National Senior Badminton: ଜାତୀୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍: ବିପର୍ଯ୍ୟୟ ସୃଷ୍ଟି କଲେ ତନ୍‌ଭୀ

Advertisment

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଚାଲିଥିବା ଜାତୀୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। କନିଷ୍ଠସ୍ତରରେ ଏକାଧିକ ରେକର୍ଡ ସ୍ଥାପନ କରି ଭାରତୀୟ ବ୍ୟାଡମିଣ୍ଟନ୍‌ର ଭବିଷ୍ୟତ ଭାବେ ଉଭା ହୋଇଥିବା ତନ୍‌ଭୀ

ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଚାଲିଥିବା ଜାତୀୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। କନିଷ୍ଠସ୍ତରରେ ଏକାଧିକ ରେକର୍ଡ ସ୍ଥାପନ କରି ଭାରତୀୟ ବ୍ୟାଡମିଣ୍ଟନ୍‌ର ଭବିଷ୍ୟତ ଭାବେ ଉଭା ହୋଇଥିବା ତନ୍‌ଭୀ

adgadgzvcvvc

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଚାଲିଥିବା ଜାତୀୟ ବରିଷ୍ଠ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ଝିଅ ତନ୍‌ଭୀ ପତ୍ରୀ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। କନିଷ୍ଠସ୍ତରରେ ଏକାଧିକ ରେକର୍ଡ ସ୍ଥାପନ କରି ଭାରତୀୟ ବ୍ୟାଡମିଣ୍ଟନ୍‌ର ଭବିଷ୍ୟତ ଭାବେ ଉଭା ହୋଇଥିବା ତନ୍‌ଭୀ ନିଜଠାରୁ ଉଚ୍ଚ ମାନ୍ୟତାପ୍ରାପ୍ତ ତଥା ବରିଷ୍ଠ ସ୍ତରର ଅଭିଜ୍ଞ ଖେଳାଳି ଈଶାରାଣୀ ବରୁଆଙ୍କୁ ୨୨-୨୦, ୨୧-୧୯ରେ ହରାଇ ବିଦାୟର ପଥ ଦେଖାଇ ଦେଇଥିଲେ। ଅଷ୍ଟମ ସିଡ୍‌ ବରୁଆ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ନିଜ ଗତି ଓ ଶକ୍ତିଶାଳୀ ସର୍ଭିସରେ ବାଜି ମାରି ତନ୍‌ଭୀ ପ୍ରିକ୍ବାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ସେହିଭଳି ଅଭିଜ୍ଞ ତାରକା ସ୍ମୃତି ମୁନ୍ଦାଦା ଏବଂ ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ର ଅନ୍ୟତମ ଉଦୀୟମାନ ତାରକା ପାରୁଲ ଚୌଧୁରୀ ମଧ୍ୟ ନିଜଠାରୁ ଉଚ୍ଚମାନ୍ୟତାପ୍ରାପ୍ତ ଖେଳାଳିଙ୍କୁ ହରାଇ ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ।

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ସ୍ମୃତି ସପ୍ତମ ସିଡ୍‌ ଜିୟା ରାୱତଙ୍କୁ ୨୧-୧୪, ୨୧-୧୯ ଏବଂ ପାରୁଲ ନବମ ସିଡ୍‌ ଐସାନୀ ତିୱାରୀଙ୍କୁ ହରାଇ ଆଗକୁ ବଢ଼ିଥିଲେ। ସେହିଭଳି ଟପ୍‌ ଉନ୍ନତି ହୁଡା, ଦ୍ବିତୀୟ ସିଡ୍‌ ଅନୁପମା ଉପାଧ୍ୟାୟ, ତୃତୀୟ ସିଡ୍‌ ଅନମୋଲ ଖରବ ଏବଂ ବିଶ୍ବ କନିଷ୍ଠ ରୌପ୍ୟ ପଦକ ବିଜୟିନୀ ତନ୍ବୀ ଶର୍ମା ନିଜନିଜ ମ୍ୟାଚ୍‌ ଜିତି ପ୍ରିକ୍ବାର୍ଟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ପୁରୁଷ ଏକକରେ ଆର୍ଯ୍ୟମନ ଟଣ୍ଡନ ୧୭-୨୧, ୨୧-୧୧, ୨୧-୧୪ରେ ତୃତୀୟ ସିଡ୍ ଏମ୍‌ ରଘୁଙ୍କୁ ହରାଇ ଶେଷ ୩୨ଜଣଙ୍କ ମଧ୍ୟରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ଅଭିନବ ଗର୍ଗ ଓ ରିତ୍ବିକ ସଂଜୀବ ମଧ୍ୟ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗର୍ଗ ଦଶମ ସିଡ୍‌ ଅଭିନବ ଠାକୁରଙ୍କୁ ୨୧-୧୯, ୨୧-୧୬ ଏବଂ ରିତ୍ବିକ ତ୍ରୟୋଦଶ ସିଡ୍ ଓରିତ୍‌ ଚଲିହାଙ୍କୁ ୨୧-୧୫, ୨୧-୧୯ରେ ପରାସ୍ତ କରିଥିଲେ।

Putin: ପାକିସ୍ତାନକୁ ନେଇ ୨୪ ବର୍ଷ ତଳେ ଆମେରିକାକୁ ସତର୍କ କରାଇଥିଲେ ପୁଟିନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe