Advertisment

Cricket: ଦାଦାଙ୍କ ପାଇଁ ଦୁଲୁକିଲା ଇଡେନ୍‌

Advertisment

କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବୁଧବାର ରାତିରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ ଖେଳାଯାଉଥିଲା। ହେଲେ ଆକର୍ଷଣ ପାଲଟିଥିଲେ ପ୍ରିନ୍ସ ଅଫ୍‌ କୋଳକାତା ସୌରଭ ଗାଙ୍ଗୁଲି।

କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବୁଧବାର ରାତିରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ ଖେଳାଯାଉଥିଲା। ହେଲେ ଆକର୍ଷଣ ପାଲଟିଥିଲେ ପ୍ରିନ୍ସ ଅଫ୍‌ କୋଳକାତା ସୌରଭ ଗାଙ୍ଗୁଲି।

Saurabh Ganguly

Saurabh Ganguly Photograph: (barandbench)

କୋଲକାତା (ଇଡେନ୍‌ ଗାର୍ଡେନ୍ସରୁ ଦେବାଶିଷ ସୁନ୍ଦରାୟ): କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ବୁଧବାର ରାତିରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ଭଳି ବଡ଼ ମ୍ୟାଚ୍‌ ଖେଳାଯାଉଥିଲା। ହେଲେ ଆକର୍ଷଣ ପାଲଟିଥିଲେ ପ୍ରିନ୍ସ ଅଫ୍‌ କୋଳକାତା ସୌରଭ ଗାଙ୍ଗୁଲି। ଭାରତୀୟ ଦଳର ପୂର୍ବତନ ଅଧିନାୟକ, ବିସିସିଆଇର ପୂର୍ବତନ ସଭାପତି ତଥା ଏବେକାର ବେଙ୍ଗଲ କ୍ରିକେଟ୍‌ ସଂଘ ସଭାପତି ଗାଙ୍ଗୁଲି ଯେତେବେଳେ ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ ଦର୍ଶକମାନେ ତାଙ୍କୁ ପାଖରେ ପାଇ ସର୍ବାଧିକ ଖୁସି ଥିବା ଭାବନାକୁ ସମୂହ ତାଳିମାରି ଦର୍ଶାଇଥିଲେ।

ମ୍ୟାଚ୍‌ ପୂର୍ବରୁ ଗାଙ୍ଗୁଲି ପଡ଼ିଆ ଭିତରକୁ ଆସି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିବା ସହ ସାକ୍ଷାତକାର ଦେଇଥିଲେ। ଏହା ପରେ ଟସ୍‌ ପଡ଼ିଥିଲା। ନ୍ୟୁଜିଲାଣ୍ଡ ଟସ୍‌ ଜିତିବା ପରେ ସ୍ଥାନୀୟ ସ୍କୁଲ୍‌ ପିଲାମାନେ ଦୁଇ ଦଳର ଖେଳାଳିଙ୍କ ଧରି ପଡ଼ିଆ ଭିତରକୁ ପ୍ରବେଶ କରିବା ଇଡେନ୍‌ ପଡ଼ିଆ ଉପରେ ଆୟତାକାରରେ ଦୁଇ ଦଳ ସହ ଆଇସିସିର ପାତକାକୁ ୨୦୦ ପାଖିପାଖି ସ୍କୁଲ୍‌ ପିଲା ଧରିବା ମାହୋଲକୁ ମନ୍ତ୍ରମୁଗ୍ଧ କରିଥିଲା।

ଆହୁରି ପଢ଼ନ୍ତୁ: Clashes erupted: ମେଣ୍ଢାଶାଳରେ ଗଣ୍ଡଗୋଳ ପରେ ପୁଲିସ ଫୋର୍ସ ମୁତୟନ; ୧୬୩ ଧାରା ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe