Advertisment

Cricket: ୫ ଦିନ ଫସିରହିବା ପରେ ଫେରିଲା ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ

Advertisment

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିଦାୟ ନେଇଥିଲେ ବି କୋଲକାତାରେ ଗତ ୫ ଦିନ ଧରି ଫସି ରହିଥିବା ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ ସ୍ବଦେଶ ଫେରିବା ନେଇ ପଥ ପରିଷ୍କାର ହୋଇଛି। ଖେଳାଳିଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନେଇ ଆଇସିସି ପକ୍ଷରୁ...

ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିଦାୟ ନେଇଥିଲେ ବି କୋଲକାତାରେ ଗତ ୫ ଦିନ ଧରି ଫସି ରହିଥିବା ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ ସ୍ବଦେଶ ଫେରିବା ନେଇ ପଥ ପରିଷ୍କାର ହୋଇଛି। ଖେଳାଳିଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନେଇ ଆଇସିସି ପକ୍ଷରୁ...

Screenshot 2026-03-05 195820

କୋଲକାତା: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ବିଦାୟ ନେଇଥିଲେ ବି କୋଲକାତାରେ ଗତ ୫ ଦିନ ଧରି ଫସି ରହିଥିବା ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ ସ୍ବଦେଶ ଫେରିବା ନେଇ ପଥ ପରିଷ୍କାର ହୋଇଛି। ଖେଳାଳିଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନେଇ ଆଇସିସି ପକ୍ଷରୁ ଏକ ଚାଟାର୍ଡ ବିମାନ ବ୍ୟବସ୍ଥା କରାଯିବା ପରେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ହୋଇଛି। ତେବେ ଆଇପିଏଲ୍‌ ତାଲିମ ଶିବିରରେ ଯୋଗ ଦେବାକୁ କେତେକ ସଦସ୍ୟ ଭାରତରେ ରହିଥିବା ଜଣାଯାଇଛି।

ଗତ ମାର୍ଚ୍ଚ ୧ରେ ଅନୁଷ୍ଠିତ ସୁପର-୮ ମ୍ୟାଚ୍‌ରେ ଭାରତଠାରୁ ହାରି ଓ୍ବେଷ୍ଟ୍‌ଇଣ୍ଡିଜ୍‌ ନିଜର ବିଶ୍ବକପ୍‌ ଅଭିଯାନ ଶେଷ କରିଥିଲା। ତେବେ ତାହାର ପୂର୍ବଦିନ ଅର୍ଥାତ୍‌ ଫେବ୍ରୁଆରି ୨୮ରେ ଇରାନ ଉପରେ ଇସ୍ରାଏଲ୍‌ ଓ ଆମେରିକାର ଆକ୍ରମଣ ପରଠାରୁ ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଫଳରେ ଏହି ଅଂଚଳର ଅନେକ ଦେଶ ନିଜ ନିଜର ବାୟୁସୀମାକୁ ବନ୍ଦ ରଖିଛନ୍ତି।

ଏହି କାରଣରୁ ଓ୍ବେଷ୍ଟ୍‌ଇଣ୍ଡିଜ୍‌ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରିନଥିଲା। ଏହାକୁ ନେଇ ଦଳର ପ୍ରଶିକ୍ଷକ ଡାରେନ୍‌ ସାମି ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଇନଷ୍ଟାଗ୍ରାମ୍‌ରେ ସେ ଲେଖିଥିଲେ, ‘ଆମେ ଘରକୁ ଯିବାକୁ ଚାହୁଁ’। ଏହାର କିଛି ଘଣ୍ଟା ପରେ ଆଉ ଏକ ପୋଷ୍ଟ କରି ସେ ଲେଖିଥିଲେ ଯେ ‘ଅତିକମରେ ଆମକୁ କିଛି ଅପ୍‌ଡେଟ୍‌ ଦିଆଯାଉ, ଯେ ଆମେ କେବେ ଫେରିବୁ.. ଆଜି, ଆସନ୍ତାକାରି, ଏକ ସପ୍ତାହପରେ? ୫ ଦିନ ହୋଇଗଲାଣି’।

ଆହୁରି ପଢ଼ନ୍ତୁ: SIR: ତୃଣମୂଳର ଭୋଟ୍‌ବ୍ୟାଙ୍କକୁ ଖାଇଲା ଏସ୍‌ଆଇଆର୍‌: ମହିଳା ଓ ସଂଖ୍ୟାଲଘୁ ଏକୀକରଣ ଉପରେ ନିର୍ଭର କରୁଛି ଦଳ

ତେବେ ଆଇସିସି ପକ୍ଷରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯିବା ପରେ ସେ ଆଉ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଏକ ଅପ୍‌ଡେଟ୍‌ ମିଳିଛି, ଯାହା ଓ୍ବେଷ୍ଟଇଣ୍ଡିଜ୍‌ ଆଶା କରୁଥିଲା’। ଏହା ପୂର୍ବରୁ ଜିମ୍ବାଓ୍ବେ ଦଳ ମଧ୍ୟ ସମାନ ସମସ୍ୟାର ସମ୍ମୁଖୀନ ହେବା ପରେ ଆଇସିସି ପକ୍ଷରୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସ୍ବତନ୍ତ୍ର ବିମାନର ବନ୍ଦୋବସ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe