow Us