Bodybuilding Photograph: (sambad.in)
ଭୁବନେଶ୍ବର: ଅଲ୍ଓଡ଼ିଶା ବଡ଼ି ବିଲ୍ଡିଂ ଓ ଫିଟ୍ନେସ୍ ସଂଘ ଆନୁକୂଲ୍ୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ହେଉଥିବା ବରିଷ୍ଠସ୍ତରୀୟ ମିଷ୍ଟର ଇଣ୍ଡିଆ ଓ ମିସ୍ ଇଣ୍ଡିଆ ବଡି ବିଲ୍ଡିଂ ପ୍ରତିଯୋଗିତା ବୁଧବାର ଉଦ୍ଘାଟିତ ହୋଇଯାଇଛି। ବିଜେପି ନେତା ଜଗନ୍ନାଥ ପ୍ରଧାନ ଅତିଥି ଭାବେ ଯୋଗଦେଇ ଏହି ପ୍ରତିଯୋଗିତାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ପ୍ରଥମ ଦିନରେ ଉଦ୍ଘାଟନୀ ପର୍ବ, ପ୍ରାଥମିିକ ପର୍ଯ୍ୟାୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ଗୁରୁବାର ଫାଇନାଲ୍ ପର୍ଯ୍ୟାୟ ଆୟୋଜିତ ହେବ। ଏହି ଅବସରରେ ଅନ୍ୟମାନଙ୍କ ମଧରେ ସଂଘର ସଂପାଦକ ଗୌରୀ ଶଙ୍କର ବେହେରା, ସଭାପତି ଦାଶରଥୀ ଗରାବଡ଼ୁ, ବହୁ ବରିଷ୍ଠ କର୍ମକର୍ତ୍ତା, ଜାତୀୟସ୍ତରୀୟ ବିଚାରକ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ- Anil Ambani: ଅନିଲ ଅମ୍ବାନୀଙ୍କ ୧୭ ମହଲା ଘର ଜବତ: ମୂଲ୍ୟ ୩,୭୧୬ କୋଟି
ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ବରିଷ୍ଠ ପୁରୁଷ ଫିଜିକ୍, ବରିଷ୍ଠ ବଡି ବିଲ୍ଡିଂ, କ୍ଲାସିକ୍ ବଡି ବିଲ୍ଡିଂ ଓ ମହିଳା ବଡି ବିଲ୍ଡିଂ ଆଦି ବର୍ଗରେ ସାରା ଦେଶର ୨୫ ରାଜ୍ୟର ପାଖାପାଖି ୨୭୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ଓଡ଼ିଶାରୁ ମଧ୍ୟ ୪୦ରୁ ଅଧିକ ପ୍ରତିଯୋଗୀ ଏଥିରେ ସାମିଲ ରହି ନିଜିନିଜ ସୁନ୍ଦର ସ୍ବାସ୍ଥ୍ୟର ଝଲକ ଦେଖାଇବେ। ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମେ ରାଜ୍ୟରେ ପ୍ରଥମ ଥର ଲାଗି ଜାତୀୟସ୍ତରୀୟ ଦିବ୍ୟାଙ୍ଗ ବଡି ବିଲ୍ଡର୍ମାନେ କୌଣସି ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ମୋଟ ୬ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।
ଆହୁରି ପଢନ୍ତୁ- Industries In Odsiha: ଜୁନ୍ ସୁଦ୍ଧା ୩ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶର ପ୍ରକଳ୍ପ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ
Follow Us