ଫଲୋଅନରୁ ବଞ୍ଚିବା ପରେ ଡ୍ରେସିଂରୁମ୍‌ରେ ବିଜୟ ଭଳି ଉତ୍ସବ,ଭିଡ଼ିଓ ଭାଇରାଲ

ଅଷ୍ଟ୍ରେଲିଆ ବିପକ୍ଷରେ ଫଲୋଅନରୁ ବଞ୍ଚିବା ମାତ୍ରେ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ ଜୀବନ୍ତ ହେବା ପରି ମନେ ହେଉଥିଲା। ରୁମ୍‌ରେ ଉତ୍ସବ ଭଳି ସ୍ଥିତି ଦେଖିବାକୁ ମିଳିଥିଲା। ବିରାଟ କୋହଲି, ଗୌତମ ଗମ୍ଭୀର ଏବଂ ରୋହିତ ଶର୍ମା ଆକାଶଦୀପ ଲଜ୍ଜାଜନକ ଭାବେ ଉତ୍ସବ ପାଳନ କରୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି...

WhatsApp Image 2024-12-17 at 8.24.02 PM

ବ୍ରିସବେନ୍: ଗାବା ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଫଲୋଅନରୁ ବଞ୍ଚିବା ପରେ ଟିମ୍ ଇଣ୍ଡିଆ ସଦସ୍ୟ ଡ୍ରେସିଂ ରୁମରେ ଉତ୍ସବ ପାଳନ କରିଥିଲେ। ଲାଗୁଥିଲା ସତେଯେପରି ଯେପରି ସେମାନେ ମ୍ୟାଚ୍ ଜିତିଛନ୍ତି। କୋହଲି ନିଜ ଆସନରୁ ଠିଆ ହୋଇ ନାଚିବା ଆରମ୍ଭ କରିଥିବାବେଳେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମଧ୍ୟ ସମ୍ପୂର୍ଣ୍ଣ ଉତ୍ସାହରେ ନଜର ଆସିଥିଲେ।

କିନ୍ତୁ ସବୁଠୁ ବଡ ପ୍ରଶ୍ନ ହେଉଛି ବ୍ୟାଟ୍ସମ୍ୟାନ୍‌ଙ୍କ ଏପରି ଲଜ୍ଜାଜନକ ପ୍ରଦର୍ଶନ ସହିତ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ସିରିଜ୍ କିପରି ଜିତିବ। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସକୁ ଛାଡିଦେଲେ ଯଶସ୍ୱୀ ଜୟସ୍ବାଲଙ୍କ ଅବସ୍ଥା ଖରାପ ରହିଛି। ଦୁଇ ଅଙ୍କ ଅତିକ୍ରମ କରିବା ତାଙ୍କ ପାଇଁ କଷ୍ଟକର ହେଉଛି। 

ବିରାଟ କୋହଲିଙ୍କ ଅବସ୍ଥା ମଧ୍ୟ ଯଶସ୍ବୀଙ୍କ ପରି। ପର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସକୁ ଛାଡିଦେଲେ କୋହଲି ଅବଶିଷ୍ଟ ଚାରି ଇନିଂସରେ ମାତ୍ର ୨୬ ରନ୍ ସଂଗ୍ରହ କରିଛନ୍ତି।

ଟେଷ୍ଟ କ୍ରିକେଟରେ ଟିମ୍ ଇଣ୍ଡିଆର ସବୁଠାରୁ ବଡ ମ୍ୟାଚ୍ ବିଜେତା ବିବେଚିତ ହେଉଥିବା ଋଷଭ ପନ୍ତଙ୍କ ବ୍ୟାଟ୍ ମଧ୍ୟ ଏଥର ସମ୍ପୂର୍ଣ୍ଣ ନିରବ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ୫ ଇନିଂସରେ ପନ୍ତ ମାତ୍ର ୯୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ବୋଲିଂରେ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ମଧ୍ୟ ନିରାଶାଜନକ ରହିଛି। ଗାବା ଟେଷ୍ଟର ପ୍ରଥମ ଇନିଂସରେ ସିରାଜ ମାତ୍ର ଦୁଇଟି ୱିକେଟ୍ ନେଇଛନ୍ତି।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୦ ୱିକେଟ ହରାଇ ୪୪୫ ରନ୍ କରିଥିବାବେଳେ ଟିମ୍ ଇଣ୍ଡିଆ ୯ ୱିକେଟ ହରାଇ ୨୫୨ ରନ୍ କରିଛି।

ଅଧିକ ପଢ଼ନ୍ତୁ: ସରକାରୀ ନିଯୁକ୍ତି ପରୀକ୍ଷାରେ ୧୦୦ ରୁ ୧୦୧ ନମ୍ବର: ଆଶାୟୀ ଅସନ୍ତୁଷ୍ଟ

ଫଲୋଅନ ନିୟମ କ’ଣ?

ଟେଷ୍ଟ କ୍ରିକେଟ ନିୟମ ଅନୁସାରେ ଯଦି ପ୍ରଥମ ଇନିଂସରେ ଖେଳୁଥିବା ଦଳର ଅଗ୍ରଣୀ ଦ୍ୱିତୀୟ ଇନିଂସରେ ୨୦୦ ରନ୍ କିମ୍ବା ତା’ଠାରୁ ଅଧିକ ରହିଥାଏ, ତେବେ ଏହା ବିପକ୍ଷ ଦଳକୁ ଫଲୋଅନ ଦେଇଥାଏ।  ଫଲୋଅନ ଦଳ ପୁନର୍ବାର ବ୍ୟାଟିଂ କରିଥାଏ।ଏହା ସହିତ ଫଲୋଅନ ବ୍ୟାଟିଂ କରୁଥିବା ଦଳ ପରେ ବିପକ୍ଷ ଦଳ ଦ୍ବିତୀୟ ଇନିଂସ ବ୍ୟାଟିଂ କରିବାକୁ ଆସିଥାଏ।

ଅଧିକ ପଢ଼ନ୍ତୁ: ସିରିଆ ପରେ ଏବେ ଲିବିୟା ଉପରେ ପୁଟିନଙ୍କ ନଜର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe