ଅଦ୍ୟତନ ହୋଇଛି
Hockey India League Photograph: (Sambad )
ରାଉରକେଲାମ: ଶୁକ୍ରବାର ତାମିଲନାଡ଼ୁ ଡ୍ରାଗନ୍ସ ଓ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ମଧ୍ୟରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍ର ଅଷ୍ଟମ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍ରେ ପରାଜୟ ଭୋଗିଥିବାରୁ ବିଜୟଧାରାକୁ ଫେରିବା ପାଇଁ କଡ଼ା ସଂଘର୍ଷ କରିଥିଲେ। ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ତାମିଲନାଡ଼ୁ ସୁଟ୍ଆଉଟ୍ରେ ୬-୫ ଗୋଲ୍ରେ କଳିଙ୍ଗ ଲାନ୍ସର୍ସକୁ ପରାସ୍ତକରି ପ୍ରଥମ ବିଜୟ ହାସଲ କରିଛି। ଏହାସହ କଳିଙ୍ଗ ଲାନ୍ସର୍ସ କ୍ରମାଗତ ଦ୍ବିତୀୟ ପରାଜୟ ଭୋଗିଛି।
ଏହି ଖବର ପଢ଼ନ୍ତୁ: ୩ବର୍ଷ ପାଇଁ ଜାତୀୟ ଖୋ ଖୋ ଟିମ୍ର ପ୍ରାୟୋଜକ ହେବେ ଓଡ଼ିଶା ସରକାର
ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ଦଳ ପକ୍ଷରୁ ଘନଘନ ଆକ୍ରମଣ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ମ୍ୟାଚ୍ର ୨୪ତମ ମିନିଟ୍ରେ କଳିଙ୍ଗ ଲାନ୍ସର୍ସର ଆଲେକ୍ସଜାଣ୍ଡାର ହେଣ୍ଡ୍ରିକ୍ସ ଗୋଟିଏ ଗୋଲ୍ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ୩୧ତମ ମିନିଟ୍ରେ ତାମିଲନାଡ଼ୁର ଟମ୍ କ୍ରେଗ୍ ଏକ ଆକର୍ଷଣୀୟ ଫିଲ୍ଡ ଗୋଲଦେଇ ସ୍କୋର୍କୁ ୧-୧ ଗୋଲ୍ରେ ବରାବର କରିଥିଲେ।
ଏହି ଖବର ପଢ଼ନ୍ତୁ: ୮୦ ବର୍ଷରୁ ବୟସ ଅଧିକ ହୋଇଥିଲେ ବାର୍ଦ୍ଧକ୍ୟ ଭତ୍ତା ମିଳିବ ୩୫୦୦ ଟଙ୍କା
ହକି ଇଣ୍ଡିଆ ଲିଗ୍ର ଅଷ୍ଟମ ମ୍ୟାଚ୍ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍ରେ ପରାଜୟ ଭୋଗିଥିବାରୁ ବିଜୟଧାରାକୁ ଫେରିବା ପାଇଁ କଡ଼ା ସଂଘର୍ଷ କରିଥିଲେ। ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ ରହିବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା।
ଏହି ଖବର ପଢ଼ନ୍ତୁ: ସାଙ୍ଗଙ୍କ ସହ ମିଶି ଡ୍ରଗ୍ସ ଓ ଗଞ୍ଜେଇ ଚାଲାଣ କରୁଥିଲେ ଡାକ୍ତର
କଳିଙ୍ଗ ଲାନ୍ସର୍ସର ଆଲେକ୍ସଜାଣ୍ଡାର(୪୩ ମିନିଟ୍) ଆଉ ଏକ ଗୋଲ୍ ଦେଇ ବ୍ୟବଧାନକୁ ୨-୧ ଗୋଲ୍କୁ ବଢ଼ାଇଥିଲେ। କିନ୍ତୁ ଏହାରେ ସାତ ମିନିଟ୍ପରେ ତାମିଲନାଡ଼ୁର ଜିପ୍ ଜାନସେନ ଏକ ପେନାଲ୍ଟି କର୍ଣ୍ଣର୍କୁ ଗୋଲ୍ରେ ପରିବର୍ତ୍ତନକରି ସ୍କୋର୍କୁ ୨-୨ ଗୋଲରେ ସମାନ କରିଥିଲେ। ଏହାପରେ ଆଉ କେହି କାହାରିକୁ ଗୋଲ୍ଦେବାରେ ସକ୍ଷମ ନ ହେବାରୁ ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା।
ଏହି ଖବର ପଢ଼ନ୍ତୁ: ‘ଆପ୍’କୁ ’ଆପଦା’ କହିଲେ ପ୍ରଧାନମନ୍ତ୍ରୀ ମୋଦୀ
Follow Us