Sanju Samson Photograph: (sambad.in)
କୋଲକାତା: ୱେଷ୍ଟଇଣ୍ଡିଜ୍ ବିପକ୍ଷ କର ବା ମର ମ୍ୟାଚ୍ରେ ବିଜୟୀ ପାଳି ଖେଳିଥିବା ସଞ୍ଜୁ ସାମ୍ସନ୍ ଆତ୍ମବିଶ୍ବାସ ନ ହରାଇବା ପାଇଁ ନିଜର ଫୋନ୍ ଓ ସୋସିଆଲ୍ ମିଡିଆ ଆକାଉଣ୍ଟଗୁଡ଼ିକୁ ବନ୍ଦ କରି ଦେଇଥିଲେ।
ନିଜ ଉପରେ ବିଶ୍ବାସ ରଖିଥିଲି
ଭାରତର ୫ ୱିକେଟ୍ ବିଜୟ ପରେ ୫୦ ବଲ୍ରୁ ୯୭* ରନ୍ କରିଥିବା ୩୧ ବର୍ଷୀୟ ସାମ୍ସନ୍ କହିଛନ୍ତି ଯେ, "ସଟ୍ ଚୟନ ଉପରେ ମୁଁ କାମ କରୁଥିଲି। ସମାନ ସେଟ୍ଅପ୍ରେ ପ୍ରଦର୍ଶନ କରୁଥିବାରୁ ବେଶୀ କିଛି ବଦଳାଇବାକୁ ଚାହୁ ନଥିଲି। ନିଜ ଉପରେ ବିଶ୍ବାସ ରଖିଥିଲି। ଲଗାତାର ବିଫଳ ହେବା ପରେ ନିଜ ଫୋନ୍ ଓ ସୋସିଆଲ୍ ମିଡିଆ ଆକାଉଣ୍ଟ ବନ୍ଦ କରି ନିଜ କଥା ଶୁଣିଥିଲି। ଭଲ ମ୍ୟାଚ୍ ହୋଇଥିବାରୁ ବହୁତ ଖୁସି। ଲକ୍ଷ୍ୟ କଷ୍ଟକର ଥିଲା। ଆମର ବ୍ୟାଟିଂ ଶକ୍ତି ଏବଂ କାକର ପଡ଼ିବା ଦେଖି ଅନୁଭବ କଲି ଯେ ଇଡେନ୍ ଗାର୍ଡେନ୍ସରେ ୧୯୦ ରନ୍ ପିଛା କରିବା ସହଜ ହେବ। କିନ୍ତୁ ନିୟମିତ ୱିକେଟ୍ ହରାଇବା ଏକ ଚ୍ୟାଲେଞ୍ଜ ହୋଇଥିଲା। ହେଲେ ମୋର ଅଭିଜ୍ଞତା ଏଠାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ଭଲ ଆରମ୍ଭ ପାଇଥିଲି, ଯେତେବେଳେ ୱିକେଟ୍ ଖସିଲା, ଭାବିଲି ମୋତେ ଖେଳ ଶେଷ କରିବାକୁ ପଡ଼ିବ। ତାହା ହିଁ କଲି। ହେଲେ ଯିଏ ଯାହା ଚାହେ ତାହା ହୁଏନି। କିନ୍ତୁ ଏହି ଖେଳରେ ସେପରି ହେଲାନି ତେଣୁ ଈଶ୍ବରଙ୍କ ପାଖରେ କୃତଜ୍ଞ। ନ୍ୟୁଜିଲାଣ୍ଡ ବିପକ୍ଷରେ ଭଲ କରିପାରି ନଥିଲି। ଏହା ପରେ ମୁଁ ଆତ୍ମଚିନ୍ତନ କରି ପୁଣି ଭଲ କରିବାର ବାଟ ପାଇବାକୁ ଚେଷ୍ଟା କରିଥିଲି। ଏବେ ଭଲ କଲି ଏବଂ ବଡ଼ ମ୍ୟାଚ୍ ଜିତାଇବାର ସ୍ବପ୍ନ ପୂରଣ କରିପାରିଥିବାରୁ ବହୁତ ଖୁସି।"
ଆହୁରି ପଢ଼ନ୍ତୁ: CIA tracked Khamenei: ଆକ୍ରମଣ ପୂର୍ବରୁ ସିଆଇଏ ମାସ ମାସ ଧରି ଖେମିନିଙ୍କ ସହ ଅନ୍ୟ ନେତୃତ୍ବଙ୍କୁ କରିଥିଲା ଟ୍ରାକ୍
Follow Us