Cricket: ଆଇସିସି ଧମକ ପରେ ନରମିଲା ପିସିବି

Advertisment

ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ବି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବ ବୋଲି ଧମକ ଦେବା ପରେ ରବିବାର ଏହାର ଦଳ ଘୋଷଣା କରିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ୍‌ ନକ୍‌ଭୀଙ୍କ ମନ୍ତବ୍ୟକୁ ନେଇ ଆଇସିସି କଡ଼ା ଆଭିମୁଖ୍ୟ...

ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ବି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବ ବୋଲି ଧମକ ଦେବା ପରେ ରବିବାର ଏହାର ଦଳ ଘୋଷଣା କରିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ୍‌ ନକ୍‌ଭୀଙ୍କ ମନ୍ତବ୍ୟକୁ ନେଇ ଆଇସିସି କଡ଼ା ଆଭିମୁଖ୍ୟ...

Untitled-28.jpg

ନୂଆଦିଲ୍ଲୀ: ବାଂଲାଦେଶକୁ ସମର୍ଥନ କରି ପାକିସ୍ତାନ ବି ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବ ବୋଲି ଧମକ ଦେବା ପରେ ରବିବାର ଏହାର ଦଳ ଘୋଷଣା କରିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି)ର ଅଧ୍ୟକ୍ଷ ମୋହସିନ୍‌ ନକ୍‌ଭୀଙ୍କ ମନ୍ତବ୍ୟକୁ ନେଇ ଆଇସିସି କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଚେତାବନୀ ଦେବା ପରେ ପିସିସି ସ୍ବର ନରମ ହୋଇଛି। ବିଶ୍ବକପ୍‌ର ଓହରିଯିବା ପରିବର୍ତେ ପାକିସ୍ତାନ ଆଜି ଦଳ ଘୋଷଣା କରିଛି। କଠୋର ଦଣ୍ଡ ଓ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳିବା ଉପରେ ବି କଟକଣା ଲାଗୁ କରିବା ପାଇଁ ଆଇସିସି ଧମକ ଦେଇଥିଲା।

ଭାରତରେ ଖେଳିବାକୁ ବିସିବି ମନା କରିବା ପରେ ଶନିବାର ଆଇସିସି ବାଂଲାଦେଶକୁ ବିଶ୍ବକପ୍‌ରୁ ବିତାଡ଼ିତ କରି ସ୍କଟ୍‌ଲାଣ୍ଡ୍‌କୁ ସାମିଲ କରିଥିଲା। ‘‘ଆମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହାବାଜ ସରିଫଙ୍କ ସହ ଆଲୋଚନା କରିବା ପରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବୁ କି ନା ଚୂଡାନ୍ତ ନିଷ୍ପତ୍ତି ନେବୁ’’ ବୋଲି ପିସିବି ଅଧ୍ୟକ୍ଷ ମୋହସିନ୍‌ ନକ୍‌ଭୀ ପ୍ରକାଶ କରିଥିଲେ।। ବାଂଲାଦେଶ ପ୍ରତି ଅନ୍ୟାୟ ହୋଇଛି ବୋଲି ନକ୍‌ଭୀ ଟିପ୍ପଣୀ ପ୍ରଦାନ କରିଥିଲେ। ଏହାକୁ ନେଇ ଆଇସିସି ଖପ୍ପା ହୋଇଛି। ଦ୍ବିପାକ୍ଷିକ ଶୃଙ୍ଖଳା ଉପରେ ନିଲମ୍ବନ ଲାଗୁ, ପିଏସ୍‌ଏଲ୍‌ ପାଇଁ ବିଦେଶୀ ‌ଖେଳାଳିଙ୍କୁ ଏନ୍‌ଓସି ପ୍ରଦାନକୁ ପ୍ରତ୍ୟାଖାନ ଏପରିକି ଏସିଆ କପ୍‌ରୁ ବାଦ୍‌ ଦେବା ଭଳି ଦଣ୍ଡକୁ ନିମନ୍ତ୍ରଣ କର ନାହିଁ ଆଇସିସି ସ୍ପଷ୍ଟ ଭାବେ ବିଚାର କରୁଛି ବୋଲି ଜାଣି ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ବକପ୍‌ରୁ ଓହରିଯିବା ନିଷ୍ପତ୍ତିରୁ ଓହରିଯାଇଛି।

ଆହୁରି ପଢ଼ନ୍ତୁ: Mark Tully: ଅହଂକାରୀ ହେବା ସାମ୍ବାଦିକତା ପାଇଁ ଭଲ ନୁହେଁ: ସାର୍ ମାର୍କ ଟଲି

ବାବର ସାମିଲ; ବାଦ୍‌ ପଡ଼ିଲେ ରୌଫ୍‌, ରିଜୱାନ୍‌

ଆଇସିସି ଆଗରେ ମୁଣ୍ଡ ନୁଆଁଇ ବିଶ୍ବକପ୍‌ ଲାଗି ରବିବାର ୧୫ ଜଣିଆ ଦଳ ଘୋଷଣା କରିଛି। ୨୦୦୯ର ଏହି ବିଜେତା ଦଳର ନେତୃତ୍ବ ଭାର ସଲ୍‌ମାନ ଅଲୀ ଆଘାଙ୍କୁ ମିଳିଛି। ଦଳରେ ଦୁଇ ତାରକା ଖେଳାଳି ହାରିସ ରୌଫ୍‌ ଓ ମହମ୍ମଦ ରିଜୱାନଙ୍କୁ ସ୍ଥାନ ମିଳି ନଥିଲା ବେଳେ ବାବର ଆଜମ ସାମିଲ ଅଛନ୍ତି। ରୌଫ୍‌ଙ୍କ ଅନୁପସ୍ଥିତିରେ ସାହିନ ଶାହ ଆଫ୍ରିଦି ଓ ନସୀମ ଶାହ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ପାକିସ୍ତାନ ଗ୍ରୁପ୍‌-ଏ’ରେ ବିଜେତା ଭାରତ, ଆମେରିକା, ନେଦରଲାଣ୍ଡ୍‌ସ, ନାମିବ୍ୟା ସହ ରହିଛି। ହେଲେ ଏହି ଦଳ ଭାରତ ଗସ୍ତ ନକରି କଲମ୍ବୋରେ ସମସ୍ତ ମ୍ୟାଚ୍‌ ଖେଳିବ। ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍‌ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବା ପରେ ୧୦ରେ ଆମେରିକା, ୧୫ରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ୧୮ରେ ନାମିବ୍ୟା ସହ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ।

ଆହୁରି ପଢ଼ନ୍ତୁ: Padma Awards: ସାନ୍ତାଳୀ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମର୍ପିତ ଚରଣ ହେମ୍ବ୍ରମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe