Kohli's signature: ନେଟ୍ ବୋଲର୍‌ଙ୍କ ଆଇଫୋନ୍‌ରେ କୋହଲିଙ୍କ ଦସ୍ତଖତ

Advertisment

ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ନିକଟସ୍ଥ ଉପକୂଳବର୍ତ୍ତୀ ସହର ଅଲୀବାଗରେ ଅଭ୍ୟାସ କରୁଥିବା ଭାରତୀୟ ବ୍ୟାଟିଂ କିଂବଦନ୍ତି ବିରାଟ କୋହଲି ସୋମବାର ଝାଡ଼ଖଣ୍ଡର ଜଣେ ନେଟ୍ ବୋଲର୍‌ଙ୍କୁ ତାଙ୍କ ଜୀବନର ସବୁଠୁ ବଡ଼ ଓ ସ୍ମରଣୀୟ ଉପହାର ଦେଇଛନ୍ତି।

ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ନିକଟସ୍ଥ ଉପକୂଳବର୍ତ୍ତୀ ସହର ଅଲୀବାଗରେ ଅଭ୍ୟାସ କରୁଥିବା ଭାରତୀୟ ବ୍ୟାଟିଂ କିଂବଦନ୍ତି ବିରାଟ କୋହଲି ସୋମବାର ଝାଡ଼ଖଣ୍ଡର ଜଣେ ନେଟ୍ ବୋଲର୍‌ଙ୍କୁ ତାଙ୍କ ଜୀବନର ସବୁଠୁ ବଡ଼ ଓ ସ୍ମରଣୀୟ ଉପହାର ଦେଇଛନ୍ତି।

fshffhhfxbv

ବିଜୟ ହଜାରେ ଟ୍ରଫି ପାଇଁ ମୁମ୍ବାଇ ନିକଟସ୍ଥ ଉପକୂଳବର୍ତ୍ତୀ ସହର ଅଲୀବାଗରେ ଅଭ୍ୟାସ କରୁଥିବା ଭାରତୀୟ ବ୍ୟାଟିଂ କିଂବଦନ୍ତି ବିରାଟ କୋହଲି ସୋମବାର ଝାଡ଼ଖଣ୍ଡର ଜଣେ ନେଟ୍ ବୋଲର୍‌ଙ୍କୁ ତାଙ୍କ ଜୀବନର ସବୁଠୁ ବଡ଼ ଓ ସ୍ମରଣୀୟ ଉପହାର ଦେଇଛନ୍ତି। ରିତ୍ବିକ ପାଠକ ନାମକ ଏହି ନେଟ୍ ବୋଲର୍‌ କୋହଲିଙ୍କୁ ତିନି ଦିନ ଧରି ନେଟ୍‌ସରେ ବୋଲିଂ କରିଥିଲେ। ଅଭ୍ୟାସ ଶିବିରର ଶେଷରେ ସେ କୋହଲିଙ୍କୁ ଫଟୋ ପାଇଁ ଅନୁରୋଧ କରିଥିଲେ। କୋହଲି କେବଳ ରିତ୍ବିକଙ୍କ ସହ ଫଟୋ ଉଠାଇ ନଥିଲେ ବରଂ ଭିଡିଓ ଉତ୍ତୋଳନ କରୁଥିଲା ବେଳେ ତାଙ୍କ ଆଇଫୋନ୍‌ରେ ଦସ୍ତଖତ କରି ଏହାର ମୂଲ୍ୟ ବଢ଼ାଇ ଦେଇଥିଲେ। କୋହଲିଙ୍କ ସହ ଉଠାଇଥିବା ଫଟୋ ଏବଂ ତାଙ୍କ ଦସ୍ତଖତ ସମ୍ବଳିତ ଆଇଫୋନ୍‌ର ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ପ୍ରକାଶ କରି ରିତ୍ବିକ ଏହାକୁ ତାଙ୍କ ଜୀବନର ଅମୂଲ୍ୟ ସମ୍ପଦ ଭାବେ ବର୍ଣ୍ଣନା କରିଛନ୍ତି।

Christmas : ଦିନକ ପରେ ବଡ଼ଦିନ, ଘୁମୁସର ଉଦୟଗିରି ଉତ୍ସବମୁଖର

ଲେଖିଛନ୍ତି, ଫୋନ୍‌ଟି ହୁଏତ ସାରା ଜୀବନ ରହି ନପାରେ, ହେଲେ କୋହଲିଙ୍କ ସହ ଉଠାଇଥିବା ଫଟୋ ଏବଂ ନେଇଥିବା ଭିଡିଓ ସର୍ବଦା ମୋ ପାଖରେ ରହିବ। ସୂଚନାଯୋଗ୍ୟ ଯେ ଭାରତୀୟ ଦଳର ସବୁ ଖେଳାଳିଙ୍କୁ ବିଜୟ ହଜାରେ ପ୍ରତିଯୋଗିତାରେ ଅନ୍ୟୂନ ଦୁଇଟି ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ ବୋଲି ବିସିସିଆଇ କଟକଣା ଜାରି କରିଛି। ସେଥିପାଇଁ କୋହଲି ନିଜ ରାଜ୍ୟ ଦିଲ୍ଲୀ ପକ୍ଷରୁ ଦୁଇଟି ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏଥିଲାଗି ଅଲୀବାଗରେ ସ୍ବତନ୍ତ୍ର ପ୍ରସ୍ତୁତି କରୁଛନ୍ତି। ବିଜୟ ହଜାରେ ଟ୍ରଫି ଚଳିତ ଡିସେମ୍ବର ୨୪ରୁ ଆରମ୍ଭ ହେଉଥିଲା ବେଳେ ଦିଲ୍ଲୀର କେଉଁ ଦୁଇଟି ମ୍ୟାଚ୍ ଖେଳିବେ ସେ କଥା କୋହଲି ଏପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି।

BCCI: ଅଢେଇ ଗୁଣ ବଢିଲା ଘରୋଇ ମହିଳା କ୍ରିକେଟରଙ୍କ ପାଉଣା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe