ନୂଆଦିଲ୍ଲୀ: କ୍ରିକେଟ ବିରାଟ କୋହଲି ସମୟସମୟରେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏମିତି କାମ କରିଥାଆନ୍ତି ଯଦ୍ବାରା ସେ ଚର୍ଚ୍ଚାର ପରିସରରେ ଥାଆନ୍ତି। ସମ୍ପ୍ରତି କୋହଲି ରଣଜୀ ଟ୍ରଫିକୁ ନେଇ ଖବରରେ ଅଛନ୍ତି।
ଜାନୁଆରି ୩୦ରେ କୋହଲି ଦିଲ୍ଲୀ ପାଇଁ ରଣଜୀ ମ୍ୟାଚ୍ ଖେଳିବେ। ଏହି ମ୍ୟାଚ୍ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ କୋହଲି ଜଣେ ପ୍ରଶଂସକଙ୍କୁ ତାଙ୍କର ଗ୍ଲୋଭ୍ସ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଧିକପଢ଼ନ୍ତୁ:‘ଏନ୍ପିସିଆଇଜନିତ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା, ମିଳିଯିବ ସୁଭଦ୍ରା ଟଙ୍କା’
ଭିଡିଓରେ ଦେଖିବାକୁ ମିଳୁଛି ଯେ ବିରାଟ କୋହଲି ଅଭ୍ୟାସ ପାଇଁ ପଡ଼ିଆରେ ଅଛନ୍ତି। ଏହି ସମୟରେ ପ୍ରଶଂସକ ଜଣକ ପଡ଼ିଆ ବାହାରେ କୋହଲିଙ୍କୁ ଅପେକ୍ଷା କରିଛନ୍ତି। ଅଭ୍ୟାସ ପରେ ପ୍ରଶଂସକ ବିରାଟ କୋହଲିଙ୍କ ସହିତ ଫଟୋ ଉଠାଇଥିଲେ। ଏହା ପରେ ପ୍ରଶଂସକ କୋହଲିଙ୍କୁ ତାଙ୍କର ଗ୍ଲୋଭସ୍ ଦେବାକୁ ଅନୁରୋଧ କରିଥିଲେ। ପ୍ରଶଂସକଙ୍କ କଥାକୁ କାଟି ନପାରି କୋହଲି ନିଜର ଗ୍ଲୋଭସ୍ ଫ୍ୟାନ୍ସଙ୍କୁ ଦେଇ ଦେଇଥିଲେ। ଯାହାକୁ ପିନ୍ଧି ଫ୍ୟାନ୍ସ ଜଣକ ବହୁତ ଖୁସି ଥିବା ଭିଡିଓରେ ଦେଖିବାକୁ ମିଳୁଛି।
ବିରାଟ କୋହଲି ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବାର ନଜର ଆସିଥିଲେ।
ଅଧିକପଢ଼ନ୍ତୁ:ଅଭ୍ୟାସ ପରେ ଦିଲ୍ଲୀରେ 'ଛୋଲେ ପୁରୀ' ଛାଡ଼ି ଏହି ଖାଦ୍ୟ ଖାଇଲେ ବିରାଟ
ବିରାଟ କୋହଲି ନଭେମ୍ବର ୨୦୧୨ରେ ଉତ୍ତର ପ୍ରଦେଶ ବିପକ୍ଷରେ ତାଙ୍କର ଶେଷ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। ଏବେ ସେ ୧୨ ବର୍ଷରୁ ଅଧିକ ସମୟ ପରେ ଟୁର୍ଣ୍ଣାମେଣ୍ଟକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି। କୋହଲିଙ୍କୁ ରଣଜୀ ଟ୍ରଫି ପାଇଁ ଖେଳିବା ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି।
Follow Us