ବୃନ୍ଦାବନ: ଭାରତୀୟ କ୍ରିକେଟ୍ କିଂବଦନ୍ତି ବିରାଟ କୋହଲି ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ଗସ୍ତ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ବିରୁଷ୍କା ଭାବେ ପରିଚିତ ଏହି ଚର୍ଚ୍ଚିତ ପତି-ପତ୍ନୀ ଦୁଇ ତିନି ଦିନ ତଳେ ଲଣ୍ଡନରୁ ଭାରତ ଫେରିଥିଲେ। ତେବେ ଉଭୟ ଆର୍ଜେଣ୍ଟିନାର ମହାନ ତାରକା ଲିଓନେଲ ମେସିଙ୍କୁ ଭେଟିବାକୁ ଭାରତ ଫେରିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ ବିରାଟ ଓ ଅନୁଷ୍କା ନିଜ ଆଧ୍ୟାତ୍ମିକ ଯାତ୍ରାରେ ଆଗକୁ ବଢ଼ିବା ଲାଗି ମେସି ନୁହେଁ ବରଂ ପ୍ରେମାନନ୍ଦ ମହାରାଜଙ୍କ ଦର୍ଶନ ପାଇଁ ଭାରତ ଆସିଥିବା ମଙ୍ଗଳବାର ସ୍ପଷ୍ଟ ହୋଇଛି।
Viksit Bharat: ରାଜକନିକାରେ ‘ବିକଶିତ ଭାରତ @୨୦୪୭’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଉଭୟ ଆଜି ସ୍ଥାନୀୟ ବାରାଘାଟଠାରେ ଥିବା ମହାରାଜଙ୍କ ଶ୍ରୀ ହିତ ରାଧା କେଳିକୁଞ୍ଜ ଆଶ୍ରମକୁ ଯାଇଥିଲେ। ଢେର୍ ସମୟ ଧରି ତାଙ୍କ ସହ ସମୟ କଟାଇଥିଲେ। ସେମାନେ ମହାରାଜଙ୍କ ଦର୍ଶନ ନେଉଥିବାର ଭିଡିଓ ଓ ଫଟୋ ପଦାକୁ ଆସିବା ପରେ ଭାଇରାଲ୍ ହୋଇଛି।
Indigo crisis : ସଂସଦୀୟ କମିଟି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରିଲାନି ଇଣ୍ଡିଗୋ
Follow Us