Cricket: ରାଜକୋଟ ଦିନିକିଆକୁ ୭ ୱିକେଟ୍‌ରେ ଜିତିଲା ନ୍ୟୁଜିଲାଣ୍ଡ

Advertisment

ରାଜ‌କୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି। ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି।

ରାଜ‌କୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି। ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି।

Screenshot 2026-01-14 215608

Photograph: (Aajtak)

ରାଜ‌କୋଟ: ରାଜ‌କୋଟ ଦିନିକିଆକୁ ନ୍ୟୁଜିଲାଣ୍ଡ ୭ ୱିକେଟ୍‌ରେ ଜିତି ନେଇଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ୧-୧ ସ୍ତରକୁ ଚାଲି ଆସିଛି। ସେଥିପାଇଁ ମଧ୍ୟ ଇନ୍ଦୋରରେ ୧୮ ତାରିଖ ଦିନ ଖେଳଯିବାକୁ ଥିବା ତୃତୀୟ ତଥା ଶେଷ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ପାଲଟି ଯାଇଛି। ସେହିଭଳି କେଏଲ୍‌ ରାହୁଲଙ୍କ ପ୍ରତୀକ୍ଷିତ ଶତକକୁ କିୱି ବ୍ୟାଟର୍‌ ଡାରିଲ ମିଚେଲ ଫିକା କରି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: Iran Protests: ଇରାନରେ ବିକ୍ଷୋଭକାରୀଙ୍କ ବିରୋଧରେ ସରକାରଙ୍କ ଦମନମୂଳକ କାର୍ଯ୍ୟାନୁଷ୍ଠାନ !

ବୁଧବାର ଭାରତୀୟ କ୍ରିକେଟ୍‌ ଦଳ ରାହୁଲଙ୍କ ଲଢ଼ୁଆ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୮୪ ରନ୍‌ କରିଥିଲା। ଜବାବରେ ମାତ୍ର ୪୬ ରନ୍‌ରେ ଉଭୟ ଓପନର୍‌ଙ୍କୁ ହରାଇ ନ୍ୟୁଜିଲାଣ୍ଡ ସଂଘର୍ଷ କରିଥିଲା। ହେଲେ ନିର୍ଭରଯୋଗ୍ୟ ମିଚେଲ (୧୩୧*) ଓ ୱିଲ ୟଙ୍ଗ (୮୭) ତୃତୀୟ ୱିକେଟ୍‌ରେ ୧୬୨ ରନ୍‌ର ଭାଗୀଦାର ଗଢ଼ି ଭାରତ ହାତରୁ ଏକପ୍ରକାର ମ୍ୟାଚ୍‌ ଛାଡ଼ାଇ ନେଇଥିଲେ। ୟଙ୍ଗଙ୍କୁ ୩୮ତମ ଓଭରରେ ଆଉଟ୍‌ କରି ସ୍ପିନର୍‌ କୁଲଦୀପ ଯାଦବ ସେମାନଙ୍କୁ ଅଲଗା କରିଥିଲେ। ତେବେ ମିଚେଲ ଅବିଭାଜିତ ଚତୁର୍ଥ ୱିକେଟ୍‌ରେ ଗ୍ଲେନ୍‌ ଫିଲିପ୍ସ (୩୨*)ଙ୍କ ସହ ମିଶି ୭୮ ରନ୍‌ ସଂଗ୍ରହ କରି ନିଜ ଦଳକୁ ୧୫ ବଲ୍‌ ପୂର୍ବରୁ ମହତ୍ତ୍ବପୂର୍ଣ୍ଣ ବିଜୟ ଉପହାର ଦେବା ସହ ଶୃଙ୍ଖଳାକୁ ଜୀବନ୍ତ ରଖିଥିଲେ।

ଆହୁରି ପଢ଼ନ୍ତୁ: Maharashtra Municipal Election 2026: ଜାନୁଆରି ୧୫ରେ ମହାରାଷ୍ଟ୍ରରେ ପୌର ନିର୍ବାଚନ ପାଇଁ ଭୋଟ୍: ମୁମ୍ବାଇ ପାଟଲିବ ପ୍ରମୁଖ ରଣକ୍ଷେତ୍ର...

ସଂକ୍ଷିପ୍ତ ସ୍କୋର୍: ନ୍ୟୁଜିଲାଣ୍ଡ ୪୭.୩ ଓଭରରେ-୨୮୬/୩ (ଡାରିଲ ମିଚେଲ ୧୩୧*, ୱିଲ ୟଙ୍ଗ୍‌ ୮୭, ଗ୍ଲେନ୍‌ ଫିଲିପ୍ସ ୩୨*, ପ୍ରସିଦ୍ଧ କ୍ରିଷ୍ଣା ୧/୪୯, ହର୍ଷିତ ରାଣା ୧/୫୨, କୁଲଦୀପ ଯାଦବ ୧/୮୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe