ସିରିଜ୍ ପୋଛିନେଲା ନ୍ୟୁଜିଲ୍ୟାଣ୍ଡ: ୨୫ ରନ୍‌ରେ ଭାରତର ଲଜ୍ଜାଜନକ ପରାଜୟ

ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଭ‌‌ାରତ ୨୫ ରନ୍‌ରେ ପରାଜିତ ହୋଇଛି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ସିରିଜର ସମସ୍ତ ମ୍ୟାଚ୍ ଜିତି କ୍ଲିନ୍ ସ୍ବିପ୍ କରିଛି..

ଅଦ୍ୟତନ ହୋଇଛି
WhatsApp Image 2024-11-03 at 1.27.23 PM

ମୁମ୍ବାଇ: ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍‌ରେ ଭ‌‌ାରତ ୨୫ ରନ୍‌ରେ ପରାଜିତ ହୋଇଛି। ଏହା ସହିତ ନ୍ୟୁଜିଲ୍ୟାଣ୍ଡ ୩ଟିକିଆ ସିରିଜର ସମସ୍ତ ମ୍ୟାଚ୍ ଜିତି କ୍ଲିନ୍ ସ୍ବିପ୍ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲ୍ୟାଣ୍ଡ ଭାରତୀୟ ମାଟିରେ ଇତିହାସ ସୃଷ୍ଟି କରିଛି । 

ଏହି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳ ଦ୍ୱିତୀୟ ଇନିଂସରେ ୧୭୪ରନ୍ ସଂଗ୍ରହ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୪୭ ରନ୍ ରହିଥିଲା। ମାତ୍ର ଟିମ୍ ଇଣ୍ଡିଆ ୨୯.୧ ଓଭରରେ ୧୨୧ ରନ୍ କରି ଅଲଆଉଟ୍ ହୋଇ ଯାଇଥିଲା। ଏହା ସହିତ ଭାରତୀୟ ମାଟିରେ କ୍ଲିନ୍ ସ୍ୱିପ୍ କରିବାରେ ନ୍ୟୁଜିଲ୍ୟାଣ୍ଡ ବିଶ୍ୱର ପ୍ରଥମ ଦଳ ହୋଇପାରିଛି।

ଟିମ୍ ଇଣ୍ଡିଆର ଭେଟେରାନ୍ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ବିରାଟ କୋହଲି ପୁଣି ଫ୍ଲପ୍ ହୋଇଥିଲେ। ରୋହିତ ୧୧ ରନ୍ କରି ପାଭିଲିୟନ ଫେରିଥିଲେ। ସେ ମ୍ୟାଟ ହେନେରିଙ୍କ ବୋଲିଂରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ବିରାଟ ୧ ରନ୍‌ରେ ଅଜାଜ ପଟେଲଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ।

ଅଧିକ ପଢ଼ନ୍ତୁ: ଦ୍ୱିତୀୟ ଇନିଂସରେ ୧୭୪ରନ୍‌ରେ ଅଟକିଲା ନ୍ୟୁଜିଲ୍ୟାଣ୍ଡ, ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୪୭

ଋଷଭ ପନ୍ତ ୬୪ ରନ୍ କରିଥିବାବେଳେ ଜଶସ୍ବୀ ଜୟସ୍ବାଲ ୫ ରନ୍ କରିଥିଲେ। ୱାଶିଂଟନ ସୁନ୍ଦର ୧୨ ରନ୍ କରିଥିଲେ। ଶୁବମନ ଗିଲ୍ ୧ ରନ୍, ସରଫରାଜ ଖାନ୍ ୧ ରନ୍, ରବିନ୍ଦ୍ର ଜାଡ଼େଜା ୬ ରନ, ରବିଚନ୍ଦ୍ରନ ଅଶ୍ବିନୀ ୮ ରନ୍ କରିଥିବାବେଳେ ଆକାଶଦୀପ ଖାତା ନ ଖୋଲି ପାଭିଲିୟନ ଫେରିଥିଲେ।

ଅଧିକ ପଢ଼ନ୍ତୁ: ଋଷଭଙ୍କୁ ରୋହିତଙ୍କ ନାଲିଆଖି: ଡ୍ରେସିଂ ରୁମ୍‌ର ଭିଡିଓ ଭାଇରାଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe