Rishab Pant Captain: ଗିଲ୍‌ଙ୍କୁ ମିଳିଲାନି ଦାୟିତ୍ବ , ଭାରତ-ଏ ଦଳର ଅଧିନାୟକ ହେଲେ ଋଷଭ ପନ୍ତ

ଭାରତ-ଏ ଦଳ ଦକ୍ଷିଣ ଆଫ୍ରିକା-ଏ ଦଳ ବିପକ୍ଷରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ଖେଳିବ। ଏହି ସିରିଜ ପାଇଁ ଭାରତ-ଏ ଦଳ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପାଇଁ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ସାଇ ସୁଦର୍ଶନଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି।

rishabh pant

Rishabh Pant Becomes Captain Photograph: (sambad.in)

ନୂଆଦିଲ୍ଲୀ: ଭାରତ-ଏ ଦଳ ଦକ୍ଷିଣ ଆଫ୍ରିକା-ଏ ଦଳ ବିପକ୍ଷରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ଖେଳିବ। ଏହି ସିରିଜ ପାଇଁ ଭାରତ-ଏ ଦଳ ଘୋଷଣା କରାଯାଇଛି। ଏହି ମ୍ୟାଚ୍ ପାଇଁ ଋଷଭ ପନ୍ତଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ସାଇ ସୁଦର୍ଶନଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ଦୁଇଟି ଚାରି ଦିନିଆ ମ୍ୟାଚ୍ ପାଇଁ ଦଳରେ ଭିନ୍ନ ଭିନ୍ନ ଖେଳାଳିଙ୍କ ଚୟନ କରାଯାଇଥିବା ବେଳେ ରିଷଭ ପନ୍ତ ଏବଂ ସାଇ ସୁଦର୍ଶନ ଦୁଇଟି ଚାରି ଦିନିଆ ମ୍ୟାଚ୍‌ର ଅଧିନାୟକ ଓ ଉପ-ଅଧିନାୟକ ରହିବେ।

ବିସିସିଆଇ ଏକ୍ସରେ ପୋଷ୍ଟ କରି ଏହି ଘୋଷଣା କରିଛି। ସୂଚନା ମୁତାବକ, ଭାରତ-ଏ ଦଳ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରି ଦିନିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ଅକ୍ଟୋବର ୩୦ରୁ ନଭେମ୍ବର ୨ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୬ରୁ ନଭେମ୍ବର ୯ପର୍ଯ୍ୟନ୍ତ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ପାଇଁ କେଏଲ ରାହୁଲ ଏବଂ ମହମ୍ମଦ ସିରାଜ ଦଳରେ ଯୋଗଦେବେ। ଯୁବ କ୍ରିକେଟର ଆୟୁଷ ମହାତ୍ରେଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୀପାବଳିରେ ଭୁଲ୍‌ରେ ଆମିଷ ଖାଦ୍ୟ ଦେଇଦେଲା ସ୍ବିଗି; ଅଭିଯୋଗ ଆଣିଲେ ଗ୍ରାହକ

ପ୍ରଥମ ଚାରି ଦିନିଆ ମ୍ୟାଚ୍ ପାଇଁ ଭାରତୀୟ ଦଳ:

ଋଷଭ ପନ୍ତ (ଅଧିନାୟକ ତଥା ୱିକେଟ୍ କିପର), ଆୟୁଷ ମହାତ୍ରେ, ଏନ୍ ଜଗଦୀଶନ (ୱିକେଟ୍ କିପର), ସାଇ ସୁଦର୍ଶନ (ଉପ-ଅଧିନାୟକ), ଦେବଦତ୍ତ ପଦିକ୍କଲ, ରଜତ ପଟିଦାର, ହର୍ଷ ଦୁବେ, ତନୁଶ କୋଟିୟାନ୍, ମାନବ ସୂତାର, ଅଂଶୁଲ କମ୍ବୋଜ୍, ୟଶ ଠାକୁର, ଆୟୁଷ ବଦୋନୀ ଏବଂ ସାରାଂଶ ଜୈନ୍।

ଆହୁରି ପଢ଼ନ୍ତୁ: ଜୀବନ ହାରିଲେ ଆରଜି କର୍ ମେଡିକାଲ୍‌ କଲେଜ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତର ଝିଆରୀ

ଦ୍ୱିତୀୟ ଚାରି ଦିନିଆ ମ୍ୟାଚ୍ ପାଇଁ ଭାରତୀୟ ଦଳ:

ଋଷଭ ପନ୍ତ (ଅଧିନାୟକ ତଥା ୱିକେଟ୍ କିପର), କେ.ଏଲ୍ ରାହୁଲ, ଧ୍ରୁଭ ଜୁରେଲ (ୱିକେଟ୍ କିପର), ସାଇ ସୁଦର୍ଶନ (ଉପ-ଅଧିନାୟକ), ଦେବଦତ୍ତ ପଦିକ୍କଲ, ରୁତୁରାଜ ଗାଏକ୍ବାଡ, ହର୍ଷ ଦୁବେ, ତନୁଷ କୋଟିୟନ୍, ମାନବ ସୂତାର, ଖଲୀଲ ଅହମ୍ମଦ, ଗୁରନୂର ବରାଡ, ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କୃଷ୍ଣ, ମହମ୍ମଦ ସିରାଜ ଏବଂ ଆକାଶ ଦୀପ।

Cricket | cricketer | team india

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe