Photograph: (ESPNcricinfo)
ବଡ଼ୋଦରା: ଅଭିଶପ୍ତ ଦଳ ଭଳି ଦିଲ୍ଲୀ କ୍ୟାପିଟାଲ୍ସ ଦେଶର ଦୁଇ ପ୍ରିମିୟର୍ ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଜିତିବାରେ ବିଫଳ ହୋଇଛି। ଆଇପିଏଲ୍ ୧୮ ବର୍ଷ ବିତିଯାଇଥିବା ବେଳେ ପୁରୁଷ ଦଳର ସ୍ବପ୍ନ ଅଧୁରା ରହିଛିି। ମହିଳା ଦଳର ଭାଗ୍ୟ ଉଦୟ ବି ହୋଇପାରିନି। ସବୁଠାରୁ ବଡ଼ କଥା ହେଉଛି ମାତ୍ର ୪ ବର୍ଷ ତଳେ ଆରମ୍ଭ ହୋଇଥିବା ଡବ୍ଲ୍ୟୁପିଏଲ୍ର ପ୍ରତି ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ୍ ହିଡ଼ ଅତିକ୍ରମ କରି ନପାରି ଉପବିଜେତା ହୋଇଛି। ଗୁରୁବାର ଖେଳାଯାଇଥିବା ଫାଇନାଲ୍ରେ ଜେମିମା ରଡ୍ରିଗ୍ସଙ୍କ ଡିସିକୁ ସ୍ମୃତି ମନ୍ଧାନାଙ୍କ ଆର୍ସିବି ୬ ୱିକେଟ୍ରେ ହରାଇ ଗୋଟିଏ ବର୍ଷ ବ୍ୟବଧାନ ପରେ ପୁଣି ବିଜେତା ହୋଇଛି। ଡିସି ଦେଇଥିବା ୨୦୪ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଆର୍ସିବି ୨ ବଲ୍ ପୂର୍ବରୁ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଏଥିସହ ଆର୍ସିବି ଦ୍ବିତୀୟ ଥର ଟ୍ରଫି ତୋଳି ଧରିଛି।
Preparation: ଚଳିତ ଆହୁରି ଭବ୍ୟ ହେବ ଓଡ଼ିଆ ପକ୍ଷ
ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ପାୱାର ପ୍ଲେ ୬ ଓଭରରେ ୧ ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଶେଫାଳି ବର୍ମା (୧୩ରୁ ୨୦ ରନ୍) ଓ ଲିଜେଲ୍ ଲି (୩୦ରୁ ୩୭ ରନ୍) ଦୃଢ଼ ମୂଳଦୁଆ ପକାଇବା ପରେ ଅଧିନାୟିକା ଜେମିମା ରଡ୍ରିଗ୍ସ (୩୭ ବଲ୍ରୁ ୫୭ ରନ୍)ଙ୍କ ସହ ଲୌରା ୱଲ୍ଭର୍ଟ (୨୫ ବଲ୍ରୁ ୪୪ ରନ୍) ଏବଂ ଚିନେଲ୍ ହେନରି (୧୫ ବଲ୍ରୁ ୩୫* ରନ୍) ସଂଗ୍ରହ କରିବାରୁ ଦିଲ୍ଲୀ ୪ ୱିକେଟ୍ ହରାଇ ୨୦୩ ରନ୍ର ଲଢ଼ୁଆ ସ୍କୋର୍ ଛିଡ଼ା କରିଥିଲା। ଆର୍ସିବି ପକ୍ଷରୁ ସାୟଲୀ ସଟ୍ଘରେ, ଅରୁନ୍ଧତୀ ରେଡ୍ଡୀ, ନାଡିନ୍ ଡି’କ୍ଲାର୍କ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
Meeting: 'ସହାୟ'ର ପରିଚାଳନା କମିଟି ବୈଠକ
ଜବାବରେ ଆର୍ସିବି ପ୍ରଥମରୁ ଏହାର ବିସ୍ଫୋରକ ଓପନର୍ ଗ୍ରେସ୍ ହାରିସ (୯)ଙ୍କୁ ହରାଇଥିଲା। ହେନ୍ରି ତାଙ୍କୁ ବୋଲ୍ଡ କରି ଦେଇଥିଲେ। କିନ୍ତୁ ଅଧିନାୟିକା ସ୍ମୃତି ମନ୍ଧାନା ଓ ଅଷ୍ଟ୍ରେଲୀୟ ଯୁବା ଜର୍ଜିଆ ଭୋଲ୍ ଶତକୀୟ ଭାଗୀଦାର ପ୍ରତିଷ୍ଠା କରି ମ୍ୟାଚ୍କୁ ସହଜ କରି ଦେଇଥିଲେ। ମନ୍ଧାନା ୨୩ ବଲ୍ରୁ ଓ ଭୋଲ୍ ୩୭ ବଲ୍ରୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବା ପରେ ଅଧିକ ଭୟଙ୍କର ବ୍ୟାଟିଂ କରିଥିଲେ। ଭୋଲ୍ (୫୪ ବଲ୍ରୁ ୭୯ ରନ୍)ଙ୍କୁ ମିନୁ ମଣି ଆଉଟ୍ କରିଥିଲେ। ମନ୍ଧାନା (୪୧ ବଲ୍ରୁ ୮୭ ରନ୍) ୧୯ତମ ଓଭରରେ ଆଉଟ୍ ହୋଇ ଚାପ ବଢ଼ାଇଥିଲେ। ଶେଷ ଓଭରକୁ ୧୦ ରନ୍ ରହିଥିଲା। ରାଧା ଯାଦବ (୫ ବଲ୍ରୁ ୧୨* ରନ୍) ଲଗାତାର ଚୌକା ମାରି ୨ ବଲ୍ ପୂର୍ବରୁ ଆର୍ସିବିକୁ ଜିତାଇଥିଲେ।
Follow Us