Twenty20 World Cup: ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିପାରେ ପାକିସ୍ତାନ

Advertisment

ବିଶ୍ବ କ୍ରିକେଟ୍‌ର ସମୀକରଣ ଦିନକୁ ବଦଳିବାରେ ଲାଗିଛି। ଦିନେ ଯିଏ ପରସ୍ପରକୁ ଆଡ଼ ଆଖିରେ ଚାହୁ ନଥିଲେ ଏବେ ସେ ପରମ ବନ୍ଧୁ ପାଲଟି ଯାଇଛନ୍ତି। ଭାରତ ସମର୍ଥନ ଏବଂ ଭାରତର ପୃଷ୍ଠପୋଷକତାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୌଭାଗ୍ୟ....

ବିଶ୍ବ କ୍ରିକେଟ୍‌ର ସମୀକରଣ ଦିନକୁ ବଦଳିବାରେ ଲାଗିଛି। ଦିନେ ଯିଏ ପରସ୍ପରକୁ ଆଡ଼ ଆଖିରେ ଚାହୁ ନଥିଲେ ଏବେ ସେ ପରମ ବନ୍ଧୁ ପାଲଟି ଯାଇଛନ୍ତି। ଭାରତ ସମର୍ଥନ ଏବଂ ଭାରତର ପୃଷ୍ଠପୋଷକତାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୌଭାଗ୍ୟ....

t20

Photograph: (Sentinel (Assam))

ଦୁବାଇ: ବିଶ୍ବ କ୍ରିକେଟ୍‌ର ସମୀକରଣ ଦିନକୁ ବଦଳିବାରେ ଲାଗିଛି। ଦିନେ ଯିଏ ପରସ୍ପରକୁ ଆଡ଼ ଆଖିରେ ଚାହୁ ନଥିଲେ ଏବେ ସେ ପରମ ବନ୍ଧୁ ପାଲଟି ଯାଇଛନ୍ତି। ଭାରତ ସମର୍ଥନ ଏବଂ ଭାରତର ପୃଷ୍ଠପୋଷକତାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଓ ସୁଯୋଗ ଲାଭ କରିଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏବେ ବିଶ୍ବାସଘାତକ ପାଲଟି ଯାଇଛି। ହଠାତ୍‌ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ନିଜ ସଂପର୍କକୁ ନିବିଡ଼ କରିଚାଲିଛି। ଏପରିକି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୂଚୀ ବଦଳାଇବାକୁ ଆଇସିସି ଉପ‌ରେ ଚାପ ସୃଷ୍ଟି କରିବା ଲାଗି ବିସିବି କ୍ରିକେଟ୍‌ ସହ କୁଟନୈତିକ ସ୍ତରରେ ମଧ୍ୟ ପାକିସ୍ତାନର ସହଯୋଗ ଲୋଡ଼ିଥିବା ଜଣାପଡ଼ିଛି।  ବିସିବିକୁ ନୈତିକ ସମର୍ଥନ ଦେବା ଏବଂ ଭାରତକୁ ଏକଘରିଆ କରିବାର ଷଡ଼ଯନ୍ତ୍ର ବି ପିସିବି ଆରମ୍ଭ କରି ଦେଇଛି।

Minister Said about Startup: ଷ୍ଟାର୍ଟଅପ୍‌ ରୢାଙ୍କ ଖସିବା ପାଇଁ ପୂର୍ବ ସରକାର ଦାୟୀ: ମନ୍ତ୍ରୀ

ତଦନୁଯାୟୀ ଅନୌପଚାରିକ ଭାବେ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବା କଥା ଚିନ୍ତା କରୁଥିବା ଜଣାପଡ଼ିଛି। ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ବିସିବି ଓ ଆଇସିସି ମଧ୍ୟରେ ଲାଗିଥିବା ଟଣାଓଟରା ମାମଲାରେ ଅପ୍ରତ୍ୟାଶିତ ଭାବେ ନୁଆ ମୋଡ଼ ଦେଇଛି। ଏହି ମାମଲାକୁ ନେଇ ପାକିସ୍ତାନ ସରକାର ମଧ୍ୟ ବାଂଲାଦେଶର କାମଚଳା ମହମ୍ମଦ ୟୁନୁସ ସରକାର ସହ ଯୋଗାଯୋଗ କରି ବିସିସିଆଇକୁ ହଇରାଣରେ ପକାଇବାକୁ ଚକ୍ରାନ୍ତ କରିଥିବାର ରିପୋର୍ଟ ପ୍ରକାଶ ପାଇଛି। ପାକିସ୍ତାନ ସରକାରର ଏଭଳି ପଦକ୍ଷେପ ନେଇ ୟୁନୁସ ସରକାର ସକାରାତ୍ମକ ପ୍ରତିକ୍ରିୟା ଦେଇଥିବାର ସୂଚନା ମିଳିଛି। ବିସିବିର ଜଣେ ଅଧିକାରୀ କହିଛନ୍ତି ଯେ ଆମ କଥା ଯଦି ଆଇସିସି ନଶୁଣେ, ତାହେଲେ ପାକିସ୍ତାନ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା କଥାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛି। ଏସବୁ କଥାକୁ ଖାତିର ନକରି ଚଳିତ ମାସ ୨୧ ତାରିଖ ସୁଦ୍ଧା ଭାରତ ଗସ୍ତ କରିବ ନା ନାହିଁ ସେକଥା ସ୍ପଷ୍ଟ କରିବାକୁ ବିସିବିକୁ ଆଇସିସିି ଚରମବାଣୀ ଶୁଣାଇ ଦେଇଛି। ବିସିବି ଯଦି ଦଳ ପଠାଇବାକୁ ମନା କରିଦିଏ, ତେବେ ଆଇସିସି ଅନ୍ୟ କୌଣସି ଦଳକୁ ନେଇ ବିଶ୍ବକପ୍‌ ଆୟୋଜନ କରିବା ନେଇ ନୀତିଗତ ନିଷ୍ପତ୍ତି ନେଇ ସାରିଛି।

ବାଂଲାଦେଶକୁ ଆଇସିସିର ଚରମବାଣୀ
ଭାରତ ଓ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ବାଂଲାଦେଶ କ୍ରିକେଟ୍ ଦଳର ଅଂଶଗ୍ରହଣ ନେଇ ଏବେ ବି ଅଚଳାବସ୍ଥା ଜାରି ରହିଛି। ଏହି ପ୍ରତିଯୋଗିତା ପାଇଁ ଭାରତ ଗସ୍ତ ନ କରିବାକୁ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଅଡ଼ି ବସିଥିବା ବେଳେ ଏହା ସମ୍ଭବ ନୁହେଁ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ସ୍ପଷ୍ଟ କରିଦେଇଛି। ଏସବୁ ମଧ୍ୟରେ ଆଇସିସି ପକ୍ଷରୁ ଏବେ ବଲ୍‌କୁ ବିସିବି କୋର୍ଟରେ ପକାଇ ଦିଆଯାଇଛି। ଆସନ୍ତା ୨୧ ତାରିଖ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇବାକୁ ବିସିବିକୁ କୁହାଯାଇଛି। ସୂଚନା ଅନୁସାରେ ଯଦି ଭାରତ ନ ଆସିବାକୁ ବିସିବି ନିଷ୍ପତ୍ତି ନିଏ, ତେବେ ମାନ୍ୟତା ଅନୁସାରେ ସ୍କଟ୍‌ଲାଣ୍ଡକୁ ମୌକା ମିଳିପାରେ।

Notice: ଜନ ଅଭିଯୋଗ ଶୁଣାଣିରେ ଅନୁପସ୍ଥିତି ବିଭାଗୀୟ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ବିସିବିର ଅସ୍ବୀକାର
ଆଇସିସିର ତାଗିଦକୁ ବିସିବି ଖଣ୍ଡନ କରିଛି। ଆଇସିସି ଏଭଳି କୌଣସି କଥା ଆମକୁ ଜଣାଇ ନାହିଁ ବୋଲି ବିସିବିର ନିର୍ଦ୍ଦେଶକ ଅମଜାଦ ହୁସେନ କହିଛନ୍ତି। ସେ କହିଛନ୍ତି, ଗତ ୧୭ ତାରିଖରେ ଆଇସିସିର ଜଣେ ପ୍ରତିନିଧି ଢାକା ଆସି ଆମ ସହ ଆଲୋଚନା କରିଥିଲେ। ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଖେଳିବା ଆମ ପକ୍ଷରେ ସମ୍ଭବ ହେବ ନାହିଁ ବୋଲି ଆମେ ସେତେବେଳେ ତାଙ୍କୁ ସ୍ପଷ୍ଟ ଭାବେ କହିଥିଲୁ। ଏସବୁ ଆଇସିସି ଅଧିକାରୀଙ୍କ ସହ ଆଲୋଚନା କରି ଆଗାମୀ ସୂଚନା ପ୍ରଦାନ କରିବେ ବୋଲି କହିଥିଲେ ସେ। ତା‌’ ପରଠାରୁ ଆଇସିସି ଆମ ସହ କୌଣସି ଯୋଗାଯୋଗ କରିନାହିଁ। ତା’ ସହିତ ବିସିବିର ଭେନ୍ୟୁ ପରିବର୍ତ୍ତନ ଦାବିକୁ ହୁସେନ ପୁଣି ଥରେ ଦୋହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe