Odia Boy Smashes in Dubai: ଦୁବାଇରେ ଚମକିଲେ ଓଡ଼ିଆ ବାଳକ, ୩ଟି ମ୍ୟାଚ୍‌ରେ ୫୬୯ ରନ୍‌ ସଂଗ୍ରହ

ଓଡ଼ିଶାର ପ୍ରତିଭା ଦେବହାନ୍‌ସ ସାହୁ ଦୁବାଇରେ ଚମକିଛନ୍ତି। ଦୁବାଇରେ ଜାରି ଥିବା ଏକ ଲିଗ୍‌ର ୩ଟି ମ୍ୟାଚ୍‌ରେ ସେ ଏପର୍ଯ୍ୟନ୍ତ ୫୬୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ଲିଗ୍‌ରେ ସେ ଆହୁରି ୭ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

Devahans Sahoo

Odia Boy Devahans Sahoo Creates History in UAE Cricket. Photograph: (sambad.in)

ଦୁବାଇ/ଭୁବନେଶ୍ବର: ଓଡ଼ିଶାର ପ୍ରତିଭା ଦେବହାନ୍‌ସ ସାହୁ ଦୁବାଇରେ ଚମକିଛନ୍ତି। ଦୁବାଇରେ ଜାରି ଥିବା ଏକ ଲିଗ୍‌ର ୩ଟି ମ୍ୟାଚ୍‌ରେ ସେ ଏପର୍ଯ୍ୟନ୍ତ ୫୬୯ ରନ୍‌ ସଂଗ୍ରହ କରିଛନ୍ତି। ଏହି ଲିଗ୍‌ରେ ସେ ଆହୁରି ୭ଟି ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। 

ଦୁବାଇ ଏକାଡେମୀ ଲିଗ୍‌ ୨୦୨୫-୨୬ ଜାରି ରହିଛି। ଅନ୍ତର୍ଜାତୀୟ ଜୁନିଅର କ୍ରିକେଟ୍‌ ଖେଳାଳିଙ୍କ ପାଇଁ ଏହି ଲିଗ୍ ବଡ଼ ସୁଯୋଗ ଆଣିଛି, ଯେଉଥିରେ ୧୪ ବର୍ଷୀୟ ଦେବହାନ୍‌ସ ସାହୁ ଓଡ଼ିଶା ସହିତ ଭାରତ ଏବଂ ଦୁବାଇର ଗର୍ବ ବଢ଼ାଇଛନ୍ତି।  

ଆହୁରି ପଢ଼ନ୍ତୁ: Putin will destroy All: ପୁଟିନ ଚାହିଁଲେ ସବୁ ଧ୍ୱଂସ କରିଦେବେ କହି ଜେଲେନସ୍କିଙ୍କୁ ଭୟ ଦେଖାଇଲେ ଟ୍ରମ୍ପ୍

ଦୁବାଇ ଏକାଡେମୀ ଲିଗ୍‌ ୨୦୨୫-୨୬ରେ ସାରଜାର ଏମ୍‌ଏସ୍‌ କ୍ରିକେଟ୍‌ ଏକାଡେମୀ ପକ୍ଷରୁ ଦେବହାନ୍‌ସ ଖେଳୁଛନ୍ତି। ସେ ଏହି ଲିଗ୍‌ର ଗୋଟିଏ ମ୍ୟାଚ୍‌ରେ ୫୯ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୯୧ ରନ୍‌ ସଂଗ୍ରହ କରିଥିଲେ। ରବିନ ସିଂହ ଏକାଡେମୀ ଅଣ୍ଡର୧୫ ବିପକ୍ଷରେ ଖେଳାଯାଇଥିବା  ଏହି ସ୍କୋରରେ ସେ ୨୮ଟି ବଲ୍‌ରୁ ଶତକ ହାସଲ କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ୧୧୧ଟି ବଲ୍‌ ଖେଳି ୨୮୯ ରନ୍‌ ଏବଂ ୪୧ଟି ବଲ୍‌ ଖେଳି ୮୯ ରନ୍‌ ସଂଗ୍ରହ କରିଥିଲେ। ଏହି ଲିଗ୍‌ରେ ସେ ଏପର୍ଯ୍ୟନ୍ତ ୭୨ଟି ଚୌକା ଏବଂ ୨୯ଟି ଛକା ହାସଲ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: Alert, Firecracker: ସାବଧାନ ! ଆମାନିଆ… ୨ ଘଣ୍ଟାରୁ ଅଧିକ ବାଣ ଫୁଟାଇଲେ ବାନ୍ଧିନେବ ପୋଲିସ, ରାତି ୯ ପରେ ଢୋ ଢା… ମନା 

ଯୁବ ଓଡ଼ିଆ ଖେଳାଳି ଦେବ୍‌ହାନ୍‌ସଙ୍କ ପ୍ରଦର୍ଶନରେ ୟୁଏଇର ଜଣାଶୁଣା କ୍ରିକେଟ‌ ପ୍ରଶିକ୍ଷକ ଶହଜାଦ୍‌ ଅଲତାଫ ଖୁସି ବ୍ୟକ୍ତି କରିଛନ୍ତି। ଦେବ୍‌ହାନସଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି। ଏଥ ସହିତ ସେ କହିଛନ୍ତି, ଦେବହାନ୍‌ସ ଜଣେ ସାଧାରଣ ଖେଳାଳି ନୁହଁନ୍ତି। ସେ ହେଉଛନ୍ତି ଖେଳର ଛାତ୍ର। ତାଙ୍କର ନିଷ୍ଠା, ମନୋବଳ ଏବଂ ଏକାଗ୍ରତା ତାଙ୍କୁ ଏହି ସଫଳତା ଦେଇଛି। ୨୮ଟି ବଲ୍‌ରେ ଶତକ ହାସଲ କରିବା ଏକ ଛୋଟ କଥା ନୁହେଁ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପହଞ୍ଚିବା ପାଇଁ ତାଙ୍କ ପାଖରେ ପ୍ରତିଭା ରହିଛି। 

ଭୁବନେଶ୍ବରର ବମିଖାଲ ନିବାସୀ ତୁଷାର ସାହୁ ଏବେ ଦୁବାଇରେ ପରିବାର ସହିତ ଅବସ୍ଥାନ କରୁଛନ୍ତି। ଦେବ୍‌ହାନ୍‌ସ ଦୁବାଇରେ ଦଶମ ଶ୍ରେଣୀର ଛାତ୍ର ଅଛନ୍ତି। ଏଥି ସହିତ ସେ ଇମିରେଟ କ୍ରିକେଟ୍‌ ବୋର୍ଡ (ଇସିବି) ଉନ୍ନୟନ ଟିମ୍‌ର ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଅନ୍ୟ ଏକ ମ୍ୟାଚ୍‌ରେ ୧୧୧ଟି ବଲ୍‌ରୁ ୨୮୮ ରନ୍‌ ସଂଗ୍ରହ କରି କ୍ରୀଡ଼ାପ୍ରେମୀଙ୍କ ନଜରକୁ ଆସିଥିଲେ।  

Cricket | Dubai 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe