India Vs South Africa Photograph: (SAMBAD.IN)
ଲଣ୍ଡନ: ଜିମ୍ବାଓ୍ବେ ବିପକ୍ଷରେ ବଡ଼ ବିଜୟ ସହ ପୁଣି ଥରେ ସେମିଫାଇନାଲଦୌଡ଼କୁ ଫେରିଆସିଛି ଭାରତ। ଏବେ ସମସ୍ତଙ୍କ ନଜର ଆସନ୍ତା ମାର୍ଚ୍ଚ ୧ରେ ହେବାକୁ ଥିବା ଓ୍ବେଷ୍ଟ୍-ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଉପରେ ରହିଛି, କାରଣ ଏହି ମ୍ୟାଚ୍ ସେମିଫାଇନାଲ ପୂର୍ବରୁ କ୍ବାର୍ଟର ଫାଇନାଲ୍ ପରି ହୋଇଛି। ତେବେ ଏହି ମ୍ୟାଚ୍ପୂର୍ବରୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍। ସେ କହିଛନ୍ତି ଯେ ଜିମ୍ବାଓ୍ବେ ବିପକ୍ଷରେ ବିଜୟ ପରେ ଭାରତ ପୁଣି ଥରେ ଟାଇଟେଲ୍ ବିଜୟ ଦୌଡ଼କୁ ଆସିଯାଇଛି ।
ଫାଇନାଲକୁ ଯିବ ଭାରତ
ଭାରତ କେବଳ ସେମି-ଫାଇନାଲ ନୁହେଁ, ଫାଇନାଲକୁ ବି ଯିବାର ସମ୍ଭାବନା ରହିଛି। ଏଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇପାରେ ବୋଲି ସେ କହିଛନ୍ତି। ଓ୍ବେଷ୍ଟ-ଇଣ୍ଡିଜ୍ ମ୍ୟାଚ୍ରେ ବି ଭାରତର ବିଜୟ ସମ୍ଭାବନା ଅଧିକ ରହିବ ବୋଲି ପୂର୍ବାନୁମାନ କରି ସେ କହିଛନ୍ତି ଯେ ଭାରତୀୟ ଦଳ ବେଶ ଶକ୍ତିଶାଳୀ ଅଛି। ପଶ୍ଚାତ୍ଧାବନ ଲାଗି କୋଲକାତାଏକ ଭଲ ପଡ଼ିଆ। ଏପରିକି ଭାଗ୍ୟ ସମର୍ଥନ ନ କଲେ ବି ଭାରତ ଜିତିପାରିବ। ବେଳେବେଳେ ସାମାନ୍ୟ ବିଫଳତା ଭବିଷ୍ୟତ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ।
ଆହୁରି ପଢନ୍ତୁ - Tamil Nadu Assembly Election : ତାମିଲନାଡ଼ୁ ବିଧାନସଭା ନିର୍ବାଚନ, କଂଗ୍ରେସକୁ ୨୮ ଆସନ ଦେଇପାରେ ଡିଏମ୍କେ
Follow Us