ମୁମ୍ବାଇ: କୋଲକାତାରେ ବିଭ୍ରାଟଭରା କାର୍ଯ୍ୟକ୍ରମ ପ୍ରଶଂସକଙ୍କୁ ବ୍ୟଥିତ କରିଥିଲା। ହାଇଦ୍ରାବାଦରେ କିନ୍ତୁ ସେ ନିଜ ଆକର୍ଷଣୀୟ ବ୍ୟକ୍ତିତ୍ବ ବଳରେ ସମସ୍ତଙ୍କ ହୃଦୟ ଜିତି ନେଇଥିଲେ। ଶୁକ୍ରବାର ଓ ଶନିବାରର ଏହି ଦୁଇ ବିପରୀତଧର୍ମୀ ପଦାର୍ପଣ ପରେ ଆର୍ଜେଣ୍ଟିନାର ମହାନ ଫୁଟ୍ବଲର୍ ଲିଓନେଲ ମେସି ରବିବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ଅଭିଭୂତ କରିଛନ୍ତି। ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକର, ଆଇଏସ୍ଏଲ୍ ଦଳ ବେଙ୍ଗାଲୁରୁ ଏଫ୍ସି ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟତମ ମାଲିକ ପାର୍ଥ ଜିନ୍ଦଲଙ୍କ ଭଳି ମାନ୍ୟଗଣ୍ୟଙ୍କୁ ଭେଟିଛନ୍ତି। ଭାରତର କିଛି ପ୍ରତିଭାବାନ ତଥା ଉଦୀୟମାନ ଫୁଟ୍ବଲ୍ ତାରକାଙ୍କୁ ସଫଳତାର ମନ୍ତ୍ର ବି ବାଣ୍ଟିଛନ୍ତି।
Farmers: ଧାନ ମଣ୍ଡି ଖୋଲିବାରେ ବିଳମ୍ବ, ଦଲାଲ୍ଙ୍କ ଟାର୍ଗେଟରେ ଚାଷୀ
ରବିବାର ପୁରା ମୁମ୍ବାଇକୁ ଯେମିତି ମେସି ମାନିଆ ଗ୍ରାସିଥିଲା। ସହର ସାରା ମେସିଙ୍କ ବଡ଼ ବଡ଼ ପୋଷ୍ଟର୍ ଦେଖିବାକୁ ମିଳିଥିଲା। ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସଚିନ ତାଙ୍କୁ ନିଜ ଦସ୍ତଖତ ସମ୍ବଳିତ ଜର୍ସି ଉପହାର ସ୍ବରୂପ ଦେଇଥିଲେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ବଲିଉଡ୍ ଅଭିନେତା ଅଜୟ ଦେବଗନ, ଟାଇଗର ସ୍ରଫ୍ଙ୍କ ସହ ହଜାର ହଜାର ଫୁଟ୍ବଲ୍ପ୍ରେମୀ ମେସିଙ୍କୁ ପ୍ରତ୍ୟକ୍ଷରେ ଦେଖିବାର ସୁଯୋଗ ପାଇଥିଲେ। ତେବେ ସବୁଠୁ ମୂଲ୍ୟବାନ ଉପହାର ସମ୍ଭବତଃ ଭାରତୀୟ ଫୁଟ୍ବଲ୍ ଦଳର ପୂର୍ବତନ ଅଧିନାୟକ ସୁନୀଲ ଛେତ୍ରୀ ପାଇଥିଲେ।
୩ୟ T-20: ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କଲା ଭାରତ
ମେସି ତାଙ୍କୁ ନିଜ ହାତରେ ନିଜ ବିଶ୍ବକପ୍ବିଜୟ ଜର୍ସିକୁ ଉପହାର ଦେଇଥିଲେ। ଏହି ଜର୍ସିରେ ମେସିଙ୍କ ଦସ୍ତଖତ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ମୁମ୍ବାଇର ଏହି ଭବ୍ୟ କାର୍ଯ୍ୟକ୍ରମ ପରେ ସୋମବାର ମେସି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ତା’ ଛଡ଼ା ସେ ମଧ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, କିଂବଦନ୍ତି କ୍ରିକେଟର୍ ବିରାଟ କୋହଲି, ଏନ୍ସିପି ନେତା ତଥା ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘର ପୂର୍ବତନ ସଭାପତି ପ୍ରଫୁଲ୍ଲ ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/messi-2025-12-15-00-30-21.jpg)