Junior Men's Hockey World Cup: କନିଷ୍ଠ ପୁରୁଷ ହକି ବିଶ୍ବକପ୍‌: ଭାରତକୁ କାଂସ୍ୟ

Advertisment

ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ଆୟୋଜକ ଭାରତ କାଂସ୍ୟ ପଦକ ପାଇଛି। ବୁଧବାର କାଂସ୍ୟ ମୁକାବିଲାରେ ଭାରତ ୪-୨ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା....

ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ଆୟୋଜକ ଭାରତ କାଂସ୍ୟ ପଦକ ପାଇଛି। ବୁଧବାର କାଂସ୍ୟ ମୁକାବିଲାରେ ଭାରତ ୪-୨ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା....

dagdgazvccvc

ଚେନ୍ନାଇ: ଚଳିତ କନିଷ୍ଠ ପୁରୁଷ ହକି ବିଶ୍ବକପ୍‌ରେ ଆୟୋଜକ ଭାରତ କାଂସ୍ୟ ପଦକ ପାଇଛି। ବୁଧବାର କାଂସ୍ୟ ମୁକାବିଲାରେ ଭାରତ ୪-୨ ଗୋଲ୍‌ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି। ସ୍ଥାନୀୟ ମେୟର ରାଧାକ୍ରିଷ୍ଣନ୍‌ ହକି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ନିକୋଲାସ ରଡ୍ରିଗ୍ବେଜ୍‌ଙ୍କ ପେନାଲ୍ଟିଷ୍ଟ୍ରୋକ୍‌ ଗୋଲ୍‌ରେ ଆର୍ଜେଣ୍ଟିନା ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବା ପରେ ତୃତୀୟ କ୍ବାର୍ଟରର ଶେଷ ମିନିଟ୍‌ରେ ସାଣ୍ଟିଆଗୋ ଫର୍ଣ୍ଣାଡିଜ୍‌ (୪୪ ମିନିଟ୍‌)ଙ୍କ  ଗୋଲ୍‌ରେ ଆର୍ଜେଣ୍ଟିନା ୨-୦ରେ ଆଗରେ ରହିଥିଲେ।

Accident: ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ହକି ଇଣ୍ଡିଆର ପୁରସ୍କାର ଘୋଷଣା
ସ୍ପେନ୍‌କୁ ହରାଇ ସ୍ବର୍ଣ୍ଣ ଜିତିଲା ଜର୍ମାନୀ

ପ୍ରଥମ ୩ କ୍ବାର୍ଟରର ପଛରେ ପଡ଼ିଥିବା ପିଆର୍‌ ଶ୍ରୀଜେଶଙ୍କ ପ୍ରଶିକ୍ଷିତ ଭାରତୀୟ ଦଳ ଶେ‌ଷ କ୍ବାର୍ଟରରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୪ ଗୋଲ୍‌ ଲଦି ବିଜୟ ବାନା ଉଡ଼ାଇଥିଲା। ୪୯ତମ ମିନିଟ୍‌ରେ ଅଙ୍କିତ ପାଲ ଓ ୫୨ ମିନିଟ୍‌ରେ ମନମିତ ସିଂହ ପେନାଲ୍ଟି ଗୋଲ୍‌ରେ ଭାରତ ସ୍ଥିତି ସମାନ କରିଥିଲା। ୫୭ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି ଷ୍ଟ୍ରୋକ୍‌କୁ ଶାରଦାନନ୍ଦ ତିୱାରୀ ଗୋଲ୍‌ କରି ଭାରତକୁ ବିଜୟ ପଥେ ନେଇଥିଲେ। ଏହା ପର ମିନିଟ୍‌ରେ ଓଡ଼ିଆ ପୁଅ ଅନ୍‌ମୋଲ୍‌ ଏକ୍କା (୫୮ ମିନିଟ୍‌) ପେନାଲ୍ଟି କର୍ଣ୍ଣର ଗୋଲ୍‌ କରି ଭାରତକୁ କାଂସ୍ୟ ଭେଟି ଦେଇଥିଲେ। ଓଡ଼ିଆ ତାରକା ଅନ୍‌ମୋଲ୍‌ ଏହି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ ହୋଇଥିଲେ। ଏହି ସଫଳତା ଲାଗି ହକି ଇଣ୍ଡିଆ ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କା ଲେଖ‌ାଏଁ ଏବଂ ସହଯୋଗୀ ଅଧିକାରୀଙ୍କୁ ୨.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରିଛି। ଫାଇନାଲ୍‌ରେ ଜର୍ମାନୀ ୩-୨ (୧-୧) ସୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ହରାଇ ବିଜେତା ହୋଇଛି।

Ahilyabai Programme: ରାଜମାତା ଅହିଲ୍ୟାବାଇ ହୋଲକରଙ୍କ ୩୦୦ ବର୍ଷ ଅବସରରେ ସ୍ମରଣ ସଭା ଆୟୋଜିତ

ଉରୁଗୁଏକୁ ହରାଇଲେ ଭାରତୀୟ ମହିଳା
ସାଣ୍ଟିଆଗୋ (ଚିଲି): ଚଳିତ କନିଷ୍ଠ ମହିଳା ହକି ବିଶ୍ବକପ୍‌‌ର ୯ରୁ ୧୨ ସ୍ଥାନ ଲାଗି ହୋଇଥିବା ମ୍ୟାଚ୍‌ରେ ଭାରତ ୩-୧ (୧-୧) ସୁଟ୍‌ଆଉଟ୍‌ରେ ଉରୁଗୁଏକୁ ପରାସ୍ତ କରିଛି। ପ୍ରଥମ କ୍ବାର୍ଟର  ଗୋଲ୍‌ଶୂନ୍ୟରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରରେ ମନୀଷା (୧୯ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ଆଗୁଆ ହୋଇଥିଲା। ତେବେ ଶେଷ ମିନିଟ୍‌ରେ ଭାରତୀୟ ଖେଳାଳିଙ୍କ ଭୁଲ୍‌ ପାଇଁ ଉରୁଗଏକୁ ପେନାଲ୍ଟି ସୁଟ୍‌ ମିଳିଥିଲା। ଏହାକୁ ଜଷ୍ଟିନା ଆରେଗୁଇ ଗୋଲ୍‌ରେ ପରିଣତ କରି ସ୍ଥିତି ସମାନ କରିଥିଲେ। ଫଳରେ ମ୍ୟାଚ୍‌ ସୁଟ୍‌ଆଉଟ୍‌କୁ ଯାଇଥିଲା। ଏଥିରେ ଭାରତ ୩-୧ରେ ଆଗରେ ରହି ମ୍ୟାଚ୍‌ ଜିତି ନେଇଥିଲା। ଏବେ ଭାରତ ଗୁରୁବାର ନବମ ଓ ଦଶମ ସ୍ଥାନ ପାଇଁ ସ୍ପେନ୍‌କୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe