ଭୁବନେଶ୍ବର: କଟକର ଜବାହରଲାଲ୍ ନେହରୁ ଇନ୍ଡୋର୍ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ପ୍ରମୁଖ ଖେଳାଳିମାନେ ଆଗକୁ ବଢ଼ିଛନ୍ତି। ମହିଳା ବିଭାଗ ଏକକରେ ଉନ୍ନତି ହୁଡ଼ା, ଅନ ମୋଲ୍ ଖର୍ବ, ତନ୍ବୀ ଶର୍ମା, ଅନୁପମା ଉପାଧ୍ୟୟ କ୍ବାର୍ଟର୍ଫାଇନାଲକୁ ଉନ୍ନୀତ ହୋଇଛନ୍ତି।
Road Infrastructure: ୧୪ଟି ରାସ୍ତା ପାଇଁ ୮୨ କୋଟିର ବ୍ୟୟ ବରାଦ
ସେହିଭଳି ପୁରୁଷ କ୍ବାର୍ଟର୍ଫାଇନାଲ୍ରେ ପହଞ୍ଚିଯାଇଛନ୍ତି ଥରୁନ ମାନେପଲୀ, ସୁବ୍ରତ ସୁବ୍ରମଣ୍ୟମ, କିରଣ ଜର୍ଜ ଓ ସତୀଶ କୁମାର। ଗୁରୁବାର ମୋଟ ୩୯ଟି ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, କଟକ ସଦର ବିଧାୟକ ପ୍ରକାଶ ସେଠୀ, କ୍ରୀଡ଼ା ନିର୍ଦ୍ଦେଶକ ବିଜୟ ୟେଦୁଲ୍ଲା, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ, କଟକ ମହାନଗର ନିଗମ କମିଶନର୍ କିରଣଦୀପ କୌର ଅତିଥି ଭାବେ ଉପସ୍ଥିତ ରହିଥିଲେ। ସମସ୍ତ କ୍ବାର୍ଟର୍ଫାଇନାଲ୍ ମ୍ୟାଚ୍ ଶୁକ୍ରବାର ଖେଳାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/12/dgdgdzvvc-2025-12-12-01-23-34.jpg)