ମୁମ୍ବାଇ: ଶନିବାରଠାରୁ ଭାରତୀୟ ପୁରୁଷ ଦଳ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ନିଜ ଟାଇଟଲ୍ ବଜାୟ ରଖିବାକୁ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଫଟାଫଟ୍ କ୍ରିକେଟ୍ର ଏହି ଦଶମ ସଂସ୍କରଣ ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ହେଉଛି। ଉଦ୍ଘାଟନୀ ଦିବସରେ ଭାରତର ଦୁଇଟି ସହର କୋଲ୍କାତା ଓ ମୁମ୍ବାଇ ଏବଂ ଶ୍ରୀଲଙ୍କାର କଲମ୍ବୋରେ ମୋଟ ୩ଟି ମ୍ୟାଚ୍ ଖେଳାଯିବ। କଲମ୍ବୋରେ ପୂର୍ବାହ୍ନ ୧୧ଟାରେ ଗ୍ରୁପ୍-ଏ’ରେ ପାକିସ୍ତାନ ଓ ନେଦରଲାଣ୍ଡ୍ସ ମୁହାଁମୁହିଁ ହେବେ। ଅପରାହ୍ଣ ୩ଟାରେ ଗ୍ରୁପ୍-ସି’ର ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଓ ସ୍କଟ୍ଲାଣ୍ଡ କୋଲ୍କାତାରେ ଖେଳିବେ।
Black Swan Summit: ବ୍ଲାକ୍ ସ୍ବାନ୍ ସମ୍ମିଳନୀ ଉଦ୍ଯାପିତ: ‘ପ୍ରଯୁକ୍ତିର ଲାଭ ଲୋକଙ୍କୁ ମିଳୁ’
ଶନିବାରର ଶେଷ ମ୍ୟାଚ୍ ମୁମ୍ବାଇରେ ରାତି ୭ଟାରେ ଖେଳାଯିବ। ଏଥିରେ ଆୟୋଜକ ଭାରତ ଭେଟିବ ଆମେରିକା (ୟୁଏସ୍ଏ)କୁ। ଏଥର ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଥିବାବେଳେ ବାଂଲାଦେଶ ବିତାଡ଼ିତ ହେବା ଏବଂ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ମନା କରିବା ଭଳି ବିବାଦୀୟ ଅଧ୍ୟାୟ ପ୍ରତିଯୋଗିତା ସମୟରେ ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ମାର୍ଚ୍ଚ ୮ ତାରିଖରେ ଫାଇନାଲ୍ ମ୍ୟାଚ୍ ସହ ଏହି ପ୍ରତିଯୋଗିତା ଶେଷ ହେବ। ଭାରତ ଗତ ସଂସ୍କରଣର ବିଜେତା ହୋଇଥିବାରୁ ଘରୋଇ ପରିବେଶରେ ଜିତି ନୂଆ ଧାରା ଆରମ୍ଭ କରିବ ବୋଲି ବିଶ୍ବାସ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/02/07/fhfshfhsfhxbv-2026-02-07-03-41-05.jpg)