10 accused: ଜେଲ୍‌ଗଲେ ୧୦ ଅଭିଯୁକ୍ତ

Advertisment

କେନ୍ଦୁଝର ପୁଲିସର ଅପରେସନ୍‌ ‘ଗୋରକ୍ଷା’ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଚଢ଼ଉ ପରେ ଅଟକ ଥିବା ୧୦ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ....

କେନ୍ଦୁଝର ପୁଲିସର ଅପରେସନ୍‌ ‘ଗୋରକ୍ଷା’ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଚଢ଼ଉ ପରେ ଅଟକ ଥିବା ୧୦ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ....

Untitled-9

କେନ୍ଦୁଝର: କେନ୍ଦୁଝର ପୁଲିସର ଅପରେସନ୍‌ ‘ଗୋରକ୍ଷା’ ଜାରି ରହିଛି। ବିଭିନ୍ନ ଜିଲ୍ଲାରେ ଚଢ଼ଉ ପରେ ଅଟକ ଥିବା ୧୦ ଜଣଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭି‌ଯୁକ୍ତମାନେ ହେଲେ ଭଦ୍ରକର ଶେଖ୍‌ ରାଜନ, ସାନ୍ତରାପୁରର ଟିପୁ ସୁଲତାନ, ତୁରୁମୁଙ୍ଗାର କୁନୁ ସାହୁ, ମଣ୍ଟୁ ସାହୁ, ସିପୁ ସାହୁ, ମୟୂରଭଞ୍ଜ ଜିଲ୍ଲା ବିଶୋଇର ଟୁନା ମହାପାତ୍ର, ଝାରପୋଖରିଆର ସୁଜିତ ମହାନ୍ତି, ହରିଚନ୍ଦନପୁର ବ୍ଲକ୍‌ ଜାମୁଯୋଡ଼ିର କୁନୁ ପଠାନ, ନାସିର, ମୟୂରଭଞ୍ଜ ଜିଲ୍ଲା ତେ‌ଣ୍ଟୋପଶିର ସେକ୍‌ ନଇମ।

Rourkela Aeroplane Accident ରାଉରକେଲା ବିମାନ ଦୁର୍ଘଟଣା: ମୃତ ସୁଶାନ୍ତଙ୍କ ପରିବାରକୁ ୮.୫୦ ଲକ୍ଷ ସହାୟତା, ବଡ଼ପୁଅକୁ ଇଣ୍ଡିଆ ୱାନ୍‌ ଏୟାରରେ ନିଯୁକ୍ତି


କେନ୍ଦୁଝର ଜିଲ୍ଲା ଦୈତାରି ଥାନା କେସ୍‌ ନମ୍ବର ୧୦୭/୨୦୨୫ରେ ଗୋ ହତ୍ୟା ଏବଂ ପଶୁପକ୍ଷୀ ନିଷ୍ଠୁରତା ଆଇନ ୩୦୩(୨), ୩୧୭(୨), ୧୦୯/୧୧୧(୩)୩୨୫/୩(୫) ବିଏନଏସ୍‌/୧୧ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ବେଳେ ଏକ ବିରାଟ ସିଣ୍ଡିକେଟ୍‌ ଗୋ ଚାଲାଣରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏସ୍‌ପି ନୀତିନ କୁଶଲକରଙ୍କ ନେତୃତ୍ବରେ ତଦନ୍ତକୁ ବ୍ୟାପକ କରାଯାଇଥିଲା। ସିଣ୍ଡିକେଟ୍‌ର ଚେର ଖୋର୍ଦ୍ଧା, କେନ୍ଦୁଝର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାକୁ ଲମ୍ବିଛି। ଦୁଇଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୫ ଜଣ ଡିଏସ୍‌ପି, ୨୫ ଜଣ ଇନ୍ସପେକ୍ଟର, ୩୬ ଜଣ ଏସ୍‌ଆଇ, ୧୮ ପ୍ଲାଟୁନ୍‌ ପୁଲିସ ଫୋର୍ସ ଏକକାଳୀନ ୪୬ଟି ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ନଗଦ ୧ କୋଟି ୫୨ ଲକ୍ଷ ନଗଦ ଟଙ୍କା, ୩ କେଜିରୁ ଊର୍ଦ୍ଧ୍ବ ରୁପା, ୧ କେଜିରୁ ଊର୍ଦ୍ଧ୍ବ ସୁନା ଜବତ ହୋଇଥିଲା।

Robbery attempt: ରାଜଧାନୀରେ ପଣ୍ଡହେଲା ଡକାୟତି ଉଦ୍ୟମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe