India Vs South Africa Photograph: (sambad)
ଗୁଆହାଟୀ: ଦ୍ବିତୀୟ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଭାରତୀୟ ଟିମ୍ ବିନା କୌଣସି ୱିକେଟ୍ ହରାଇ ପ୍ରଥମ ପାଳିରେ ୯ ରନ୍ ସଂଗ୍ରହ କରିଛି। ଗୁଆହାଟୀରେ ଖେଳ ଜାରି ଥିବା ଦ୍ବିତୀୟ ଟେଷ୍ଟ ମ୍ୟଚ୍ରେ ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳି ୪୮୯ ରନ୍ରେ ଶେଷ ହୋଇଛି। ଏବେ ଭାରତୀୟ ଟିମ୍ ପ୍ରଥମ ପାଳି ଆଧାରରେ ୪୮୦ ରନ୍ ପଛରେ ଅଛି। ଦ୍ବିତୀୟ ଦିନର ଖେଳ ଦକ୍ଷିଣ ଆଫ୍ରିକା ନାମରେ ରହିଛି। ଅନ୍ତିମ ୪ ୱିକେଟ୍ରେ ୨୪୩ ରନ୍ ସଂଗ୍ରହ କରି ଟିମ୍ ୪୮୯ ରନ୍ର ବିଶାଳ ସ୍କୋରରେ ପହଞ୍ଚି ଥିଲା।
ଦ୍ବିତୀୟ ଦିନରେ ଦକ୍ଷିଣ ଆଫ୍ରିକା ୨୪୭/୬ ରନ୍ରୁ ଆଗକୁ ବଢ଼ିଥିଲା। ସେନୁରନ ମୁଥୁମାସୀ ଓ କାଇଲ ଭେରିୟନ ମିଶି ୮୮ ରନ୍ ସଂଗ୍ରହ କରିଥିଲେ। ଏହା ପରେ ମୁଥୁସାମୀଙ୍କ ସହିତ ମାର୍କୋ ଜନସେନ ମିଶି ୯୭ ରନ୍ର ଭାଗିଦାରୀ କରିଥିଲେ। ଗୋଟିଏ ପଟେ ମୁଥୁସାମୀ ୧୦୯ ରନ୍ ଏବଂ ଜନସେନ ୯୩ ରନ୍ ବ୍ୟକ୍ତିଗତ ରନ୍ କରିଥିଲେ। ଦ୍ବିତୀୟ ଦିନରେ ଆଫ୍ରିକା ୨୪୨ ରନ୍ ସଂଗ୍ରହ କରିଥିଲା।
ଆହୁରି ପଢ଼ନ୍ତୁ: Elephant terror: ମଢପ ଗାଁରେ ହାତୀ ଆତଙ୍କ: ଦୁଇ ଘର ଧ୍ଵସ୍ତ, ରାତିସାରା ଭୟରେ ଅନିଦ୍ରା ଗ୍ରାମବାସୀ
ଜନସେନ୍ଙ୍କ ଶତକ
ଭାରତୀୟ ବୋଲରଙ୍କ ଉପରେ ଜନସେନ ଆଧିପତ୍ୟ ବିସ୍ତାର କରିଥିଲେ। ସେ ୯୩ ରନ୍ର ବଡ଼ ସ୍କୋର କରିଥିଲେ। କିନ୍ତୁ ସେ ଏହି ପାଳି ୧୦୨ ଷ୍ଟ୍ରାଇକ୍ ରେଟ୍ରେ ଖେଳିଥିଲେ। ଏହି ପାଳିରେ ସେ ୬ଟି ଚୌକା ଓ ୭ଟି ଛକା ମାରିଥିଲେ। ଅନ୍ୟପଟରେ ଭାରତୀୟ ବୋଲରମାନେ ବିଫଳ ପ୍ରମାଣିତ ହୋଇଥିଲେ। କୁଲଦୀପ ଯାଦବ ଏବଂ ମହମ୍ମଦ ସିରାଜ ୧୦୦ରୁ ମଧ୍ୟ ଅଧିକ ରନ୍ ଦେଇଥିଲେ। ସର୍ବାଧିକ ୱିକେଟ୍ କୁଲଦୀପ ଯାଦବ ନେଇଥିଲେ, ଯିଏ କି ଦକ୍ଷିଣ ଆଫ୍ରିକାର ୪ଜଣ ଖେଳାଳିଙ୍କୁ ପାଭିଲିଅନ ପଠାଇଥିଲେ। ଜସପ୍ରୀତ ବୁମରା, ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସିରାଜ ୨-୨ ୱିକେଟ୍ ନେଇଥିଲେ।
ଆହୁରି ପଢ଼ନ୍ତୁ: World Tennis Tour: ବିଶ୍ବ ଟେନିସ୍ ଟୁର୍: ସେମିରେ ଅଟକିଲେ କବୀର, ସିଦ୍ଧାନ୍ତ-ପ୍ରଜ୍ଜ୍ବଳ ଯୁଗଳ ବିଜେତା
Follow Us