କଟକ: ୩ ଓ ୪ ତାରିଖ ଦୁଇ ଧରି ଚାଲିଥିବାଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକଟ ବିକ୍ରି ପ୍ରକ୍ରିୟା ଶେଷ ହୋଇଛି। ଏହି ଦୁଇ ଦିନରେ ଓସିଏ ସହିତ ୭୩ଟି ଅନୁବନ୍ଧିତ ସଂସ୍ଥା (୩୩ ଜିଲ୍ଲା ଆସୋସିଏସନ୍, ୨୦ ଅନୁବନ୍ଧିତ କ୍ଲବ୍, ୧୧ ସ୍କୁଲ୍, ୩ କଲେଜ ଓ ୨ଟି ବିଶ୍ବବିଦ୍ୟାଳୟ), ୬ଟି ସରକାରୀ ଅନୁଷ୍ଠାନ, ୨ ଜଣ ଆପେକ୍ସ କାଉନସିଲ୍ ମେମ୍ବରଙ୍କୁ ୧୧ ହଜାର ଟିକଟ ବିକ୍ରି କରାଯିବା ସହ ସେମାନଙ୍କ କୋଟା ମୁତାବକ କମ୍ପ୍ଲିମେଣ୍ଟାରି ପାସ୍ ଦିଆଯାଇଛି। ଗତକାଲି ସକାଳ ୧୦ଟାରୁ ଆରମ୍ଭ ହୋଇ ଗୁରୁବାର ସନ୍ଧ୍ୟା ୬ଟାରେ ଏହି ଟିକଟ ବିକ୍ରି ଶେଷ ହୋଇଥିଲା। ଆସନ୍ତାକାଲିଠାରୁ ଦୁଇ ଦିନ ଧରି କାଉଣ୍ଟର୍ରେ ଟିକଟ ବିକ୍ରି ହେବ। କମ୍ ମୂଲ୍ୟର ଗ୍ୟାଲେରି ଟିକଟ ପାଇଁ ୩ଟି କାଉଣ୍ଟର ହେବ। ଏହି କାଉଣ୍ଟରରୁ ଗୋଟିଏ ମହିଳା ଓ ୨ଟି ପୁରୁଷଙ୍କ ପାଇଁ ରହିବ। ଷ୍ଟାଡିୟମରେ ଥିବା ବକ୍ସଅଫିସରେ ଏହି ୩ଟି କାଉଣ୍ଟର୍ ହେବ। ସେହିପରି ହର୍ଷ ଗେଟ୍ ପାଖରେ ଅଧିକ ମୂଲ୍ୟର ଟିକଟ ପାଇଁ ଦୁଇଟି କାଉଣ୍ଟର୍ ହେବ। ଗୋଟିଏ ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ।
TRAI : ଭାରତ ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ୫ଜି ସେବା ଲାଗୁ କରିଛି : ଟ୍ରାଇ ଅଧ୍ୟକ୍ଷ
ସକାଳ ୯ଟାରୁ କାଉଣ୍ଟର୍ ଖୋଲିବ। ହେଲେ ସକାଳ ୬ଟାରୁ ସାଧାରଣ ଦର୍ଶକ ଧାଡ଼ି ବାନ୍ଧି ପାରିବେ ବୋଲି ଜଣାପଡ଼ିଛି। କାଉଣ୍ଟର୍ରେ ବିକ୍ରି ପାଇଁ ମୋଟ ୧୦ ହଜାର ଟିକଟ ରହିଛି। ୧ ନଂ ଓ ୩ ନଂ ଗ୍ୟାଲେରି ପାଇଁ ଟିକଟର ମୂଲ୍ୟ ୧୧୦୦ ଟଙ୍କା ରହିଥିବା ବେଳେ ୨ ନମ୍ବର ଓ ୪ ନମ୍ବର ଗ୍ୟାଲେରି ୯୦୦ ଟଙ୍କା, ୫ନମ୍ବର ଗ୍ୟାଲେରି ଟିକଟ ମୂଲ୍ୟ ୧୨୦୦ ଟଙ୍କା ରହିଛି। ସେହିପରି ୬ ନମ୍ବର ଗ୍ୟାଲେରି କେବଳ କମ୍ପ୍ଲିମେଣ୍ଟାରି ପାସ୍ ପାଇଁ ଉଦ୍ଦିଷ୍ଟ ରହିଛି। ଅନ୍ୟପଟେ ୭ ନମ୍ବର ପାଇଁ ୭୦୦ଟଙ୍କା, ସ୍ପେସାଲ ଏନ୍କ୍ଲୋଜର ୬ ହଜାର ଟଙ୍କା, ଏସି ବକ୍ସ ୮ ହଜାର ଟଙ୍କା, ନ୍ୟୁ ପ୍ୟାଭିଲିୟନ୍ ୧୦ ହଜାର ଟଙ୍କା ଓ କର୍ପୋରେଟ ବକ୍ସ ପାଇଁ ଟିକଟ ମୂଲ୍ୟ ୨୦ ହଜାର ଟଙ୍କା ରହିଛି। ଟିକଟ ବିକ୍ରି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ
କଟକ: ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ କଟକ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଖେଳାଳି, ଭିଆଇପି ଓ ଦର୍ଶକଙ୍କ ସୁରକ୍ଷା ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଗୁରୁବାର ବାରବାଟୀ ଷ୍ଟାଡିୟମ୍ରେ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ ନିୟୋଜିତ ହେବାକୁ ଥିବା ପୁଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ସୂଚନା ଅନୁଯାୟୀ, ଏଥର ବାରବାଟୀ ଷ୍ଟାଡିୟମ୍ର ସୁରକ୍ଷା ବ୍ୟବସ୍ଥାରେ ୯ ଜଣ ଅତିରିକ୍ତ ଏସ୍ପି, ୪୦ ଡିଏସ୍ପି, ୬୫ ଇନ୍ସ୍ପେକ୍ଟର, ୩୨୫ ଏସ୍ଆଇ, ୩୮ ହାବିଲଦାର/କନେଷ୍ଟବଳ, ୨୦୮ ଏପିଆର କନେଷ୍ଟବଳ, ୭୩ ମହିଳା କନେଷ୍ଟବଳ, ୧ ୟୁନିଟ୍ ଓଡ୍ରାଫ୍, ୨ ୟୁନିଟ ଏସ୍ଟିୟୁ ଏବଂ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ବାରବାଟୀ ଷ୍ଟାଡିୟମ୍ ଓ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନାରେ ଏହି ସୁରକ୍ଷାକର୍ମୀ ମୁତୟନ ହେବେ। ଆସନ୍ତା ୭ ତାରିଖରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ଭୁବନେଶ୍ୱରଠାରେ ପହଞ୍ଚିବେ। ୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମଠାରେ ଉଭୟ ଟିମ୍ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ମ୍ୟାଚ୍ ଅନୁଷ୍ଠିତ ହେବ।
ବିମାନବନ୍ଦର, ମ୍ୟାଚ୍ ପାଇଁ ହୋଟେଲ୍ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମ୍ ଏବଂ ଖେଳାଳିଙ୍କ ଯାତାୟାତ ରାସ୍ତାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟାଡିୟମ୍ ଭିତରେ ଓ ବାହାରେ ଶୃଙ୍ଖଳିତ ଆୟୋଜନ ଓ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଖେଳାଳିଙ୍କୁ ନେବା ଆଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନ ହେବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୁଲିସ ଡିଜି ୱାଇ.ବି.ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆସନ୍ତାକାଲି ଦିନ ୧୦ଟାରୁ କାଉଣ୍ଟର୍ରେ ଟିକଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
Follow Us