Advertisment

IND vs NZ Final: ପୁଣି ଥରେ ଭାରତ ହେଲା ବିଶ୍ବ ବିଜୟୀ, ନ୍ୟୁଜିଲାଣ୍ଡର ସ୍ବପ୍ନ ଧୂଳିସାତ୍‌

Advertisment

ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି...

ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି...

india win....jpg

ଅହମଦାବାଦ: ଭାରତୀୟ ପୁରୁଷ କ୍ରିକେଟ୍‌ ଟିମ୍‌ ଅହମଦାବାଦରେ ଦେଶର କୋଟିକୋଟି ପ୍ରଶଂସକ, କ୍ରୀଡ଼ାପ୍ରେମୀ ଓ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ ଦର୍ଶକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଯେତିକି ଉତ୍ସାହିତ ହୋଇଛନ୍ତି, ଜମ୍ମୁ କଶ୍ମୀରରୁ କନ୍ୟାକୁମାରୀ ଏବଂ ମଣିପୁରରୁ ରାଜସ୍ଥାନ ପର୍ଯ୍ୟନ୍ତ ଗାଁଠାରୁ ସହର ପର୍ଯ୍ୟନ୍ତ ରହୁଥିବା ଲୋକେ ସେତିକି ଗର୍ବ ଅନୁଭବ କରିଛନ୍ତି। କ୍ରିକେଟ୍‌ପ୍ରେମୀମାନେ ରବିବାର ରାତିରେ ଭାରତୀୟ ଟିମ୍‌ର ବିଜୟକୁ ଦୀପାବଳି ଭଳି ପାଳନ କରିଛନ୍ତି। ଭାରତୀୟ ସହରଗୁଡ଼ିକରେ ବାଣ ଓ ଫୋଟକାର ଶଦ୍ଦ ଦୀପାବଳିର ଝଲକ ଦେଖାଯାଇଛି। କେବଳ ଏତିକି ନୁହେଁ, ଭାରତ ବାହାରେ ରହୁଥିବା ଭାରତୀୟ ନାଗରିକମାନେ ମଧ୍ୟ ଉତ୍ସାହିତ ଦେଖାଯାଇଛନ୍ତି। ଟି୨୦ ବିଶ୍ବକପ୍‌ରେ ଭାରତ କ୍ରମାଗତ ଦ୍ବିତୀୟ ଥର ଚାମ୍ପିଅନ ହୋଇଥିବା ବେଳେ ଏହି ଟ୍ରଫି ପାଇଁ ସ୍ବପ୍ନ ଦେଖିଥିବା କ୍ବିୱି ଦଳର ସ୍ବପ୍ନ ଧୂଳିସାତ୍‌ ହୋଇଛି। ପୂର୍ବରୁ ଭାରତ ୨୦୨୪ରେ ଟି୨୦ ବିଶ୍ବକପ୍‌ ଚାମ୍ପିଅନ ହୋଇଥିଲା। ଆଜି ଭାରତର ବିଜୟରେ ସଂଜୁ ସାମସନ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ଅଭିଷେକ ଶର୍ମା ଓ ଈଶାନ କିଶନ ନାୟକ ସାଜିଛନ୍ତି। ଏହି ମ୍ୟାଚ୍‌ରେ ଅନ୍ୟ ଭାରତୀୟ ଖେଳାଳି ମଧ୍ୟ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି।   

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ‌ଟ୍ବେଣ୍ଟି୨୦ ବିଶ୍ବକପ୍‌-୨୦୨୬ର ଫାଇନାଲ ମ୍ୟାଚ୍‌ରେ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ସମସ୍ତ  ୱିକେଟ୍‌ ହରାଇ ୧୫୯ ରନ୍ କରିପାରିଛି। ଫଳରେ ଅତିଥି ଦଳ ଫାଇନାଲ ମ୍ୟାଚ୍‌କୁ ୯୬ ରନ୍‌ରେ ହାରିଛି। ନ୍ୟୁଜିଲାଣ୍ଡ ପାଇଁ ଟିମ୍‌ ସିଫର୍ଟ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌ ଖେଳି ୨ଟି ଚୌକା ଓ ୫ଟି ଛକା ମାରିଥିଲେ। ଅଧିନାୟକ ମିଚେଲ ସାଣ୍ଟନର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କୁ କୌଣସି ଖେଳାଳି ଭଲ ସମର୍ଥନ ଯୋଗାଇ ପାରି ନଥିଲେ। 

team india celebration

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୫୫ ରନ୍‌ ସଂଗ୍ରହ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ଚାପଗ୍ରସ୍ତ ହୋଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ୫୦ ରନ୍‌ ପୂର୍ବରୁ ଆଗଧାଡ଼ିର ୩ଜଣ ଖେଳାଳିଙ୍କୁ ହରାଇଥିଲା। ଏହି ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହିତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତର ଇନିଂସ ଆରମ୍ଭ କରିଥିଲେ ସଂଜୁ ସାମସନ ଏବଂ ଅଭିଷେକ ଶର୍ମା। ଉଭୟ ବ୍ୟାଟର ପ୍ରଥମ ୱିକେଟ ପାଇଁ ୯୮ ରନ୍‌ର ଭାଗିଦାରୀ କରିପାରି ଥିଲେ। ଅଭିଷେକ ଶର୍ମା ଆଉଟ୍‌ ହୋଇ ପାଭିଲିନ ଫେରି ଆସିବା ପୂର୍ବରୁ ୫୨ ରନ୍‌ ସଂଗ୍ରହ କରିଥିଲେ। ସେ ୨୧ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୩ଟି ଛକା ମାରିଥିଲେ। 

ଆହୁରି ପଢ଼ନ୍ତୁ: Indian women's cricket: ଭାରତୀୟ ମହିଳା କ୍ରିକେଟ୍‌ ଦଳର ଐତିହାସିକ ଶୃଙ୍ଖଳା ବିଜୟ:୨-୧ରେ ଅଷ୍ଟ୍ରେଲିଆକୁ ହରାଇଲା

ଭାରତ ପାଇଁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ସଂଜୁ ସାମସନ ବ୍ୟକ୍ତିଗତ ଭାବେ ୮୯ ରନ୍‌ ସଂଗ୍ରହ କରିଥିଲେ। ସେ ୪୫ଟି ବଲ୍‌ ଖେଳି ୫ଟି ଚୌକା ଏବଂ ୮ଟି ଛକା ମାରିଥିଲେ। କେବଳ ଏତିକି ନୁହେଁ ସାମସନ ଦ୍ବିତୀୟ ୱିକେଟ୍‌ ପାଇଁ ଇଶାନ କିଶନଙ୍କ ସହିତ ୧୦୫ ରନ୍‌ର ଭାଗିଦାରୀ କରିପାରି ଥିଲେ। ଈଶାନ କିଶନ ମଧ୍ୟ ୨୪ଟି ବଲ୍‌ ଖେଳି ୫୪ ରନ୍‌ ସଂଗ୍ରହ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୪ଟି ଚୌକା ଓ ୪ଟି ଛକା ମାରିଥିଲେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟରୁ ୧୮ ରନ୍‌ ସଂଗ୍ରହ ହୋଇଥିଲା। ସେ ୧୩ଟି ବଲ୍‌ ଖେଳି ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe