shama-mohamed-targets-gautam-gambhir (@social media)
ନୂଆଦିଲ୍ଲୀ: କଂଗ୍ରେସ ନେତା ଶମା ମହମ୍ମଦ ନିଜର ବୟାନ ପାଇଁ କେତେବେଳେ ଆଲୋଚନାର ତ କେତେବେଳେ ସମାଲୋଚନାର ପାତ୍ର ହୋଇଥାଆନ୍ତି। ସେ ପ୍ରାୟତଃ କ୍ରିକେଟରମାକନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥାଆନ୍ତି। କିଛିଦିନ ତଳେ ଶମା ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ସମାଲୋଚନା କରିବା ସହିତ ତାଙ୍କୁ ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ପ୍ରଭାବହୀନ ଅଧିନାୟକ ବୋଲି କହିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥିଲା।
ସମ୍ପ୍ରତି ଶମା ମହମ୍ମଦ ଭାରତୀୟ କ୍ରିକେଟ୍ ଦଳକୁ ରାଜନୀତି ଗ୍ରାସ କରିବା ଆରମ୍ଭ କରି ଦେଇଛି ବୋଲି ଏକ ନୂଆ ଦାବି କରିଛନ୍ତି। ଏଥିସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେୟାର କରି ସେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଉପରେ ଧର୍ମ ଆଧାରରେ ଖେଳାଳି ଚୟନ କରିବାର ଅଭିଯୋଗ କରିଛନ୍ତି।
ଶମା ସରଫରାଜ ଖାନଙ୍କ ନାମ ନେଇ ପ୍ରଶ୍ନ ଉଠାଇଛନ୍ତି ଯେ ସରଫରାଜଙ୍କ ଉପନାମ ପାଇଁ ତାଙ୍କୁ ଦଳରେ ଚୟନ କରାଗଲା ନାହିଁ କି? ଗୌତମ ଗମ୍ଭୀର ଏ ବିଷୟରେ କ'ଣ ଭାବନ୍ତି ତାହା ସମସ୍ତଙ୍କୁ ଜଣା।
ଅଧିକପଢ଼ନ୍ତୁ:ପୁରୁଣା କଳିକୁ କେନ୍ଦ୍ର କରି ବାଳକଙ୍କ ଛାତିରେ ଫୁଟାଇ ଦେଲେ ୪ଟି ଗୁଳି
ସର୍ଫରାଜ ଖାନ ଶେଷ ଥର ପାଇଁ ୨୦୨୪ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ବର୍ଡର-ଗାଭାସ୍କର ଟ୍ରଫି, ଇଂଲଣ୍ଡଗସ୍ତ ଏବଂ ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ଟେଷ୍ଟ ସିରିଜ୍ ପାଇଁ ଚୟନ କରାଯାଇ ନଥିଲା। ତାଙ୍କର ପ୍ରଭାବଶାଳୀ ଘରୋଇ ରେକର୍ଡ ସତ୍ତ୍ୱେ ସରଫରାଜ ଖାନ ଦଳରୁ ବାହାରେ ରହିଛନ୍ତି।
ଅଧିକପଢ଼ନ୍ତୁ:ପୁଣି ଦେଖାଗଲା ସମସ୍ୟା, ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ବିମାନ
Shama Mohamed Gautam Gambhir
Follow Us