Kush Patnaik Memorial Football: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ୧୦ରୁ

Advertisment

ଆନନ୍ଦପୁର ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା ଚଳିତ ଫେବ୍ରୁଆରି ୧୦ରୁ ଆରମ୍ଭ ହେବ। ଏ ନେଇ ବୁଧବାର ଷ୍ଟାଡିୟମ୍‌ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା....

ଆନନ୍ଦପୁର ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା ଚଳିତ ଫେବ୍ରୁଆରି ୧୦ରୁ ଆରମ୍ଭ ହେବ। ଏ ନେଇ ବୁଧବାର ଷ୍ଟାଡିୟମ୍‌ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା....

gdgjgjgjd

ଆନନ୍ଦପୁର: ଆନନ୍ଦପୁର ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତା ଚଳିତ ଫେବ୍ରୁଆରି ୧୦ରୁ ଆରମ୍ଭ ହେବ। ଏ ନେଇ ବୁଧବାର ଷ୍ଟାଡିୟମ୍‌ ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରି ଖେଳସୂଚୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ ଜଗା ୟୁନାଇଟେଡ୍‌, ଭୁବନେଶ୍ୱର ଓ ବାଦଲ ଫୁଟ୍‌ବଲ୍‌ ଏକାଡେମି, ଭଦ୍ରକ ମଧ୍ୟରେ ଖେଳାଯିବ।

Horoscope 2026 February 05 : ଜାଣନ୍ତୁ ଆଜିର ରାଶିଫଳ

୧୧ରେ ଶିମିଳିପାଳ ଫୁଟ୍‌ବଲ୍‌ କ୍ଲବ୍‌ ଓ ମିସନ୍‌ ଟାଇଗର, ବାଲେଶ୍ୱର, ୧୨ରେ ୟୁନାଇଟେଡ୍‌ କ୍ଲବ୍‌, ଗଣ୍ଡରପୁର ଓ ମା’ ଆଦିଶକ୍ତି ଫୁଟ୍‌ବଲ୍‌ କ୍ଲବ୍‌, ମୟୂରଭଞ୍ଜ, ୧୩ରେ ସମ୍ବଲପୁର ଫୁଟ୍‌ବଲ୍‌ ଏକାଡେମି ଓ ପପୁଲାର ଫୁଟ୍‌ବଲ୍‌ କ୍ଲବ୍‌, ଢେଙ୍କାନାଳ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ୧୪ ଓ ୧୫ ତାରିଖରେ ସେମିଫାଇନାଲ୍‌ ଏବଂ ୧୬ରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଅପରାହ୍‌ଣ ୩ଟାରେ ଖେଳ ଅନୁଷ୍ଠିତ ହେବ। ବିଜେତା ଦଳକୁ ୩୦ ହଜାର ଓ ଉପବିଜେତାକୁ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। 

Scam: ଭଦ୍ରକ ଜିଲ୍ଲାରେ ହାଇମାଷ୍ଟ ଲାଇଟ ଲଗାରେ ଦୁର୍ନୀତିକୁ ନେଇ ତଦନ୍ତ ବାଟବଣା

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ସଂସଦର ଉପସଭାପତି ବିନୋଦ ମିଶ୍ର, ସମ୍ପାଦକ ଗଗନ ସିଂ, ସହସମ୍ପାଦକ ରମେଶ ସିଂ, ଅକ୍ଷୟ କୁମାର ମହାନ୍ତି, ସଦସ୍ୟ ବାଇଧର ସେଠୀ, ହାଡ଼ିବନ୍ଧୁ ଖୁଣ୍ଟିଆ, ନିକୁଞ୍ଜ ବିହାରୀ ମିଶ୍ର, ଦୁଲାଲ ଦାସ, ମନୋରଞ୍ଜନ ସିଂ, ମୁରଲୀଧର ମିଶ୍ର, ପ୍ରସନ୍ନ ମିଶ୍ର, ବସନ୍ତ କୁମାର ସାହୁ, ଅଖିଳ କୁମାର ପଟ୍ଟନାୟକ, ସଞ୍ଜୀବ କୁମାର ସିଂ, ଲୁଲୁ ଚାନ୍ଦ, ବିରଜା ପ୍ରସାଦ ନାୟକ ଉପସ୍ଥିତ ଥିଲେ। ଉପସଭାପତି ନିରାକାର ଦଳେଇ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe