Advertisment

India vs New Zealand 2nd T20I: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୭ୱିକେଟ୍‌ରେ ବିଜୟୀ

Advertisment

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଆଜି ରାୟପୁରସ୍ଥିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଛି। ଏହି ମୁକାବିଲାରେ ଭାରତ ୭ୱିକେଟ୍‌ରେ ବିଜୟୀ ହୋଇଛି।

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଆଜି ରାୟପୁରସ୍ଥିତ ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଛି। ଏହି ମୁକାବିଲାରେ ଭାରତ ୭ୱିକେଟ୍‌ରେ ବିଜୟୀ ହୋଇଛି।

india

ରାୟପୁର: ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଶତକୀୟ ଭାଗୀଦାର ବଳରେ ଭାରତ ଆଉ ଏକ ଜବରଦସ୍ତ ବିଜୟ ପାଇଛି। ଫଳରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି ଭାରତ। ୨୦୯ ବିଜୟ ଲକ୍ଷ୍ୟକୁ ଭାରତ ୨୮ ବଲ୍‌ ପୂର୍ବରୁ ହାସଲ କରି ବିଶ୍ବକପ୍‌ର ଦୁଇ ସପ୍ତାହ ପୂର୍ବରୁ ଆତ୍ମବିଶ୍ବାସରେ ରହିଥିବା ଆଭାସ ବି‌ ଦେଇଛି। ଟସ୍‌ ଜିତି ସୂର୍ଯ୍ୟକୁମାର ଯାଦବ ନ୍ୟୁଜିଲାଣ୍ଡ୍‌କୁ ବ୍ୟାଟିଂ ପାଇଁ ଡାକିଥିଲେ। ପାୱାର ପ୍ଲେ ଭିତରେ ଭାରତ ୨ ୱିକେଟ୍‌ ବାହାର କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ୍‌ ୬୪ ରନ୍‌ ସଂଗ୍ରହ କରି ନେଇଥିଲା।

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ରାଚିନ ରବୀନ୍ଦ୍ର (୨୬ ବଲ୍‌ରୁ ୪୪ ରନ୍) ଏବଂ ଶେଷ ଭାଗରେ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ (୨୭ ବଲ୍‌ରୁ ୪୭* ରନ୍) ନ୍ୟୁଜିଲାଣ୍ଡ୍‌କୁ ୨୦୮ ରନ୍‌ରେ ପହଞ୍ଚାଇ ଦେଇଥିଲେ। ଜବାବରେ ଭାରତ ମଧ୍ୟ ଅନୁରୂପ ଭାବେ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଥମ ୭ ବଲ୍‌ ଭିତରେ ସଂଜୁ ସାମସନ୍‌ ଓ ଅଭିଷେକ ଶର୍ମାଙ୍କୁ ହରାଇଥିଲା। ତଥାପି ପାୱାର ପ୍ଲେ ଭିତରେ ଭାରତ ୨ ୱିକେଟ୍‌ରେ ୭୫ ରନ୍‌ ସଂଗ୍ରହ କରିଥିଲା। 

ଈଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ

ଏହି ସମୟରେ ଈଶାନ କିଶନ ନିଜ ଖେଳ ଜୀବନର ଅନ୍ୟତମ ଶ୍ରେଷ୍ଠ ପାଳି ଖେଳିଥିଲେ। ୨୧ ବଲ୍‌ରୁ ଅର୍ଦ୍ଧଶତକ ହାସଲ ପରେ ୩୨ ବଲ୍‌ରୁ ୭୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହା ମଧ୍ୟରେ ୧୧ ଚୌକା ଓ ୪ ଛକା ସାମିଲ ଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବି ଏକ ବହୁ ପ୍ରତୀକ୍ଷିତ ପାଳି ଖେଳିଥିଲେ। ସେ ୨୩ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। ଏଥି ସହିତ ୧୫ ମାସ ଓ ୨୬ ମ୍ୟାଚ୍‌ ପରେ ଟ୍ବେଣ୍ଟି-୨୦ ଅର୍ଦ୍ଧଶତକ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ ସେ। ଈଶାନ ଓ ସୂର୍ଯ୍ୟ ୮ ଓଭରରେ ୧୨୨ ରନ୍‌ ଯୋଡ଼ିବା କଷ୍ଟସାଧ୍ୟ ଲକ୍ଷ୍ୟକୁ ସହଜ କରି ଦେଇଥିଲା। ସୂର୍ଯ୍ୟଙ୍କ ୩୭ ବଲ୍‌ ୮୨* ରନ୍‌ ପାଳିରେ ୪ ଛକା, ୯ ଚୌକା ସାମିଲ ଥିଲା। ଶିବମ ଦୁବେ ମଧ୍ୟ ୧୮ ବଲ୍‌ରୁ ୩ ଛକା ବଳରେ ୩୬* ରନ୍‌ ସଂଗ୍ରହ କରି ବିଜୟରେ ନିଜ ଯୋଗଦାନ ରଖିଥିଲେ। ଜ୍ୟାକ୍‌ ଫକ୍ସ ତାଙ୍କ ୪ ଓଭରରେ ୬୭ ରନ୍‌ ବ୍ୟୟ କରି ନ୍ୟୁଜିଲାଣ୍ଡ୍‌ ପାଇଁ ନୂଆ ରେକର୍ଡ କରିଥିଲେ।

ଆହୁରି ପଢ଼ନ୍ତୁ: Ashwini Vaishnaw: ବିଶ୍ୱସ୍ତରରେ ଯନ୍ତ୍ରପାତି ନିର୍ମାତାଙ୍କୁ ଭାରତ ପ୍ରତି ଆକର୍ଷିତ କରୁଛି: କେନ୍ଦ୍ରମନ୍ତ୍ରୀ

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ୍‌ ୨୦ ଓଭରରେ ୨୦୮/୬ (ମିଚେଲ୍‌ ସାଣ୍ଟନର୍‌-୪୭*, ରାଚିନ ରବୀନ୍ଦ୍ର-୪୪, କୁଲଦୀପ ଯାଦବ-୨/୩୫, ଶିବମ ଦୁବେ-୧/୭, ହାର୍ଦିକ ପାଣ୍ଡ୍ୟା-୧/୨୫, ବରୁଣ ଚକ୍ରବର୍ତ୍ତୀ-୧/୩୫, ହର୍ଷିତ ରାଣା-୧/୩୫)। ଭାରତ ୧୫.୨ ଓଭରରେ ୨୦୯/୩ (ସୂର୍ଯ୍ୟକୁମାର ଯାଦବ-୮୨*, ଈଶାନ କିଶନ-୭୬, ଶିବମ ଦୁବେ-୩୬*, ଈଶ ସୋଢ଼ୀ-୧/୩୪, ଜାକବ ଡଫି-୧/୩୮, ମ୍ୟାଟ୍‌ ହେନରି-୧/୪୧)

ଆହୁରି ପଢ଼ନ୍ତୁ: Hockey: ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି: ସମ୍ବଲପୁରର କ୍ରମାଗତ ବିଜୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe