india vs SA Test
କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ରୋଚକ ମୋଡ଼ରେ ପହଞ୍ଚିଯାଇଛି । ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୫୯ ରନରେ ଅଲଆଉଟ୍ କରିବା ପରେ ଭାରତ ମଧ୍ୟ ୧୮୯ ରନରେ ଅଲଆଉଟ ହୋଇଯାଇଛି । ଏହା ପରେ ୨ୟ ଦିନର ଷ୍ଟମ୍ସ ଅପସାରଣ ବେଳକୁ ଦକ୍ଷିଣ ଆଫ୍ରିକା ନିଜର ୨ୟ ଇନିଂସରେ ୭ ଓ୍ବିକେଟ ହରାଇ ୯୩ ରନ କରିଛି । ଏହା ଫଳରେ ଦକ୍ଷିଣ ଆଫ୍ରିକା ଏପର୍ଯ୍ୟନ୍ତ ୬୩ ରନରେ ଆଗୁଆ ରହିଛି । ମ୍ୟାଚର ଗତି ଦେଖିଲେ ମନେହେଉଛି ଯେ ଆସନ୍ତା କାଲି ଅର୍ଥାତ୍ ମ୍ୟାଚର ୩ୟ ଦିନରେ ଫଇସଲା ବାହାରି ପାରେ ।
ଆହୁରି ପଢ଼ନ୍ତୁ:BJP Suspends 3 Leaders: ବିହାର ବିଜୟ ପରେ ବିଜେପିର ବଡ଼ କାର୍ଯ୍ୟାନୁଷ୍ଠାନ: ତିନି ନେତା ଦଳରୁ ନିଲମ୍ବିତ
ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ୧୫୯ ରନ ଜବାବରେ ଭାରତ ୧ ଓ୍ବିକେଟ ହରାଇ ୩୭ ରନ କରିଥିଲା । କିନ୍ତୁ ୨ୟ ଦିନରେ ଭାରତ ମାତ୍ର ୧୮୯ ରନରେ ଅଲଆଉଟ ହୋଇଯାଇଥିଲା । ଅର୍ଥାତ୍ ଦକ୍ଷିଣ ଆଫ୍ରିକାକୁ ୧୫୯ ରନରେ ଅଲଆଉଟ କରିବା ପରେ ଯେଉଁ ସୁବିଧାଜନକ ସ୍ଥିତିରେ ରହିବ ବୋଲି ଭାରତ ଭାବିଥିଲା, ତାହାକୁ ହରାଇଦେଇଥିଲା ଓ ମାତ୍ର ୩୦ ରନରେ ଅଗ୍ରଣୀ ରହିଥିଲା । ପ୍ରଥମ ଇନିଂସରେ ଭାରତ ପକ୍ଷରୁ କେଏଲ ରାହୁଲ ସର୍ବାଧିକ ୩୭ ରନ କରିଥିଲେ ଓ ଓ୍ବାସିଂଟନ ସୁନ୍ଦର ୨୯ ରନ କରିଥିଲେ । ସେହିପରି ଋଷଭ ପନ୍ତ ଓ ରବୀନ୍ଦ୍ର ଜାଦେଜା ୨୭ ରନ ଲେଖାଏଁ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସାଇମନ ହାର୍ମର ୪ଟି ଓ ମାର୍କୋ ଜାନସେନ ୩ଟି ଓ୍ବିକେଟ ନେଇଥିଲେ ।
ଦକ୍ଷିଣ ଆଫ୍ରିକା ମଧ୍ୟ ନିଜର ୨ୟ ଇନିଂସରେ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ପକ୍ଷରୁ ଟେମ୍ବା ବାଭୁମା ସର୍ବାଧିକ ୨୯ ରନ କରିଛନ୍ତି । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୪ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।
ଆହୁରି ପଢ଼ନ୍ତୁ:Delhi Car Blast New Updates: ଦିଲ୍ଲୀ କାର ବିସ୍ଫୋରଣ ମାମଲା: ଶାହିନ୍ ଦୁବାଇ ପଳାଇବାକୁ ଚେଷ୍ଟା କରୁଥିଲେ
Follow Us