MCG : ମେଲବର୍ଣ୍ଣ ପିଚକୁ ନେଇ ଆଇସିସି ଅସନ୍ତୁଷ୍ଟ, ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ

Advertisment

ଆଇସିସି ପକ୍ଷରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡକୁ ଅନସାଟିସଫାକ୍ଟରି (ସନ୍ତୋଷଜନକ ନୁହେଁ) ଘୋଷଣା କରାଯାଇଛି । ଏହା ସହିତ ଗ୍ରାଉଣ୍ଡକୁ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଛି ।

ଆଇସିସି ପକ୍ଷରୁ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡକୁ ଅନସାଟିସଫାକ୍ଟରି (ସନ୍ତୋଷଜନକ ନୁହେଁ) ଘୋଷଣା କରାଯାଇଛି । ଏହା ସହିତ ଗ୍ରାଉଣ୍ଡକୁ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଛି ।

mcg

mcg Photograph: (@mcg)

ମେଲବର୍ଣ୍ଣ : ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ୪ର୍ଥ ଆସେସ ଟେଷ୍ଟ ମାତ୍ର ଦୁଇ ଦିନରେ ଶେଷ ହୋଇଯାଇଥିଲା । ଏହାର ପିଚ୍ ବ୍ୟାଟିଂ ପାଇଁ ଏତେ ଅନୁପଯୋଗୀ ଥିଲା ଯେ ମ୍ୟାଚର ପ୍ରଥମ ଦିନରେ ୨୦ଟି ଓ ଦ୍ବିତୀୟ ଦିନରେ ୧୬ଟି ଓ୍ବିକେଟ ପଡ଼ିଥିଲା । ଏହା ସହିତ କୌଣସି ବ୍ୟାଟ୍ସମ୍ୟାନ ଶତକ ତ ଦୂରର କଥା ଅର୍ଦ୍ଧଶତକଟିଏ ମଧ୍ୟ ଅର୍ଜନ କରିପାରିନଥିଲେ । 

ଆହୁରି ପଢନ୍ତୁ : Aravalli Hills Controversary : ନିଜ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଏହା ପରେ ଏବେ ଆକ୍ସନ ମୋଡକୁ ଆସିଯାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଆଇସିସି ପକ୍ଷରୁ ଏହି ଗ୍ରାଉଣ୍ଡକୁ ଅନସାଟିସଫାକ୍ଟରି (ସନ୍ତୋଷଜନକ ନୁହେଁ) ଘୋଷଣା କରିଛି । ଏହା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରିଛି । ‘ଆଇସିସି ପିଚ୍ ଓ ଆଉଟଫିଲଡ୍ ମନିଟରିଂ ପଦ୍ଧତି’ ଅନୁସାରେ ଏହି ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଇଛି । 

ଆହୁରି ପଢନ୍ତୁ : Thalapathy Vijay: ଆଉ ଅଭିନୟ କରିବେନି ଥଲାପତି ବିଜୟ, କହିଲେ ମୋର ପ୍ରଶଂସକଙ୍କ ପାଇଁ ମୁଁ ଏପରି କରୁଛି

ଏହି ନିଷ୍ପତ୍ତି ଶୁଣାଇ ଆଇସିସି ମ୍ୟାଚ ରେଫରି ଏଲିଟ୍ ପ୍ୟାନେଲର ସଦସ୍ୟ ଜେଫ କ୍ରୋ କହିଛନ୍ତି ଯେ ଏହି ପିଚ୍ ସଂପୂର୍ଣ୍ଣଭାବେ ବୋଲରଙ୍କ ପକ୍ଷରେ ଥିଲା । ମ୍ୟାଚର ପ୍ରଥମ ଦିନରେ ୨୦ଟି ଓ ଦ୍ବିତୀୟ ଦିନରେ ୧୬ଟି ଓ୍ବିକେଟ ପଡ଼ିଥିଲା, ଏହା ସହିତ କୌଣସି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ମଧ୍ୟ ମାରିପାରିନଥିଲେ । ଏଥିରୁ ଜଣାପଡ଼ୁଛି ଯେ ପିଚଟି ଖେଳିବା ପାଇଁ ଅନୁପଯୋଗୀ ଥିଲା । ଏଣୁ ନିୟମାବଳୀ ଅନୁସାରେ ଏହି ଗ୍ରାଉଣ୍ଡକୁ ଗୋଟିଏ ଡିମେରିଟ୍ ପଏଣ୍ଟ ପ୍ରଦାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe