ଭୁବନେଶ୍ବର: ଚାରି ଦିନ ଧରି ରବୀନ୍ଦ୍ର ମଣ୍ଡପରେ ପରିବେଷିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ପରଦା ନଇଁଛି। ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଏହି ନାଟକର ଆଜି ୩୬ତମ ସୋ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅପୂର୍ବ ଉତ୍କଣ୍ଠା ଦେଖିବାକୁ ମିଳିଛି। ଶେଷ ସନ୍ଧ୍ୟାରେ ମଧ୍ୟ ହାଉସ୍ଫୁଲ୍ ସୋ’, ନାଟକର ଗ୍ରହଣୀୟତାକୁ ପ୍ରତିପାଦିତ କରିଛି। ଦର୍ଶକମାନେ ନାଟକକୁ ଖୁବ୍ ପସନ୍ଦ କରିବା ସହିତ କାହାଣୀ, ସଂଳାପ, ଅଭିନୟ, ସଂଗୀତ ଓ ମଞ୍ଚସଜ୍ଜାକୁ ପ୍ରଶଂସା କରିଛନ୍ତି। ପୁଣି ଥରେ ମଞ୍ଚକୁ ଫେରିବାର ପ୍ରତିଜ୍ଞା ନେଇ ‘ଆହେ ନୀଳଶଇଳ’ ବିଦାୟ ନେଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିବା ସହିତ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ମାସରେ ଦ୍ୱିତୀୟ ପର୍ଯ୍ୟାୟ ସୋ’ ଅନୁଷ୍ଠିତ ହେବ ବୋଲି କହିଥିଲେ।
Second Patha Festival: ଦ୍ୱିତୀୟ ପଥ ଉତ୍ସବ, ସୃଷ୍ଟି ହେଲା ମେଳାର ଭ୍ରମ
ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ପୁଲିସ କମିସନର୍ ଏସ୍ ଦେବଦତ୍ତ ସିଂହ ପ୍ରଦୀପ ପ୍ରଜ୍ଜ୍ବଳନ କରି ନାଟକର ଶୁଭାରମ୍ଭ କରିଥିଲେ। ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍ସନ୍ସ’ ପକ୍ଷରୁ ମଞ୍ଚସ୍ଥ ହେଉଥିବା ଏହି ନାଟକରେ ମୋଗଲ ଶାସନାଧୀନ ଓଡ଼ିଶାରେ କିଭଳି ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ହୋଇଛନ୍ତି ତାହା ନାଟକରେ ଉପସ୍ଥାପିତ ହୋଇଛି। ଏହାର କାହାଣୀ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ। ଏହି ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ନାଟ୍ୟକାର ଲାଲା ବୀରେନ୍ ରାୟ।
Kamala Nehru : କମଳା ନେହେରୁ ମହିଳା ମହାବିଦ୍ୟାଳୟ, ଅସଜଡ଼ା ଭିତ୍ତିଭୂମି ବିଗାଡ଼ୁଛି ଶୈକ୍ଷିକ ବାତାବରଣ
ନାଟକ ଦେଖିବା ପରେ ପୁଲିସ କମିସନର୍ ଶ୍ରୀ ସିଂ କହିଛନ୍ତି ଯେ ଏଭଳି ଭାବପ୍ରବଣ ନାଟକ ମନରେ ଦିବ୍ୟ ଓ ଆଧ୍ୟାତ୍ମିକ ଅନୁଭବ ଆଣି ଦେଇଛି। ଏହା ତାଙ୍କୁ ସମ୍ପୂର୍ଣ୍ଣ ଭାବବିହ୍ୱଳ କରିଛି ବୋଲି ସେ କହିଥିଲେ। ବଲାଙ୍ଗୀରର ଦର୍ଶକ ଝଟକାନ୍ତି ପଟେଲ କହିଥିଲେ ଯେ ‘ଆହେ ନୀଳଶଇଳ’କୁ ଏତେ ଜୀବନ୍ତ ଭାବେ ପ୍ରସ୍ତୁତ କରାଯାଇଛି, ଆଖିରୁ ଲୋତକ ଝରି ଆସୁଛି। ଶ୍ରୀଜଗନ୍ନାଥଙ୍କ ଅତୀତର ଗାଥାକୁ ନାଟକ ମାଧ୍ୟମରେ ଅବଗତ ହେବାର ସୌଭାଗ୍ୟ ପାଇଥିବା ନେଇ ଦେବଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ବଂଶୀଧର ପାତ୍ର କହିଥିଲେ। ଏହି ନାଟକ ମନରେ ଉତ୍ସାହ ଓ ପ୍ରେରଣା ଭରି ଦେଇଛି ବୋଲି କୁନି ଦର୍ଶକ ପ୍ରତ୍ୟୁଷା ପ୍ରିୟଦର୍ଶିନୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/19/untitled-4-2026-01-19-08-14-21.jpg)