ଭୁବନେଶ୍ୱର: କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ଖେଳ ଓ ଖେଳାଳିଙ୍କ ପାଇଁ ବିକାଶମୂଳକ କାମ କରୁଛନ୍ତି। ଖେଳକୁ ରାଜ୍ୟ ସରକାର ସମର୍ଥନ ଜଣାଇ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସମର୍ଥନ ବିନା ଖେଳରେ ସଫଳତା ମିଳିବା ସମ୍ଭବ ନୁହେଁ। ରାଜ୍ୟର ଖେଳାଳିମାନେ ମାନେ କ୍ରୀଡ଼ା କ୍ଷେତ୍ରରେ ସୁନାମ ଆଣୁଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କ୍ରୀଡ଼ା ମନ୍ତ୍ରୀ କୀରଣ ରିଜିଜୁ ଶୁକ୍ରବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଏହା କହିଛନ୍ତି। କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀ ରିଜିଜୁ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ସେ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଓଡ଼ିଶାରେ କ୍ରୀଡ଼ାର ଭିତ୍ତିଭୂମି ଆଗକୁ ନେବା ପାଇଁ କେନ୍ଦ୍ର ସରକାର ସହଯୋଗ କରିବାକୁ ସବୁ ବେଳେ ପ୍ରସ୍ତୁତ ଅଛି।

Advertisment

publive-image

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି। ଭାରତର ପୁରୁଷ ଓ ମହିଳା ଟିମ୍‌ ଟୋକିଓ ୨୦୨୦ ଅଲିମ୍ପିକ୍‌ ପାଇଁ ଯୋଗ୍ୟ ବିବେଚିତ ହେବ। ଏଥି ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ କରିବ।

ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ହକି ମ୍ୟାଚ୍‌ ପାଇଁ କେନ୍ଦ୍ର କୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଷ୍ଟାଡିୟମ୍‌ର ପରଫର୍ମାନ୍‌ସ ସେଣ୍ଟର ବୁଲି ଦେଖିଛନ୍ତି।