Smriti Mandhana Delete Photos Photograph: (sambad.in)
ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ସଂଗୀତକାର ପଲାଶ ମୁଛଲ ନଭେମ୍ବର ୨୩ରେ ବିବାହ ବନ୍ଧନରେ ବାନ୍ଧି ହେବାର ଥିଲା। ହେଲେ ବିବାହ ଦିନ ଘଟିଥିବା ଘଟଣା ତାଙ୍କ ବିବାହରେ କଣ୍ଟା ସାଜିଥିଲା। ବିବାହ ଉତ୍ସବ ଆରମ୍ଭ ହେବା ସହ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ବାକି ଥିଲା ହୋମନିଆଁକୁ ସାକ୍ଷୀ ରଖି ବିବାହ କରିବା। ହେଲେ ବିବାହର କିଛି ଘଣ୍ଟା ପୂର୍ବରୁ ସ୍ମୃତିଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ହୃଦଘାତର ଲକ୍ଷଣ ଦେଖାଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାପା ସୁସ୍ଥ ନହେବା ଯାଏ ସ୍ମୃତି ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ।
ବିବାହ କାର୍ଯ୍ୟକ୍ରମର ସବୁ ଫଟୋ ହଟାଇଲେ ସ୍ମୃତି
ଏବେ ସ୍ମୃତି ସୋସିଆଲ ମିଡିଆରୁ ନିଜ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ସବୁ ଫଟୋ ଓ ଭିଡିଓ ହଟାଇ ଦେଇଥିବା ଦେଖାଯାଇଛି। ବିବାହ ସ୍ଥଗିତ ରହିବା ପରେ ସ୍ମୃତି କାହିଁକି ଏଭଳି କଲେ ତାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି। ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେ ପ୍ରତି କାର୍ଯ୍ୟକ୍ରମର ଫଟୋ ସେୟାର କରିଥିଲେ। ଏମିତି କି ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍ସ ମଧ୍ୟ ବିବାହର ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଏବେ ଜେମିମା ମଧ୍ୟ ପୋଷ୍ଟ ହଟାଇଛନ୍ତି।
ଆହୁରି ପଢ଼ନ୍ତୁ: Wife Attempts Death ପାରିବାରିକ କଳହର କରୁଣ ପରିଣତି: କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କଲେ ପତ୍ନୀ
ପଲକ ସେୟାର କରିଥିଲେ ପୋଷ୍ଟ
ପଲାଶଙ୍କ ଭଉଣୀ ପଲକ ମୁଚ୍ଛଲ ସୋସିଆଲ ମିଡିଆରେ ବିବାହ ସ୍ଥଗିତ ରହିବା ସମ୍ପର୍କରେ ସୂଚନା ଦେଇ ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଥିଲେ, "ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ଯୋଗୁଁ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗିତ ରଖାଯାଇଛି। ଏହି ସମ୍ବେଦନଶୀଳ ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ।"
ଆହୁରି ପଢ଼ନ୍ତୁ: Himanta Sarma Claims: ଜୁବିନଙ୍କୁ ହତ୍ୟା କରାଯାଇଥିବା ଦାବି କଲେ ଆସାମ ମୁଖ୍ୟମନ୍ତ୍ରୀ
Follow Us