ମୁମ୍ବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ୨ଥରର ବିଜେତା ୱେଷ୍ଟ୍ଇଣ୍ଡିଜ୍ ହ୍ୟାଟ୍ରିକ୍ ବିଜୟ ପାଇଛି। ରବିବାର ଏହି ଦଳ ୯ ୱିକେଟ୍ରେ ନେପାଳକୁ ପରାସ୍ତ କରିଛି। ୧୩୪ ରନ୍ର ବିଜୟ ଲକ୍ଷ୍ୟକୁ ଇଣ୍ଡିଜ୍ ଦଳ ୨୮ ବଲ୍ ପୂର୍ବରୁ ୧ ୱିକେଟ୍ ହରାଇ ହାସଲ କରି ନେଇଥିଲା। ସାଇ ହୋପ୍ (୬୧* ରନ୍, ୪୪ ବଲ୍, ୫ ଚୌକା, ୩ ଛକା) ଓ ସିମ୍ରନ ହେଟ୍ମାୟର (୪୬* ରନ୍, ୩୨ ବଲ୍, ୪ ଚୌକା, ୨ ଛକା) ଅପରାଜିତ ରହି ଦଳକୁ ଏହି ବିଜୟ ଭେଟି ଦେଇଥିଲେ। ବ୍ରାଣ୍ଡନ କିଙ୍ଗ୍ ୨୨ ରନ୍ କରିଥିଲେ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ
ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ନେପାଳ ୬.୩ ଓଭାରେ ୨୭ ରନ୍ରେ ୪ ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଦୀପେନ୍ଦ୍ର ସିଂହ ଐରି ଛୋଟଛୋଟ ଭାଗୀଦାର ଗଢ଼ି ଦଳୀୟ ସ୍କୋର୍ ଆଗକୁ ନେଇଥିଲେ। ଦୀପେନ୍ଦ୍ର (୪୭ ବଲ୍ରୁ ୫୮, ୩ ଚୌକା, ୩ ଛକା)ଙ୍କ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ସେ ଓ ସୋମପାଲ କାମି (୧୫ ବଲ୍ରୁ ୨୬* ରନ୍)ଙ୍କ ସପ୍ତମ ୱିକେଟ୍ରେ ୫୪ ରନ୍ ଯୋଡ଼ିବାରୁ ନେପାଳ ୮ ୱିକେଟ୍ ହରାଇ ୧୩୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୪/୨୭ ବୋଲିଂ ସଫଳତା ପାଇଥିବା ଜାସନ ହୋଲଡର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଅଣ ପ୍ରତିରକ୍ଷା କ୍ଷେତ୍ରରେ ବିନିଯୋଗ: ସି-ପ୍ଲେନ୍ ନିର୍ମାଣ କରିବ ‘ହାଲ୍’
Follow Us