ଭୁବନେଶ୍ବର: ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଆୟୋଜିତ ୭୭ତମ ଜାତୀୟ ବରିଷ୍ଠ ଏବଂ ୫୪ତମ କନିଷ୍ଠ ତଥା ୪୦ତମ ଉପକନିଷ୍ଠ ଟ୍ରାକ୍ ସାଇକ୍ଲିଂ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ସଫଳ ପ୍ରଦର୍ଶନ ଜାରି ରହିଛି। ବରିଷ୍ଠ ମହିଳା ଦଳଗତ ସ୍ପ୍ରିଣ୍ଟ୍ରେ ସ୍ବସ୍ତି ସିଂହ, ରେଜିଆ ଦେବୀ ଓ ବର୍ଷାରାଣୀ ବଡ଼ାଇକଙ୍କୁ ନେଇ ଗଠିତ ରାଜ୍ୟ ଦଳ ରୌପ୍ୟ ପଦକ ହାସଲ କରିଛି। ସେହିଭଳି ୨ କିଲୋମିଟର ବ୍ୟକ୍ତିଗତ ପର୍ସୁଟ୍ (ଯୁବ)ରେ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ଓଡ଼ିଶା ସାଇକ୍ଲିଂ ଏକାଡେମିର ପ୍ରଶିକ୍ଷାର୍ଥୀ ସସ୍ମିତା ପଣ୍ଡା ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
Cricket: କ୍ରିକେଟ୍ ପାଇଁ ଉତ୍ସର୍ଗୀକୃତ-ସମର୍ପିତ ଏହି ଗାଁ, ଦର୍ଶକ କରନ୍ତି ସମ୍ମାନ
ସେ ମଧ୍ୟ ରାଜ୍ୟ ସାଇକ୍ଲିଂର ନୂଆ ସମ୍ଭାବନା ଭାବେ ହୋଇଛନ୍ତି। ଶନିବାର ବରିଷ୍ଠ ମହିଳା ଦଳଗତ ୪ କିଲୋମିଟର ପର୍ସୁଟ୍ରେ ସ୍ବସ୍ତି ସିଂହ, ରେଜିଆ ଦେବୀ, ମଧୁସ୍ମିତା ବଡ଼ାଇକ, ବର୍ଷାରାଣୀ ବାରିକ ଓ ମନୀଷା ଦାସଙ୍କୁ ନେଇ ଗଠିତ ସ୍ବର୍ଣ୍ଣ ପଦକ ଜିତିଥିଲା। ସେହିଭଳି ୧ କିଲୋମିଟର ଏଲିଟ୍ ମହିଳା ବ୍ୟକ୍ତିଗତ ଟାଇମ୍ ଟ୍ରାଏଲ୍ ଇଭେଣ୍ଟ୍ରେ ବର୍ଷାରାଣୀ ବାରିକ କାଂସ୍ୟ ପଦକ ଜିତିଥିଲେ। ରବିବାରର ୨ପଦକ ସହ ଓଡ଼ିଶାର ମୋଟ ପଦକ ସଂଖ୍ୟା ୪କୁ ବଢ଼ିଛି।
Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/22/dgdagzcvvc-2025-12-22-02-04-32.jpg)