MUSTAFIZUR RAHMAN
ନୂଆଦିଲ୍ଲୀ : ବାଂଲାଦେଶର ବର୍ତ୍ତମାନ ରାଜନୈତିକ ପରିସ୍ଥିତି, ବିଶେଷକରି ସେଠାରେ ଦେଖାଦେଇଥିବା ଭାରତ ବିରୋଧୀ ଜନମତ ଦୁଇଦେଶର କ୍ରିକେଟ୍ ସଂପର୍କକୁ ପ୍ରଭାବିତ କରିବାର ଆଶଙ୍କା ଦେଖାଦେଇଛି । ବିସିସିଆଇର ନିର୍ଦ୍ଦେଶ କ୍ରମେ ଆଇପିଏଲ ଫ୍ରାଞ୍ଚାଇଜି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ପକ୍ଷରୁ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରେହେମାନଙ୍କୁ ରିଲିଜ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପରେ ପରେ ବିସିସିଆଇ ସୁତ୍ରରୁ ଆଉ ଏକ ଖବର ଆସିଛି ଯେ ଆସନ୍ତା ଅଗଷ୍ଟ ମାସରେ ହେବାକୁ ଥିବା ଭାରତର ବାଂଲାଦେଶ ଗସ୍ତକୁ ଆପାତତଃ ସ୍ଥଗିତ ରଖାଯାଇଛି । ଏହି ଗସ୍ତ ପୂର୍ବରୁ ବିସିସିଆଇ ଭାରତ ସରକାରଙ୍କ ସବୁଜ ସଂକେତକୁ ଅପେକ୍ଷା କରିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ।
ଆହୁରି ପଢନ୍ତୁ : Mithun's Allegation: ପଶ୍ଚିମବଙ୍ଗକୁ ପଶ୍ଚିମ ବାଂଲାଦେଶରେ ପରିଣତ କରିବାକୁ ପ୍ରୟାସ,ମମତାଙ୍କୁ ଟାର୍ଗେଟ କଲେ ମିଥୁନ
ଏହି ଗସ୍ତଟି ୨୦୨୫ରେ ହେବାର ଥିଲା, କିନ୍ତୁ ସେଠାକାର ରାଜନୈତିକ ଓ ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିଲା । ତେବେ ଗତକାଲି ବାଂଲାଦେଶ କ୍ରିକେଟ ବୋର୍ଡ ପକ୍ଷରୁ ଜାରି କ୍ରିକେଟ କ୍ୟାଲେଣ୍ଡରରେ ଭାରତ ଗସ୍ତକୁ ସାମିଲ କରାଯାଇଥିଲା । ଏହି କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରି ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ । କିନ୍ତୁ ଏବେ ଏହି ଗସ୍ତକୁ ନେଇ ପୁଣି ଥରେ ଅନିଶ୍ଚିତତା ଦେଖାଦେଇଛି ।
ଆହୁରି ପଢନ୍ତୁ : Maoists Surrender: ତେଲେଙ୍ଗାନା ପୁଲିସ ନିକଟରେ ୨୦ ମାଓବାଦୀଙ୍କ ଆତ୍ମସମର୍ପଣ
ଯଦି ବିସିସିଆଇ ଏହି ଗସ୍ତକୁ ରଦ୍ଦ କରେ ତେବେ ତାହା ବାଂଲାଦେଶ ସହ ଭାରତର କ୍ରିକେଟ ସଂପର୍କକୁ ପ୍ରଭାବିତ କରିବାର ଆଶଙ୍କା ରହିଛି ।
Follow Us