ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ଟ୍ବେଣ୍ଟି-୨୦ ଫର୍ମ ଏବେ ଆଇସିସି ବିଶ୍ବକପ୍ ପୂର୍ବରୁ ଭାରତୀୟ ଦଳ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଦଳର ଅଧିନାୟକ ଭାବେ ସେ ଲମ୍ବା ସମୟ ହେବ ପ୍ରଭାବୀ ପାଳିଟିଏ ଖେଳିପାରିନାହାନ୍ତି। ଗୁରୁବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ସେ ଏକ ଟ୍ରିକ୍ ଖେଳିଥିଲେ ମଧ୍ୟ ସେଥିରେ ବି ଫେଲ୍ ମାରିଛନ୍ତି। ପ୍ରଥମ ଥର ପାଇଁ ସେ ନିଜେ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ନ ଆସି ଅକ୍ଷର ପଟେଲ୍ଙ୍କୁ ପଠାଇଥିଲେ। ୪ ନମ୍ବରରେ ଆସିଥିଲେ ମଧ୍ୟ ସେ ୪ ବଲ୍ରୁ ୫ ରନ୍ ସହ ଫେଲ୍ ମାରିଥିଲେ। ଗତବର୍ଷ ନଭେମ୍ବର ମାସ ପରଠାରୁ ସୂର୍ଯ୍ୟକୁମାର ଏହି ଫର୍ମାଟ୍ରେ ୨୦ ପାଳିରୁ ୧୩.୩୫ ହାର ଓ ୧୨୦.୧୦ ଷ୍ଟ୍ରାଇକ୍ ରେଟ୍ରେ ମାତ୍ର ୨୨୭ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ଭାରତ ସମ୍ପୂର୍ଣ୍ଣ ହୋଇଥିବା ୨୧ଟି ଟ୍ବେଣ୍ଟି-୨୦ରୁ ମାତ୍ର ୪ଟି ହାରିଛି ସତ କିନ୍ତୁ ସୂର୍ଯ୍ୟଙ୍କ ବ୍ୟକ୍ତିଗତ ଅବଦାନର ଆବଶ୍ୟକତା ପଡ଼ିନାହିଁ। ଗୁରୁବାର ସେ ଟେଷ୍ଟ୍ ମ୍ୟାଚ୍ ଷ୍ଟାଇଲ୍ରେ ୟାନ୍ସେନ୍ଙ୍କ ବୋଲିଂରେ ବଲ୍ ନିକ୍ ହୋଇ ୱିକେଟ୍ରକ୍ଷକ କ୍ବିଣ୍ଟନ୍ ଡି’କକ୍ଙ୍କ ଗ୍ଲୋଭସ୍ରେ ପହଞ୍ଚିଥିଲା।
Remember 25: ମନେରହିବ ୨୫: ଆକର୍ଷଣ ନୁହେଁ, ଆଲୋଚନାରେ ପର୍ଯ୍ୟଟନ
ଅନ୍ୟପକ୍ଷରେ ସୂର୍ଯ୍ୟକୁମାରଙ୍କ ଭଳି ଉପଅଧିନାୟକ ଶୁବମନ୍ ଗିଲ୍ ମଧ୍ୟ ଖରାପ ଫର୍ମ ଦେଇ ଚାଲିଛନ୍ତି। ଅକ୍ଷର ପଟେଲ ତାଙ୍କ ୫୨ ଟ୍ବେଣ୍ଟି-୨୦ ପାଳିରେ କେବେ ବି ୩ ନମ୍ବରରେ ବ୍ୟାଟିଂ କରିନଥିଲେ। ବହୁ ପରିଶ୍ରମ କରି ସେ ବଲ୍ ପିଛା ୨୧ ରନ୍ କରିବା ଅପ୍ରତ୍ୟାଶିତ ଥିଲା। ଅକ୍ଷରଙ୍କ ସହ ଶିବମ ଦୁବେଙ୍କୁ ବାମହାତୀ ସ୍ପିନର୍ ଜର୍ଜ ଲିଣ୍ଡେ ଅସୁବିଧାରେ ପକାଇଥିଲେ। ‘‘ଏହି କୌଶଳ କାମ ନକରିବା ପରେ ଆମେ ପରବର୍ତ୍ତୀ ମ୍ୟାଚ୍ରେ ଭିନ୍ନ କିଛି କରିବୁ’’ ବୋଲି ମଧ୍ୟ ସୂର୍ଯ୍ୟ ପ୍ରକାଶ କରିଛନ୍ତି। ଟ୍ବେଣ୍ଟି-୨୦ ଫର୍ମାଟରେ ସୂର୍ଯ୍ୟ ହାଇରିସ୍କ ସଟ୍ ଖେଳୁଥିବାରୁ ଏଭଳି ବିଫଳତା ଦେଇ ଗତି କରିବାକୁ ପଡ଼ିପାରେ ବୋଲି ମଧ୍ୟ କୁହାଯାଉଛି। କାରଣ ସୂର୍ଯ୍ୟ ଚଳିତ ବର୍ଷ ଇଂଲଣ୍ଡ ବିପକ୍ଷରେ ୫ ପାଳିରେ ୨ଟି ଶୂନ ବି କରିଥିଲେ। କିନ୍ତୁ ସେ ଆଇପିଏଲ୍-୨୦୨୫ରେ ୧୬ ପାଳିରୁ ୬୫.୧୮ ହାର ଓ ୧୬୭.୯୧ ଷ୍ଟ୍ରାଇକ୍ ରେଟ୍ରେ ୭୧୭ ରନ୍ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ନକ୍ ଆଉଟ୍ରେ ପହଞ୍ଚାଇଥିଲେ।
Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/SZ72eaJHtA5HQWnx2WmS.jpeg)