World Cup-winning cricketer: ବିଶ୍ବକପ୍‌ ବିଜୟିନୀ କ୍ରିକେଟର୍‌ଙ୍କୁ ସମ୍ବର୍ଦ୍ଧନା: ପ୍ରତ୍ୟେକଙ୍କୁ ୧୧ ଲକ୍ଷ ଲେଖାଏଁ ପ୍ରଦାନ

ଶ୍ରୀଲଙ୍କାର କଲମ୍ବୋଠାରେ ପ୍ରଥମ ଦୃଷ୍ଟିହୀନ ମହିଳା ‌ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ବିଜେତା ଭାରତୀୟ ଦଳର ୪ ଓଡ଼ିଆ ସଦସ୍ୟାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

jgdjdjggdjcbn

ଭୁବନେଶ୍ୱର: ଶ୍ରୀଲଙ୍କାର କଲମ୍ବୋଠାରେ ପ୍ରଥମ ଦୃଷ୍ଟିହୀନ ମହିଳା ‌ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ବିଜେତା ଭାରତୀୟ ଦଳର ୪ ଓଡ଼ିଆ ସଦସ୍ୟାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଭାରତ ଏକ ରୋମାଞ୍ଚକର ଫାଇନାଲରେ ନେପାଳକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା। ଏହି ବିଶ୍ୱକପ ବିଜୟୀ ଦଳରେ ଓଡ଼ିଶାରୁ ୪ ଜଣ ଖେଳାଳି ବାଲେଶ୍ୱରର ଫୁଲ ସୋରେନ, ମୟୂରଭଞ୍ଜର ପାର୍ବତୀ ମାରାଣ୍ଡି, ଯମୁନାରାଣୀ ଟୁଡୁ ଓ ବାସନ୍ତୀ ହାଁସଦା ପ୍ରତିନିଧିତ୍ବ କରିଥିଲେ। ଭାରତ ଫେରିବା ପରେ ସେମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଭେଟିବା ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ସମ୍ବର୍ଦ୍ଧିତ କରିଥିଲେ।

Missing return home: ୧୦ ବର୍ଷ ତଳେ ବାପା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିବା ବେଳେ ନିଖୋଜ ଥିବା ଦୁଇ ଛୋଟ ପୁଅ ଝିଅଙ୍କ ସନ୍ଧାନ

ଏହି କ୍ରମରେ ସୋମବାର ୪ ଓଡ଼ିଆ ଖେଳାଳି ଭୁବନେଶ୍ବର ପହଞ୍ଚିବା ପରେ ପ୍ରଶଂସକମାନେ ସେମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ବାସଭବନଠାରେ ଏମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ପ୍ରତ୍ୟେକ ଖେଳାଳିଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ସ୍ୱରୂପ ୧୧ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ପ୍ରଦାନ କରିଥିଲେ। ଖେଳାଳିଙ୍କ ଦୃଢ଼ ଓ ଉଲ୍ଲେଖନୀୟ ପ୍ରଦର୍ଶନକୁ ପ୍ରଶଂସା କରି ନିଷ୍ଠା ଓ ଅଧ୍ୟବସାୟ ବଳରେ ଖେଳରେ ଉତ୍କର୍ଷ ପ୍ରଦର୍ଶନ କରି ଆପଣମାନେ, ଦେଶ ଓ ରାଜ୍ୟ ପାଇଁ ଯଶ ଆଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆପଣମାନେ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ମତ ଦେଇ ଆତ୍ମବିଶ୍ୱାସର ସହ ଏହି ବିଜୟ ଯାତ୍ରା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କୁ ଉପଦେଶ ଦେଇଥିଲେ। 

Devastating Flood, Death Toll Rises: ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡରେ ପ୍ରକୃତିର ପ୍ରଳୟ: ବନ୍ୟା ନେଲାଣି ୧୦୦୦ ଜୀବନ, ନିଖୋଜଙ୍କ ସୀମା ନାହିଁ…

ଏହି ଅବସରରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ରୀଡ଼ା ଓ ଯୁବସେବା ବିଭାଗର କମିସନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡକ୍ଟର ୟେଦୁଲା ବିଜୟ, ପ୍ରଶିକ୍ଷକ ଦେବାଶିଷ ଜେନା, ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ୍‌ ସଂଘର ସଭାପତି ମହମ୍ମଦ ଜାଫର ଇକ୍‌ବାଲ୍‌, ରାଜ୍ୟର ପ୍ରଥମ ଦୃଷ୍ଟିହୀନ ଓଏଏସ୍‌ ଅଧିକାରୀ ସନ୍ୟାସୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe