ସିଡନୀ: ପର୍ଥ ଟେଷ୍ଟର ତୃତୀୟ ଅଧିବେସନ ଆରମ୍ଭ ହୋଇଛି। ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଆସିଥିବା ଟିମ୍ ଇଣ୍ଡିଆର ଓପନର୍ ଯଶସ୍ୱୀ ଜୟସ୍ବାଲ ଏବଂ କେ.ଏଲ୍ ରାହୁଲ ଭାରତକୁ ସୁଦୃଢ଼ ସ୍ଥିତିରେ ପହଞ୍ଚାଇଛନ୍ତି।
୫୭ ଓଭର ତଥା ଦିନର ଖେଳ ଶେଷ ସୁଦ୍ଧା କୌଣସି ୱିକେଟ ନ ହରାଇ ଭାରତର ସ୍କୋର ୧୭୨ ରନ୍ ରହିଛି। ଯଶସ୍ୱୀ ଜୟସ୍ବାଲ ୯୦ ରନ ଏବଂ କେଏଲ ରାହୁଲ ୬୨ ରନ ସ୍କୋର କରିଛନ୍ତି।
ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ବିଜେପି ଏକତରଫା ଐତିହାସିକ ବିଜୟ ମୁହାଁ
ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଇନିଂସରେ ମାତ୍ର ୧୦୪ ରନ୍ରେ ଅଷ୍ଟ୍ରେଲିଆକୁ ଆଉଟ୍ କରିଛି। ଏହାପୂର୍ବରୁ ଟିମ୍ ଇଣ୍ଡିଆ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୧୫୦ ରନ୍ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆକୁ ଅଲଆଉଟ୍ କରିବା ପରେ ଭାରତ ୪୬ ରନରେ ଆଗୁଆ ରହିଥିଲା।
ଅଷ୍ଟ୍ରେଲିଆ ପାଇଁ ମିଚେଲ ଷ୍ଟାର୍କ ୨ଟି ଚୌକା ସହାୟତାରେ ୨୬ ରନ୍ର ସବୁଠାରୁ ବଡ ଇନିଂସ ଖେଳିଥିଲେ। ଏହି ସମୟ ମଧ୍ୟରେ ଜସପ୍ରୀତ ବୁମ୍ରା ଭାରତ ପାଇଁ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ହର୍ଷିତ ରାଣା ୩ ଏବଂ ମହମ୍ମଦ ସିରାଜ ୨ ନେଇଥିଲେ।
ଅଧିକ ପଢ଼ନ୍ତୁ: ସିନ୍ଦେଙ୍କ ରଣନୀତି ଆଗରେ ପରାଜିତ ହେଲେ ଉଦ୍ଧବ-ପାୱାର-କଂଗ୍ରେସ!
Follow Us